ନମସ୍କାର ବନ୍ଧୁଗଣ ଓଲିଉଡର ସୁପ୍ରସିଦ୍ଧ ହିରୋଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ ତ ଆପଣମାନେ ନିଶ୍ଚିତ ଭାବେ ଶୁଣିଥିବେ। ସେ କେବଳ ଓଡ଼ିଆ ଫିଲ୍ମରେ ନୁହେଁ ବେଙ୍ଗଲି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ବର୍ଷା ୧୯୮୪ ମସିହା ଅଗଷ୍ଟ ୭ ତାରିଖରେ ଭୁବନେଶ୍ବରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାଆଙ୍କ ନାମ ଦୀପା ସାହୁ। ଦୀପା ସାହୁ ମଧ୍ୟ ବୋହୁତ ଗୁଡିଏ ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି। ବର୍ଷାଙ୍କର ତିନି ଭଉଣୀ ଅଛନ୍ତି, ସେମାନେ ଅଭିନୟ ଜଗତରୁ ଦୂରରେ ଥିବାବେଳେ ବର୍ଷା ଛୋଟବେଳୁ ଅଭିନୟ ଏବଂ ନାଚକୁ ବୋହୁତ ଭଲପାଆନ୍ତି।
ବର୍ଷା ରମାଦେବୀ କଲେଜ୍ ରୁ ତାଙ୍କର ଶିକ୍ଷା ଶେଷକରି ସିନେମା ଜଗତରେ ପାଦ ଦେଇଥିଲେ। ବର୍ଷା ତାଙ୍କ ପ୍ରଥମ ଫିଲ୍ମ ୨୦ ବର୍ଷ ବୟସରେ କରିଥିଲେ ଯାହାକି ଓଲିଉଡ ବକ୍ସ ଅଫିସ୍ ରେ ସୁପରହିଟ ହୋଇଥିଲା। ଏହି ଫିଲ୍ମର ନାମ ଥିଲା ଏଯୁଗର କୃଷ୍ଣ ସୁଦାମା। ଏହା ୨୦୦୩ ମସିହାରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମଟି ହିଟ୍ ହେବାପରେ ଓଲିଉଡର ସମସ୍ତ ନିର୍ଦ୍ଦେଶକ ମାନେ ବର୍ଷାଙ୍କୁ ନେଇ ଫିଲ୍ମ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସେ ପ୍ରାୟ ୩୦ ରି ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି।
ଏହା ବ୍ୟତୀତ କେତେକ ବେଙ୍ଗଲି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ଚର୍ଚ୍ଚିତ ଓଡ଼ିଆ ଫିଲ୍ମଗୁଡ଼ିକ ହେଲା ସାବତ ମା, ତୁ ମୋ ଆଖିର ତାରା, ବାଳୁଙ୍ଗା ଟୋକା, ପ୍ରେମ ରୋଗୀ, ହାତ ଧରି ଚାଲୁଥା ଓ ସମଥିଙ୍ଗ ସମଥିଙ୍ଗ। ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ସହ ବୋହୁତ ଫିଲ୍ମରେ ଅଭିନୟ କରିଛନ୍ତି। ଏହାପରେ ସେ ୨୦୧୪ ମସିହାରେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ। ବିବାହ ପରେ ବର୍ଷା ଓ ଅନୁଭବ ରିୟଲ ଲାଇଫରେ ତ ଏକାଠି ହୋଇଗଲେ ହେଲେ ରିଲ୍ ଲାଇଫରୁ ପରସ୍ପର ଠାରୁ ଅଲଗା ହୋଇଗଲେ।
ବର୍ତ୍ତମାନ ଅନୁଭବ ରାଜନୀତିରେ ବ୍ୟସ୍ତ ଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ସୋସିଆଲ ୱାର୍କ କରିବାରେ ବ୍ୟସ୍ତ ରହିଛନ୍ତି। ଏବଂ ବର୍ତ୍ତମାନ ଦୁହିଁଙ୍କ ଡିଭୋର୍ସ କେଶ କୋର୍ଟରେ ଚାଲିଛି ଆଉ ଆଗକୁ ଏହାର ଶୁଣାଣି ହେବାକୁ ଯାଉଛି | ତେବେ ବର୍ଷାଙ୍କ ଜୀବନର ଏହା ହେଉଛି ସବୁଠୁ ବଡ ଦୁଃଖ |