ଓଡ଼ିଆ ହିରୋ ସିଦ୍ଧାନ୍ତ ମହାପାତ୍ରଙ୍କ ପରିବାର, ଆଗରୁ ଦେଖି ନଥିବେ… ଏମିତି କିଛି ଫୋଟୋ

ବନ୍ଧୁଗଣ ଆପଣମାନେ ଓଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ତ ନିଶ୍ଚିତ ଭାବରେ ଦେଖିଥିବେ ଏହି ଅଭିନେତାଙ୍କ ଭଳି ଓଡ଼ିଶାରେ ଅନ୍ୟ କୌଣସି ଅଭିନେତା ହୋଇ ପାରିବେ ନାହିଁ ଏହି ଅଭିନେତାଙ୍କର ଏପର୍ଯ୍ୟନ୍ତ ଗୋଟିଏ ମାତ୍ର ଫିଲ୍ମ ଫ୍ଲପ୍ ହୋଇନାହିଁ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ୧୯୯୯ ମସିହାରେ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ସହିତ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ |

ତାଙ୍କର ପ୍ରଥମ ଓଡ଼ିଆ ଫିଲ୍ମ ହେଉଛି ଶ୍ରଦ୍ଧାଞ୍ଜଳି ରଚନା ଏବଂ ସିଦ୍ଧାନ୍ତଙ୍କ ଯୋଡି ଓଡ଼ିଶା ର ସୁପରହିଟ ଆଉ ଦର୍ଶକମାନଙ୍କ ପ୍ରିୟ ଯୋଡି ଅଟେ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ ପାଖାପାଖି ୪୦ଟି ଓଡ଼ିଆ ଫିଲ୍ମରେ କାମ କରିଛନ୍ତି ଏମାନଙ୍କ ସମସ୍ତ ଫିଲ୍ମ ସୁପରହିଟ ହୋଇଥିଲା ୨୦୦୪ ମସିହାରେ ଏହି ଯୋଡ଼ିଙ୍କ ବ୍ରେକଅପ୍ ହୋଇ ଯାଇଥିଲା| ଏହାପରେ ରଚନା ବାନାର୍ଜୀ ଓଡ଼ିଶା ଛାଡି କଲିକତା ପଳାଇଥିଲେ |

କେବେବି ଓଡ଼ିଶା ଫେରିନଥିଲେ ଏହା ପରବର୍ତ୍ତୀ ସମୟରେ ସିଦ୍ଧାନ୍ତ ମହାପାତ୍ର ମାମା ମିଶ୍ରଙ୍କୁ ବିବାହ କରିଥିଲେ ଏହି ଯୋଡିଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ଏହି ଅଭିନେତା ୨୦୦୯ ମସିହାରେ ରାଜନୀତି କ୍ଷେତ୍ରରେ ପାଦ ଦେଇଥିଲେ ଲଗାତାର ଦୁଇଥର ଏମ୍ପି ପଦବୀ ହାସଲ କରୁଥିଲେ | ଏହି ଅଭିନେତା ପାଖାପାଖି ୧୫୦ ଟି ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି ବର୍ତ୍ତମାନ ମଧ୍ୟ ସେ ନିଜର ଅଭିନୟ କ୍ୟାରିୟର ଜାରୀ ରଖିଛନ୍ତି।

ଏହି ଅଭିନେତା ଗୋଟିଏ ଓଡ଼ିଆ ଫିଲ୍ମ କରିବା ନିମନ୍ତେ ୫ ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନେଇଥାନ୍ତି ସେ ବୋହୁତ ଗୁଡ଼ିଏ ବ୍ରାଣ୍ଡର ପ୍ରମୋସନ୍ କରନ୍ତି ଏଇଥିପାଇଁ ସେ ଦେଢ଼ ଲକ୍ଷ ଟଙ୍କା ନେଇଥାନ୍ତି | ସିଦ୍ଧାନ୍ତ ମହାପାତ୍ରଙ୍କର ବ୍ରହ୍ମପୁରରେ ଏକ ରାଜକୀୟ ଘର ରହିଛି ଗୋଟିଏ ଦାମୀ କାର୍ ମଧ୍ୟ ରହିଛି|

ଏହାସହ ତାଙ୍କ ପାଖରେ ୩ ଟି ସୁପର ବାଇକ୍ ମଧ୍ୟ ଅଛି ଯାହାର ଦାମ୍ ପ୍ରାୟ ୩୦ ଲକ୍ଷ ଟଙ୍କା ଅଟେ ଏହି ଅଭିନେତା ଏମ୍ପୀ ଥିବା ସମୟରେ ତାଙ୍କର ଦରମା ଥିଲା ୧ ଲକ୍ଷ ଟଙ୍କା ବର୍ତ୍ତମାନ ତାଙ୍କୁ ୬୦ ରୁ ୭୦ ହଜାର ପେନସନ ମଧ୍ୟ ମିଳୁଛି ତେବେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ମୋଟ୍ ସମ୍ପତ୍ତିର ଆନୁମାନିକ ମୂଲ୍ୟ ପାଖାପାଖି ୨୫ ରୁ ୩୦ କୋଟି ଟଙ୍କା ମଧ୍ୟରେ।