ନମସ୍କାର ବନ୍ଧୁଗଣ ଓଡିଆ ଫିଲ୍ମ ଜଗତର ସବୁଠାରୁ ଶ୍ରେଷ୍ଠ ଖଳନାୟକ କହିଲେ ରାଇମୋହନ ପରିଡାଙ୍କ ନାମ ପ୍ରଥମେ ଆସେ। ଆଜି ଆସନ୍ତୁ ରାଇମୋହନ ପରିଡାଙ୍କର ଅଜଣା ତଥ୍ୟ ଜାଣିବା, ତାଙ୍କର ସ୍ତ୍ରୀ କିଏ, ତାଙ୍କର ଝିଅ କିଏ, ସେ କେଉଁଠି ରହୁଛନ୍ତି, ତାଙ୍କର ଘର, ପରିବାର ଓ ତାଙ୍କର ମୋଟ୍ ସମ୍ପତ୍ତି କେତେ ଇତ୍ୟାଦି ବିଷୟରେ।
ଓଡ଼ିଆ ଫିଲ୍ମ ଜଗତର ଶ୍ରେଷ୍ଠ ଖଳନାୟକ ରାଇମୋହନ ପରିଡା କେନ୍ଦୁଝରର ଉଦୟପୁର ଠାରେ ୧୦ ଜୁଲାଇ ୧୯୬୩ ମସିହାରେ ଜନ୍ମଗ୍ରହଣ କରିଥିଲେ। ଏବେ ତାଙ୍କର ବର୍ତ୍ତମାନ ବୟସ ହେଉଛି ପଖପାଇ ୫୭ ବର୍ଷ। ସେ ତାଙ୍କ ସ୍କୁଲ୍ ପାଠପଢ଼ା ସେହି ଉଦୟପୁର ଠାରେ ଶେଷ କରିଥିଲେ। ତାପରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଶିକ୍ଷ୍ୟା ଅନୁଷ୍ଠାନରେ ବିଦ୍ୟା ଅର୍ଜନ କରିଥିଲେ। ଇଏ ହେଉଛନ୍ତି ରାଇମୋହନ ପରିଡାଙ୍କ ସ୍ତ୍ରୀ ରଞ୍ଜିତା ପରିଡା। ତାଙ୍କର ପ୍ରେମ ବିବାହ ହୋଇଥିଲା ୧୯୮୬ ମସିହାରେ
ରାଇମୋହନ ପରିଡା ଓଡ଼ିଆ ଫିଲ୍ମ ଜଗତକୁ ଆସିବା ପୂର୍ବରୁ ଅଶ୍ରୁମୋଚନ ମହାନ୍ତିଙ୍କ ସହ ମିଶି ତାରିଣୀ ଗଣନାଟ୍ୟରେ କାମ କରୁଥିଲେ।ସେ ତାରିଣୀ ଗଣନାଟ୍ୟ ଖଳନାୟକ ଭାବରେ କାମ କରୁଥିଲେ। ତାପରେ ସେ ୧୯୮୪ ମସିହାରେ ଓଡ଼ିଆ ଫିଲ୍ମ ଜଗତରେ ପାଦ ଦେଇଥିଲେ ଆଉ ତାଙ୍କ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରଟି ଥିଲା ଗଙ୍ଗଶିଉଳି,ଯାହାକି ଆଜିଠୁ ପୁରା ୩୫ ବର୍ଷ ତଳେ ଏହି ଫିଲ୍ମଟି ତିଆରି କରାଯାଇଥିଲା। ତାପରେ ସେ ପ୍ରାୟ ୭୦ ଟି ଓଡ଼ିଆ ଫିଲ୍ମରେ ଖଳନାୟକ ଭାବରେ ଅଭିନୟ କରିଥିଲେ। ରାଇମୋହନ ପରିଡାଙ୍କର ବାପାଙ୍କ ନାମ ହେଲା ତୈଲନାଥ ପରିଡା। ସେ ଜଣେ ଭି .ଏଲ. ଡବ୍ଲୁ ଭାବରେ କାମ କରୁଥିଲେ। ଆଉ ତାଙ୍କ ମା ଥିଲେ ତିଳତମା ପରିଡା।
ରାଇମୋହନ ପରିଡାଙ୍କର ଦୁଇଟି ଝିଅ ସନ୍ତାନ ଅଛି। ବଡ଼ ଝିଅ ହେଇଛନ୍ତି ଶେଫାଳୀ ପରିଡା, ତାଙ୍କ ସାନ ଝିଅ ମୁଦିତା ପରିଡା। ବଡ଼ଝିଅ ଦିଲ୍ଲୀରେ ଏବେ ଚାଟାର୍ଡ ଆକାଉଣ୍ଟାଣ୍ଟ ପାଇଁ ପାଠ ପଢ଼ୁଛନ୍ତି। ତାଙ୍କୁ ପାଖାପାଖି ୨୫ ବର୍ଷ ବୟସ ହେବ। କିନ୍ତୁ ସେ ଏପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି। ରାଇମୋହନ ପରିଡା ଅଷ୍ଟମ ଶ୍ରେଣୀରୁ ହିଁ ଗାଁ ନାଟକରେ ଅଭିନୟ କରୁଥିଲେ। ଆଉ ଏବେ ସେ ଏତେବଡ଼ ଖଳନାୟକ ଭାବରେ ପରିଚିତ। ଓଡ଼ିଶାର ଲୋକମାନେ ତାଙ୍କ ଅଭିନୟ ପାଇଁ ତାଙ୍କୁ ବୋହୁତ ପସନ୍ଦ କରନ୍ତି। ଆପଣମାନେ ତାଙ୍କୁ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରୁଛନ୍ତି ଯେତେ କିନ୍ତୁ ଅସଲ ଜୀବନରେ ସେ ହେଉଛନ୍ତି ଜଣେ ସାଧୁସନ୍ଥ। ସେ ତାଙ୍କର ଦଶଟି ଆଙ୍ଗୁଠିରୁ ଆଠଟି ଆଙ୍ଗୁଠିରେ ମୁଦି ପିନ୍ଧିଥାନ୍ତି। ଏହସେ ନିଜେ ଏକ ଇଣ୍ଟର୍ଭ୍ୟୁରେ କହିଥିଲେ।
ରାଇମୋହନ ପରିଡା ଗୋଟିଏ ଓଡ଼ିଆ ଫିଲ୍ମ କରିବା ପାଇଁ ସେ ପାଖାପାଖି ୪-୫ ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି। ସେ ଟିଭିର ବୋହୁତ କମ୍ ଆଡ୍ ରେ ଦେଖାଯାଆନ୍ତି। ତଥାପି ସେ ଏହି ଗୋଟେ ଆଡଭାଟାଇଜ୍ ପାଇଁ ୩୦-୪୦ ହଜାର ନେଇଥାନ୍ତି। ଏହା ସହିତ ତାଙ୍କର ଦୁଇଟି ବାଇକ୍ ଓ ଗୋଟିଏ କର ଅଛି।ସେ ଏବେ ଯେଉଁଠି ଭୁବନେଶ୍ୱରରେ ରହୁଛନ୍ତି ସେଠାରେ ତାଙ୍କର ଏକ ବଡ ସୁନ୍ଦର ଘର ଅଛି। ତାଙ୍କର ମୋଟ୍ ସମ୍ପତ୍ତି ୪୦-୫୦ ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ କରାଯାଏ।
ଓଡ଼ିଆ ଦୁର୍ଦାନ୍ତ ଖଳନାୟକ Raimohan Paridaଙ୍କ Family ଓ Lifestyle… ଆଗରୁ ଦେଖି ନଥିବେ…
