Odia Vastu: ଲୁଣ ଘରର କେଉଁ ଜାଗାରେ ରଖିଲେ, 10 ଗୁଣା ଧନ ବଢିଥାଏ, ଥରେ ରଖିକି ଦେଖନ୍ତୁ ଆଉ କୁହନ୍ତୁ

ନମସ୍କାର ବନ୍ଧୁଗଣ ମନୁଷ୍ୟ ଜୀବନର ସବୁ କଥାର ସନ୍ତୁଳନ ରହିବା କାହିଁକି ମହତ୍ତ୍ଵପୂର୍ଣ୍ଣ ଅଟେ ଏହା ଆମକୁ ଲୁଣ ଠାରୁ ଶିଖିବା ଉଚିତ୍। ଲୁଣ ଠାରୁ ଆମେ ସନ୍ତୁଳନ ଜୀବନର ପାଠପଢି ପାରିବା। ଯେମିତି ଆମର ଖାଦ୍ୟରେ ଲୁଣର କଣ ମହତ୍ତ୍ଵ ରହିଛି ଏହା ତ ଆମେ ସମସ୍ତେ ଭଲ ଭାବରେ ଜାଣିଛନ୍ତି ଏବଂ ଏହବି ଜାଣିଛନ୍ତି ଯେ ଖାଦ୍ୟରେ ଠିକ୍ ମାତ୍ରାରେ ହିଁ ଲୁଣ ପକାଯାଏ ତେବେ ହିଁ ଖାଦ୍ୟରେ ସ୍ଵାଦ ଆସିଥାଏ। ଖାଦ୍ୟରେ ଆବଶ୍ୟକତା ଠାରୁ କମ୍ କିମ୍ବା ଅଧିକ ଲୁଣ ପକାଇବା ଦ୍ଵାରା ଖାଦ୍ୟର ଶ୍ୱାସ ଖରାପ ହୋଇଯାଇଥାଏ।

ଏହା ସହିତ ସ୍ବାସ୍ଥ୍ୟ ଦୃଷ୍ଟି କୋଣରୁ ବି ହାନିକାରକ ହୋଇଥାଏ। ସେହିପରି ଆମ ଜୀବନରେ କିଛି ମହତ୍ତ୍ଵପୂର୍ଣ୍ଣ ବସ୍ତୁର କମି ବା ଅଧିକ ବି କୌଣସି ସୁଖ ଆଣିପାରି ନଥାଏ ବରଂ ହାନିକାରକ ହୋଇଥାଏ। ଯଦି ବିଜ୍ଞାନର କଥା ହେବା ତ ଲୁଣ ଆମର ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ। ଆମର ମସ୍ତିଷ୍କର ସ୍ବାସ୍ଥ୍ୟ ପାଇଁ ବି ଲୁଣ ଅତ୍ୟନ୍ତ ଆବଶ୍ୟକ ଅଟେ। ସେହି ପ୍ରକାର ଜ୍ୟୋତିଷ ଶାସ୍ତ୍ରରେ ବି ଲୁଣର ସାଧାରଣ ମହତ୍ତ୍ଵ କୁହାଯାଇ ଅଛି। ଲୁଣ ଆମ ଖାଦ୍ୟରେ ସ୍ଵାଦ ବଢାଇବାର କାମ କରିଥାଏ ତାହା ସହିତ ଆମର ଜୀବନରେ ବି ସକାରାତ୍ମକତା ଆଣିବାରେ ବି କାମ କରିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଲୁଣ ବିଷୟରେ କିଛି ଏମିତି ଉପାୟ କୁହାଯାଇଛି ଯାହାଦ୍ଵାରା ଆମେ ଆମ ଜୀବନର ଦଶା ଏବଂ ଦିଶା ଦୁଇଟିକୁ ହିଁ ବଦଳାଇ ଦେଇ ପାରିବା। ମାତ୍ର ଏକ ଚୁଟୁକି ଲୁଣରେ ଏହି ଏମିତି କ୍ଷମତା ରହିଥାଏ କି ଆମକୁ ଗରୀବରୁ ରାଜା ବନେଇ ଦେଇପାରେ। ଆଜି ଆସନ୍ତୁ ଲୁଣର କିଛି ମହତ୍ତ୍ଵ ପୂର୍ଣ୍ଣ ଉପାୟ ବିଷୟରେ ଜାଣିବା ଯାହା ପ୍ରାଚୀନ କାଳରୁ ହିଁ କେତେକ ଘରେ ପ୍ରତିଦିନ ପାଳନ କରାଯାଉଛି। ଏହିସବୁ କଥା ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ଅଛି। ଆପଣ ବି ଲୁଣର ଏହି ଉପାୟକୁ ଅବଶ୍ୟ କରନ୍ତୁ।

ଲୁଣ ସକାରାତ୍ମକ ଉର୍ଯାର ଭଣ୍ଡାର ହୋଇଥାଏ। ତାହା ସହିତ ଏଥିରେ ଏତେ ଶକ୍ତି ରହିଥାଏ କି ଆପଣଙ୍କ ଆଖପାଖର ଥିବା ନକାରାତ୍ମକ ଶକ୍ତିକୁ ମଧ୍ୟ ଦୂର କରିଦେଇଥାଏ। ଏଥିପାଇଁ ଘରର ଚାରି କୋଣରେ ଏକ ପତ୍ରରେ ଲୁଣ ଭରିକି ଅବଶ୍ୟ ରଖନ୍ତୁ। ପୋଛାର ପାଣିରେ ଅଳ୍ପ ଲୁଣ ପକାଇ ଘର ପୋଛିବା ଦ୍ବାରା ମଧ୍ୟ ପୁରା ଘରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଯଦି ଘରେ ବାରମ୍ବାର କ୍ଳେଶ ହୋଇଥାଏ କିମ୍ବା ପରିବାରର ସଦସ୍ୟଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ମତ ପାର୍ଥକ୍ୟ ହୋଇଥାଏ ତ ଆପଣ ଲୁଣର ଏହି ଉପାୟ ଅବଶ୍ୟ କରନ୍ତୁ।

ବନ୍ଧୁଗଣ ଆମର ଗାଧୁଆ ଘରେ ଯଦି କୌଣସି ପ୍ରକାରର ବାସ୍ତୁ ଦୋଷ ହୋଇଥାଏ ତ ତାହାର ନକାରାତ୍ମକ ପ୍ରଭାବ ପୁରା ପରିବାରର ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ଯେଉଁ କାରଣରୁ ପରିବାରର ସଦସ୍ୟ ଗୋଟେ ପରେ ଗୋଟେ ବିମାରରେ ପଡ଼ିବାକୁ ଲଗାନ୍ତି। ଏହା ସହିତ ଘରର ଆର୍ଥିକ ସ୍ଥିତି ବି ପ୍ରଭାବିତ ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ଏହାର ଉପାୟ କୁହାଯାଇଛି ଏଥିପାଇଁ ଗାଧୁଆ ଘରେ ଏକ କାଚର ପତ୍ରରେ ଲୁଣ ଭରି କରି ରଖି ଦିଅନ୍ତୁ ଏବଂ ତାକୁ ପ୍ରତି ସପ୍ତାହରେ ବଦଳାଇ ନୂଆ ଲୁଣ ରଖନ୍ତୁ ଏହାଦ୍ବାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ।

ଘରର ମୁଖ୍ୟ ଦ୍ବାର ଆମ ଘରର ସବୁଠାରୁ ସମ୍ବେଦନଶୀଳ ସ୍ଥାନ ହୋଇଥାଏ। ଏହା ସେହି ଜାଗା ହୋଇଥାଏ ଯେଉଁ ବାଟ ଦେଇ ନକାରାତ୍ମକ ଶକ୍ତି ଆମ ଘରକୁ ସବୁଠୁ ପ୍ରଥମେ ପ୍ରବେଶ କରିଥାଏ। ଏଥିପାଇଁ ମୂଲ୍ୟ ଦ୍ଵାରରେ ଏକ ଲାଲ୍ କପଡ଼ାରେ ଲୁଣକୁ ବାନ୍ଧିକରି ଟାଙ୍ଗି ଦିଅନ୍ତୁ। ଲୁଣର ସକାରାତ୍ମକତାରୁ ଘରକୁ ଆସିବାକୁ ଥିବା ସବୁ ସଙ୍କଟ ଦ୍ଵାର ପାଖରେ ହିଁ ରହିଯିବ ଏବଂ ନକାରାତ୍ମକ ଉର୍ଜା ଆପଣଙ୍କ ଘରେ ପ୍ରବେଶ କରି କରିବ ନାହିଁ। ଏହା ସହିତ କୁଦୃଷ୍ଟିରୁ ଆମ ଘରର ରକ୍ଷା ହୋଇଥାଏ।

ବନ୍ଧୁଗଣ ଆପଣ ଘରର ବଡ଼ ମହିଳାମାନଙ୍କୁ ନଜର ଉତ୍ତାରିବାର ଦେଖିଥିବେ। ସେଥିପାଇଁ ସେ ଲୁଣର ବି ପ୍ରୟୋଗ କରିଥାନ୍ତି କାହିଁକି ନା ଲୁଣ ଦୃଷ୍ଟି ଦୋଷ ଦୂର କରିଥାଏ ଏବଂ ଶରୀରରୁ ସବୁ ନକାରାତ୍ମକତାକୁ ବାହାରକୁ ବାହାରକରି ଦେଇଥାଏ। ପିଲାମାନଙ୍କୁ ଯଦି ବାରମ୍ବାର ନଜର ଲାଗିଥାଏ ତ ସେମାନଙ୍କ ଗାଧୋଇବା ପାଣିରେ ଲୁଣ ମିଶାଇ କରି ସେମାନଙ୍କୁ ଗାଧୋଇବା ପାଇଁ ଦିଅନ୍ତୁ ଏହାଦ୍ବାରା ଆରାମ ମିଳିଥାଏ।

ଲୁଣ ରାହୁ ଏବଂ କେତୁର ଦୁପ୍ରଭବକୁ ବି ଦୂର କରିବାରେ ସାହାଯ୍ୟ କରିଥାଏ। ରାତିରେ ଶୋଇବା ପୁର୍ବରୁ ପାଣିରେ ଲୁଣ ମିଶାଇ ସେଥିରେ ହାତ ମୁହଁ ଧୋଇକି ଶୋଇଲେ ତେବେ ସବୁ ଖରାପ ଶକ୍ତି ଯାହା ରାତିରେ ସକ୍ରିୟ ହୋଇଥାନ୍ତି ସେହି ସବୁ ଆପଣଙ୍କ ଠାରୁ ଦୂରେଇ ରହିବ ଏବଂ ଆପଣଙ୍କୁ ସ୍ବପ୍ନ ଦୋଷରୁ ବି ମୁକ୍ତି ମିଳିଥାଏ।

ଯଦି ଆପଣଙ୍କ ପରିବାରରେ ସର୍ବଦା ମତ ପାର୍ଥକ୍ୟ ଲାଗି ରହୁଥାଏ, ପତି ପତ୍ନୀ ମଧ୍ୟରେ ବି ଝଗଡ଼ା ଲାଗି ରହୁଥାଏ କିମ୍ବା କୌଣସି ପ୍ରକାରର ମାନସିକ ଅଶାନ୍ତି ଲାଗି ରହୁଥାଏ ତେବେ ରକ୍ ସଲ୍ଟ ଏହାର ପ୍ରୟୋଗ ଭଲ କାମ କରିଥାଏ। ପତି ପତ୍ନୀ ନିଜ ଶୟନ କକ୍ଷରେ ଗୋଟେ ପତ୍ରରେ ସନ୍ଧବ ଲବଣ ଭରି କରି ରଖନ୍ତୁ ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂର ହେବ।

ବନ୍ଧୁଗଣ ଏହିସବୁ ଉପାୟ ଦ୍ଵାରା ଆପଣ ଆପଣଙ୍କ ଜୀବନରୁ ସବୁ ନକାରାତ୍ମକତା ଦୂର କରି ପାରିବେ ଏବଂ ଘରେ ଖୁସୀ ଆଣି ପାରିବେ କିନ୍ତୁ ଲୁଣର ଉପଯୋଗକୁ ନେଇ କରି କିଛି ମହତ୍ତ୍ଵପୂର୍ଣ୍ଣ କଥା ଧ୍ୟାନ ରଖିବାକୁ ହୋଇଥାଏ ତେବେ ଆସନ୍ତୁ ଜାଣିବା।

ରାତ୍ରି ସମୟରେ ଆପଣ କୌଣସି ବି ବାହାର ଲୋକଙ୍କୁ ଭୁଲ୍ ରେ ବି ଲୁଣ ଦିଅନ୍ତୁ ନାହିଁ।

ଲୁଣକୁ କେବେବି କାହାରି ହାତରେ ସିଧା ଦିଅନ୍ତୁ ନାହିଁ ବରଂ ତାର ଥାଳିରେ ଦେଇ ଦିଅନ୍ତୁ ନହେଲେ ସେହି ବ୍ୟକ୍ତି ସହିତ ଆମର ବାଦବିବାଦ ହୋଇପାରେ।

ଲୁଣକୁ କେବେବି ଷ୍ଟିଲ୍ ବା ଲୁହା ପତ୍ରରେ ରଖନ୍ତୁ ନାହିଁ। ଲୁହା ଶନିଦେବଙ୍କ ଧାତୁ ଅଟେ ଏବଂ ଲୁଣ ଉପରେ ଶୁକ୍ରଗ୍ରହର ପ୍ରଭାବ ରହିଥାଏ ଏବଂ ଏହି ଦୁଇ ଜଣଙ୍କ ଯୁକ୍ତି କେବେବି ଶୁଭ ମାନାଯାଇ ନଥାଏ। ଲୁଣକୁ ଲୁହାର ପତ୍ରରେ ରଖିବା ଦ୍ଵାରା ଘରେ କ୍ଳେଶ ବଢ଼ିଥାଏ। ଏଥିପାଇଁ ଏମିତି କରନ୍ତୁ ନାହିଁ। ଲୁଣକୁ ସର୍ବଦା କାଚର ପତ୍ରରେ ରଖନ୍ତୁ।