ଓଡ଼ିଆ ସିଙ୍ଗର Tapu Mishra ଙ୍କର ଘରୁ ଆସିଲା ଆଉ ଏକ ଦୁଃଖଦ ଖବର, ଶୋକରେ ବୁଡ଼ିଲା ପୁରା ପରିବାର

ନମସ୍କାର ବନ୍ଧୁଗଣ ଓଡ଼ିଆ ଗାୟିକା ତପୁ ମିଶ୍ରଙ୍କୁ କିଏ ବା ନଜାଣେ। ୨୦୧୬ ଠାରୁ ନିଜର କ୍ୟାରିୟର ଆରମ୍ଭ କରି ଲୋକଙ୍କ ମନରେ ଏକ ଛାପଛାଡ଼ି ଦେଇଛନ୍ତି ତପୁ ମିଶ୍ର। ତପୁ ମିଶ୍ର ଏବେ କୋରୋନା ଚିକିତ୍ସିତ ହେଉଛନ୍ତି ହସ୍ପିଟାଲ୍ ରେ। ଏହା ମଧ୍ୟରେ ତପୁ ମିଶ୍ରଙ୍କ ଘରକୁ ଆସିଛି ଏକ ଦୁଃଖ ଖବର। ଆସନ୍ତୁ ସଂପୂର୍ଣ୍ଣ ଖବର ଜାଣିବା। ଖବରଟି ହେଉଛି ତପୁ ମିଶ୍ରଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଛି କୋରୋନାରେ।


ତପୁ ମିଶ୍ରଙ୍କ ବାପାଙ୍କ କୋରୋନାରେ ଦେହାନ୍ତ ହେବା ଯାହା କି ତାଙ୍କ ପରିବାର ପାଇଁ ଏକ ବଡ଼ ଦୁଃଖର ଖବର। କାହିଁକି ନା ତପୁ ମିଶ୍ରଙ୍କ ବାପା ଜଣେ ଭଲ ଲୋକଥିଲେ ଏବଂ ତପୁ ମିଶ୍ରଙ୍କୁ ସେ ବୋହୁତ ଭଲ ପାଆନ୍ତି। ତପୁ ମିଶ୍ର ଏଥିପାଇଁ ବୋହୁତ ମନ ଦୁଃଖରେ ଦୁଃଖ ପ୍ରକାଶ କରିଛନ୍ତି।


ତାଙ୍କ ବାପା କୋରୋନା ରୋଗର ଚିକିତ୍ସିତ ହେବାର ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବାର ଶୁଣିବାକୁ ମିଳିଛି। ତପୁ ମିଶ୍ର ମଧ୍ୟ ଏବେ ଭୁବନେଶ୍ୱରର ଏକ ପ୍ରାଇଭେଟ୍ ହସ୍ପିଟାଲ୍ ଚିକିତ୍ସା ହେଉଛନ୍ତି। କିଛି ଦିନ ହେବ ତପୁ ମିଶ୍ରଙ୍କ ଦେହ ଟିକେ ଭଲ ହେବାକୁ ଆସୁଥିବା ବେଳେ ଆଜି ଏବଂ ଗତ ଦୁଇଦିନ ହେଲା ସ୍ବାସ୍ଥ୍ୟ ଅବସ୍ଥା ଖୁବ୍ ବିଗିଡିବାରେ ଲାଗିଛି।


ସେଥିପାଇଁ ତାଙ୍କୁ ଭୁବନେଶ୍ବରର ଅନ୍ୟ ଏକ ହସ୍ପିଟାଲ୍ କୁ ସ୍ଥାନାନ୍ତରିତ କରାଯାଇଛି। ତପୁ ମିଶ୍ର ଓଡ଼ିଆ ସଙ୍ଗୀତ ଜଗତରେ ବୋହୁତ କ୍ଷାତି ଅର୍ଜନ କରିଛନ୍ତି। ପ୍ରାୟେ ୧୬୦ ପାଖାପାଖି ଗୀତ ଗାଇ ଲୋକମାନଙ୍କ ହୃଦୟରେ ନିଜ ସ୍ଥାନ ବନାଇଛନ୍ତି। କେବଳ ଓଡ଼ିଆ ନୁହେଁ ବଙ୍ଗାଳିରେ ମଧ୍ୟ ୨୨ ଟି ଗୀତ ଗାଇଛନ୍ତି ତା ମଧ୍ୟରୁ ଭଜନ ମଧ୍ୟ ଅନେକ ଅଛି। ତପୁ ମିଶ୍ରଙ୍କ ଅବଦାନ ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ବୋହୁତ ରହିଛି। ତପୁ ମିଶ୍ରଙ୍କ ଦେହ ଖରାପ୍ ଯୋଗୁଁ କଳାକାରମାନେ ଜଗନ୍ନାଥଙ୍କ ପାଖରେ ପାର୍ଥନା କରିଛନ୍ତି ତାଙ୍କର ଦେହ ଅତି ଶୀଘ୍ର ଭଲ ହୋଇଯାଉ।