ଓଡ଼ିଆ ସିଙ୍ଗର Tapu Mishraଙ୍କ Family ଓ Lifestyle, ଆଗରୁ ଦେଖି ନ ଥିବେ…

ନମସ୍କାର ବନ୍ଧୁଗଣ ଓଡ଼ିଶାର ଭର୍ସାଟାଇଲ ସିଙ୍ଗର ତପୁ ମିଶ୍ରଙ୍କୁ କିଏ ବା ନଜାଣେ। ଦୀର୍ଘ ଦୁଇଦଶନ୍ଧି ଧରି ଲୋକମାନଙ୍କ ମନକୁ ଛୁଇଁଲା ଭଲି ଗୀତଗାଇ ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ସୃଷ୍ଟି କରିଛନ୍ତି ତପୁ ମିଶ୍ର। ତେବେ ଗତକାଲି ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ତପୁ ମିଶ୍ର। କୋରୋନାରେ ଆକ୍ରାନ୍ତ ହୋଇ ସେ ଗତମାସେ ହେବ ଚିକିତ୍ସିତ ହେଉଥିଲେ। ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଗତକାଲି ମୃତ୍ୟୁବରଣ କରିଥିବାର ସୁଚନା ଦେଇଛନ୍ତି ପରିବାର ବର୍ଗ। ତେବେ ଭୁବନେଶ୍ୱରର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ତପୁ ମିଶ୍ର ପ୍ରଥମ ଥର ପାଇଁ ଚଳଚ୍ଚିତ୍ର ଜଗତ କୁଳ ନନ୍ଦନରେ ଗୀତ ଗାଇଥିଲେ ଏବଂ ସେବେଠାରୁ ହିଁ ଲୋକମାନଙ୍କୁ ବେଶ୍ ପସନ୍ଦ ଆସିଥିଲା ତପୁ ମିଶ୍ରଙ୍କ ଗୀତ। ତା ପରେ ପରେ ଏ ଯୁଗର କୃଷ୍ଣ ସୁଦାମା ହେଉ କି ମାତୃଶକ୍ତି , ଜେପାଞ୍ଚେ ପର ମନ୍ଦ, ଚକ୍ଲେଟ୍ ଏବଂ ଆଇ ଲଭ୍ ୟୁ ଭଳି ଅନେକ ଅନେକ ଚଳଚ୍ଚିତ୍ରରେ ଗୀତ ଲୋକମାନଙ୍କୁ ହିଟ୍ ଭେଟି ଦେଇଥିଲେ ତପୁ ମିଶ୍ର।

ତପୁ ମିଶ୍ର ଗତକାଲି ରାତି ୧୧ ଟାରେ ମୃତ୍ୟୁବରଣ କରିଛନ୍ତି। କୋଭିଡରୁ ସୁସ୍ଥ ହେବାପରେ ଫୁସଫୁସ୍ ଜନିତ କୌଣସି କାରଣରୁ ଆକ୍ରାନ୍ତ ହୋଇଥିଲେ ଏବଂ ଶେଷରେ ସେ କୋରୋନା ସହ ଲଢ଼ି ଲଢ଼ି ଦେହତ୍ୟାଗ କରିଛନ୍ତି। ତପୁ ମିଶ୍ର ଗାଇଥିବା ଅନେକ ଚଳଚ୍ଚିତ୍ର ଗୀତ ଓ ଆଲବମ୍ ଗୀତ ଲୋକମାନେ ଏବେବି ଗୁଣୁ ଗୁଣାଉଛନ୍ତି ଏବଂ ଲୋକମାନଙ୍କୁ ସେହି ଗୀତ ଗୁଡ଼ିକ ବେଶ୍ ପସନ୍ଦ ଆସେ। ଆଜି ଆସନ୍ତୁ ତପୁ ମିଶ୍ରଙ୍କ ପରିବାରକୁ ଦେଖିବା।


ତପୁ ମିଶ୍ର ୨୦୧୮ ରେ ଦୀପକ୍ ପୂଜାରୀଙ୍କ ହାତ ଧରିଥିଲେ ଲଭ୍ ମ୍ୟାରେଜ୍ କରି। ଦୀପକ୍ ପୂଜାରୀ ଜଣେ ଆକ୍ଟର ଅଟନ୍ତି ଏବଂ ଦୀର୍ଘ ବର୍ଷେ ଦେଢ଼ବର୍ଷର ପ୍ରେମ ସମ୍ପର୍କ ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତପୁ ମିଶ୍ର ଏବଂ ଦୀପକ୍ ପୂଜାରୀ। ତପୁ ମିଶ୍ରଙ୍କର ଦୁଇ ଭଉଣୀ ମଧ୍ୟ ଅଛନ୍ତି। ଜଣଙ୍କ ନାମ ଦିପ୍ତିରେଖା ଏବଂ ଜଣଙ୍କ ନାମ ଦିପ୍ତିଶିଖା। ଦୁଇଜଣ କାମ କରନ୍ତି ଦିପ୍ତିଶିଖା ସିଙ୍ଗର ଥିବାବେଳେ ଦିପ୍ତିରେଖା ଜବ୍ କରନ୍ତି ଏବଂ ସେ ମ୍ୟାନେଜର ଅଛନ୍ତି ଗୋଟେ କମ୍ପାନୀରେ। ତପୁ ମିଶ୍ରଙ୍କ ବାପା ହେଉଛନ୍ତି କ୍ଷେତ୍ରମୋହନ ମିଶ୍ର ଏବଂ ମା ହେଉଛନ୍ତି ଚାରୁଲତା ମିଶ୍ର। କଟକରେ ୧୧ ଜାନୁଆରୀରୁ ଜନ୍ମଗ୍ରହଣ କରିଥିଲେ ତପୁ ମିଶ୍ର। ସେ କଟକରେ ହିଁ ରୁହନ୍ତି ଏବଂ ସେହିଠାରୁ ହିଁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ତପୁ ମିଶ୍ର।


ପ୍ରଥମ ଥର ପାଇଁ କୁଳ ନାନ୍ଦନରେ ଗୀତ ଗାଇଥିଲେ ତପୁ ମିଶ୍ର। ତା ପରେ ପରେ ନିଜେ ଜର୍ଣି ଆରମ୍ଭ କରିଥିଲେ ତପୁ ମିଶ୍ର। ଦୀର୍ଘ ଦୁଇଦଶନ୍ଧି ଧରି ଲୋକଙ୍କୁ ହିଟ୍ ଗୀତ ଦେଇ ଆସୁଥିଲେ ତପୁ ମିଶ୍ର। ଏବେବି ବୋହୁତ ସୁନ୍ଦର ଗୀତ ଗାଇ ଲୋକମାନଙ୍କ ମନକୁ ବେଶ୍ ଛୁଇଁଥିଲେ ତପୁ ମିଶ୍ର। ତେବେ ତପୁ ମିଶ୍ରଙ୍କ ଅକାଳ ବିୟୋଗରେ ସମସ୍ତେ ଦୁଃଖ ପ୍ରକାଶ କରିବା ସହିତ ଓଲିଉଡ ଜଗତରେ ଏବେ ଶୋକର ଛାୟା ଖେଳି ଯାଇଛି। ଗତକାଲି ସେ ବିଳମ୍ବିତ ରାତି ୧୧ ଟାରେ ମୃତ୍ୟୁବରଣ କରିଛନ୍ତି। ଆମେ ଜଗନ୍ନାଥଙ୍କ ପାଖରେ ପାର୍ଥନା କରୁଛୁ ତପୁ ମିଶ୍ରଙ୍କ ଆତ୍ମାର ସ୍ୱର୍ଗତି ନିମନ୍ତେ ଏବଂ ଏମିତି ସେ ଓଲିଉଡରେ ଆମର ହୋଇ ରାହିଥାନ୍ତୁ।