ଓଡ଼ିଆ ହିରୋଇନ Archita Sahu ଙ୍କ ଭଉଣୀ ଓ ଭିଣେଇଙ୍କ ବିଷୟରେ ଏମିତି କଥା, ଯାହା ଆଗରୁ ଆପଣ ଜାଣି ନଥିବେ

ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ହିରୋଇନ୍ ଅର୍ଚ୍ଚିତା ସାହୁଙ୍କୁ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ। ହେଲେ ବନ୍ଧୁଗଣ ଆପଣମାନେ କେବେ ତାଙ୍କ ଭଉଣୀ ଓ ଭିଣେଇଙ୍କୁ ଜାଣିଛନ୍ତି କି। ସେମାନେ କେଉଁଠି ରୁହନ୍ତୁ କଣ କରନ୍ତି ଏହି ସବୁ ବିଷୟରେ କିଛି ଜାଣିଛନ୍ତି କି। ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା। ଓଲିଉଡର ଏହି ଜବରଦସ୍ତ ହିରୋଇନ୍ ଅର୍ଚ୍ଚିତା ସାହୁ ଓଡ଼ିଆ ଇଣ୍ଡଷ୍ଟ୍ରିରେ ୨୦୦୫ ଏଣ୍ଟ୍ରି କରିଥିଲେ। ଏହାପରେ ସେ ଓଲିଉଡରେ ବୋହୁତସାରା ଫିଲ୍ମରେ ଅଭିନୟ କରିଛନ୍ତି।


ଅର୍ଚ୍ଚିତା ସବ୍ୟସାଚୀଙ୍କୁ ସୁଟିଂ ସେଟ୍ ରୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହା ପୂର୍ବରୁ ଅର୍ଚ୍ଚିତାଙ୍କ ବଡ଼ ଭଉଣୀ ଅର୍ପିତା ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଅର୍ପିତା ବିବାହ କରିଛନ୍ତି ଅଞ୍ଜନଙ୍କୁ। ଅଞ୍ଜନ ହେଉଛନ୍ତି ଜଣେ ଡକ୍ଟର ଏବଂ ଅଞ୍ଜନ ରାଜସ୍ଥାନରେ ରୁହନ୍ତି। ଏହା ସହିତ ଅର୍ଚ୍ଚିତାଙ୍କ ବଡ଼ ଭଉଣୀ ଅର୍ପିତା ସାହୁ ଜଣେ ବ୍ୟାଙ୍କ୍ ମ୍ୟାନେଜର। ଅର୍ଚ୍ଚିତାଙ୍କ ବଡ଼ ଭଉଣୀ ଜଣେ ବ୍ୟାଙ୍କ୍ ମ୍ୟାନେଜର ହୋଇଥିବା ବେଳେ ଅର୍ଚ୍ଚିତାଙ୍କ ଭିଣେଇ ହେଉଛନ୍ତି ଜଣେ ଡକ୍ଟର।


ଆପଣମାନେ ଜାଣିଥିବେ ଗତ କିଛିଦିନ ତଳେ ଅର୍ଚ୍ଚିତା ଏବଂ ସବ୍ୟସାଚୀଙ୍କ ବାହାଘର ରାଜସ୍ଥାନରେ ରାଜକୀୟ ଢଙ୍ଗରେ ହୋଇଥିଲା। ତେବେ ଏହି ବାହାଘରର ସଂପୂର୍ଣ୍ଣ ଦାୟିତ୍ଵ ଅର୍ଚ୍ଚିତାଙ୍କ ବଡ଼ ଭଉଣୀ ଓ ଭିଣେଇ ନେଇଥିଲେ। ଅର୍ଚ୍ଚିତା ଗୋଟେ ଇଣ୍ଟର୍ଭ୍ୟୁରେ କହିଥିଲେ ସେ ତାଙ୍କ ବଡ଼ ଭଉଣୀ ଅର୍ପିତାଙ୍କୁ ବୋହୁତ ଅଧିକ ଭଲ ପାଆନ୍ତି।


ତାଙ୍କ ବଡ ଭଉଣୀ ଅର୍ପିତାଙ୍କ ସାହାଯ୍ୟ ଯୋଗୁଁ ହିଁ ସେ ଆଜି ଓଲିଉଡ ଜଗତରେ ଏତେ ଉପରକୁ ଯାଇ ପାରିଛନ୍ତି ଏବଂ ଦର୍ଶକମାନଙ୍କ ମନରେ ଗୋଟିଏ ଅଲଗା ପ୍ରକାର ସ୍ଥାନ ବନେଇ ପାରିଛନ୍ତି। ଅର୍ପିତା ଓ ଅଞ୍ଜନ ୨୦୧୫ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବର୍ତ୍ତମାନ ସମୟରେ ଅର୍ଚ୍ଚିତାଙ୍କ ବଡ଼ ଭଉଣୀଙ୍କର ଗୋଟିଏ ପୁଅ ମଧ୍ୟ ରହିଛି। ତାଙ୍କ ପୁଅଙ୍କୁ ବର୍ତ୍ତମାନ ସମୟରେ ୪ ବର୍ଷ ବୟସ ହୋଇଛି।