ଓଡ଼ିଆ ହିରୋ Aakashଙ୍କ ଘରକୁ ଆସିଲା ବଡ ଖୁସି ଖବର, ସୋସିଆଲ ମିଡିଆରେ ନିଜେ କହିଲେ ଏମିତି

ନମସ୍କାର ବନ୍ଧୁଗଣ ଓଲିଉଡ ଜଗତକୁ ଆସିଲା ବଡ଼ ଖୁସିର ଖବର ଦ୍ୱିତୀୟ ସନ୍ତାନର ବାପା ହେଲେ ନେତା ତଥା ଓଲିଉଡର ସୁପରଷ୍ଟାର ଆକାଶ ଦାସନାୟକ । ତେବେ ଏହା ଉପରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ଆପଣମାନେ ଆକାଶ ଦାସନାୟକଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ।

ତାଙ୍କ ବାପାଙ୍କ ନାମ ହେଉଛି ମାୟାଧର ନାୟକ ଏବଂ ତାଙ୍କ ମାଙ୍କ ନାମ ଇନ୍ଦିରା ଦାସ। ଆକାଶ ଓଡ଼ିଆ ଆଲବମ୍ ଜଗତ ଜରିଆରେ ଓଲିଉଡରେ ଏଣ୍ଟ୍ରି କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ହେଉଛି କଳିଙ୍ଗ ପୁତ୍ର, ସେ ଏହି ଫିଲ୍ମରେ ବୋହୁତ ସୁନ୍ଦର ଅଭିନୟ କରିଥିଲେ |


ଯାହା ଫଳରେ ତାଙ୍କୁ ଓଲିଉଡର ବୋହୁତ ସାରା ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା ଏବଂ ସେ ବର୍ତ୍ତମାନ ସମୟରେ ଓଲିଉଡର ୩୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି ଏବଂ ଓଡ଼ିଶାର ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନେଇବାରେ ସଫଳ ହୋଇ ପାରିଛନ୍ତି।

ତେବେ ଗତ କିଛିଦିନ ତଳେ ଦ୍ୱିତୀୟ ପୁତ୍ର ସନ୍ତାନର ବାପା ହୋଇଛନ୍ତି ଆକାଶ ଦାସ। ତାଙ୍କ ଧର୍ମ ପତ୍ନୀ ଶୁଭ୍ରଜ୍ୟୋତି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ପୂର୍ବରୁ ମଧ୍ୟ ଆକାଶଙ୍କର ଏକ ପୁଅ ଅଛି ଏବଂ ତାଙ୍କର ଦ୍ୱିତୀୟ ସନ୍ତାନ ବର୍ତ୍ତମାନ ଜନ୍ମ ନେଇଛି ପୁତ୍ର ସନ୍ତାନର ବାପା ହୋଇଛନ୍ତି ଓଲିଉଡର ଷ୍ଟାର ଆକାଶ।

ତେବେ ଦର୍ଶକ ବନ୍ଧୁ ଏହି କଥାକୁ ନିଜେ ସେୟାର କରିଛନ୍ତି ଆକାଶ ଏହାପରେ ଆକାଶଙ୍କର ଫ୍ୟାନମାନେ ଓ ଓଲିଉଡର ସମସ୍ତ ମଧ୍ୟ ଆକାଶଙ୍କୁ ଶୁଭେଛା ଜଣାଇଛନ୍ତି।