ଓଡିଶାର ଏଠି ଦେଖାଯାଉଥିଲା ଏଲିୟନ୍ସ UFO in Odisha, ସାମ୍ନାକୁ ଆସିଲା ଏମିତି କିଛି ଫୋଟୋ

ନମସ୍କାର ବନ୍ଧୁଗଣ ସାରା ଦୁନିଆରେ ୟୁଏଫ୍ଓ (UFO) ଦେଖା ଯିବାର କଥା ପ୍ରାୟତଃ ଶୁଣିବାକୁ ମିଳେ। ତେବେ ତାହା ଆମେରିକାର ଏରିଆ ୫୧ ଯେଉଁ କିମ୍ବା ଭାରତର ପିଓକେ। ଏହି ସ୍ଥାନ ମାନଙ୍କରେ ସବୁବେଳେ ୟୁଏଫ୍ଓ (UFO) କିମ୍ବା ଉଡନ୍ତାଦସ୍ତରି ଦେଖିବାର କଥା ସାମ୍ନାକୁ ଆସିଛି। କିଛି ଲୋକ ବିଶ୍ୱାସ କରନ୍ତି କି ୟୁଏଫ୍ଓ (UFO) ବା ଏଲିୟନ୍ ଭଳି କିଛି ଜିନିଷ ଆମ ଦୁନିଆରେ ନାହିଁ ଏବଂ କିଛି ଲୋକ ଏହାକୁ ବିଶ୍ୱାସ ମଧ୍ୟ କରନ୍ତି। ୟୁଏଫ୍ଓ (UFO) ବା ଏଲିୟନ୍ ଅଛନ୍ତି ବୋଲି ମାନୁଥିବା ଲୋକଙ୍କ ସଂଖ୍ୟା ଅନ୍ୟ ମାନଙ୍କ ଠାରୁ ଅଧିକ କିନ୍ତୁ ଆଜି ଏହି ବିଷୟ ଜାଣି ସାରିବା ପରେ ଏଲିୟନ୍ କୁ ନମାନୁଥିବା ଲୋକ ବିଶ୍ୱାସ କରିବେ ଯେ ସତରେ ଏଲିୟନ୍ ଅଛନ୍ତି। କାରଣ ଏହି ଭଳି ରହସ୍ୟମୟ ଘଟଣା ଘଟିଛି ଆମ ଓଡ଼ିଶାରେ।

ତେବେ ଚାଲନ୍ତୁ ଜାଣିବା ଏହି ଘଟଣାଟି ଆମ ଓଡ଼ିଶାର କେଉଁଠାରେ ଘଟିଛି। ଏହି ଘଟଣା ହେଉଛି ୧୯୪୭ ମସିହାର କିନ୍ତୁ ସେତେବେଳେ ଆମ ଦେଶ ସ୍ବାଧୀନ ହୋଇନଥିଲା। ସେହି ସମୟରେ ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ଏହି କଥା ସାମ୍ନାକୁ ଆସିଥିଲା। ସେ ସମୟରେ ୟୁଏଫ୍ଓ (UFO) କଣ ସେହି ବିଷୟରେ କାହାକୁ ବି ଜଣା ନଥିଲା କିନ୍ତୁ ଲୋକଙ୍କ ପାଇଁ ତାହା ଅଜବ ଥିଲା। ତେଣୁ କରି ଏହା ଭାରତରେ ପୁରା ଚର୍ଚ୍ଚାର ବିଷୟ ପାଲଟିଥିଲା। କାରଣ କିଛି ଗୋଟେ ଅଲଗା ଦେଖା ଯାଉଥିବା ଜିନିଷ ଆକାଶରୁ ଖସିବାର ଲୋକମାନେ ଦେଖିଥିଲେ। ସେଠାକାର ସ୍ଥାନିତ ଲୋକଙ୍କ ହିସାବରେ ସେମାନେ ଏକ ଏଭଳି ଜିନିଷ ଦେଖିଥିଲେ ଯାହା ପ୍ଲେଟ୍ ଭଳି ସମାନ ଥିଲା ଏବଂ ସେହି ଭଳି ବୋହୁତ ସମୟ ଧରି ଆକାଶରେ ଘୁରି ବୁଲିଲା।

ହେଲେ ତାକୁ ଦେଖିବାକୁ ଯେତେବେଳେ ଭିଡ ବଢିଲା ସେ ହଠାତ୍ ଦୂର ଆକାଶରେ ଆଖି ପୁଛୁଳାକେ ଉଭାନ ହୋଇଗଲା ଏବଂ ଏହି ଘଟଣାକୁ କୟେଦ କରିବାକୁ ସେହି ସମୟରେ କ୍ୟାମେରା ନଥିଲା। ଏହି ଘଟଣାକୁ କିଛି ଦିନ ବିତିଥିଲା ହଠାତ୍ ପୁଣି ଏକ ୟୁଏଫ୍ଓ (UFO) ଦେଖାଯିବା କଥା ସାମ୍ନାକୁ ଆସିଲା କିନ୍ତୁ ଏଥର ୟୁଏଫ୍ଓ (UFO) ଆକାଶରେ ନୁହେଁ କାହା ଘରେ ଦେଖା ଯାଇଥିଲା ତାହା ପୁଣି ଗୋଟିଏ ତାଳ ପାତ୍ରରେ। ଯାହାକୁ ଦେଖିବା ପାଇଁ ପଞ୍ଚାନନ ମହାରଣାଙ୍କ ଘରେ ଭିଡ ଲାଗିଥିଲା।

ପଞ୍ଚାନନ ମହାରଣା ନୟାଗଡର ବାସିନ୍ଦା। ସେ ପେଶାରେ ଚିତ୍ରକାର ଥିଲେ। ତାଳ ପତ୍ରରେ ସେ ଅତି ସୂକ୍ଷ୍ମ କାର୍ଯ୍ୟ କରି ସେ ଅତି ସୁନ୍ଦର ଚିତ୍ର ଆଙ୍କି ପାରୁଥିଲେ। ଯେକୌଣସି ଚିତ୍ର ତାଳ ପତ୍ରରେ ଆଙ୍କିବା ତାଙ୍କ ବାମ ହାତର କଥା ଥିଲା। ଯେତେବେଳେ ୩୧ ମେ ୧୯୪୭ ରେ ସେ ଯେଉଁ ୟୁଏଫ୍ଓ (UFO) କୁ ଦେଖିଥିଲେ ତାହାକୁ ସେ ନିଜ ହାତରେ ତାଳ ପତ୍ରରେ ଆଙ୍କି ଥିଲେ। ଯାହାହିଁ ଗୋଟାଏ ମାତ୍ର ପ୍ରମାଣ କି ସେତେବେଳେ ୟୁଏଫ୍ଓ (UFO) ଆସିଥିଲା। ସେହି ଦିନର ଘଟଣା ପରେ ଅନେକ ଲୋକ କୁହନ୍ତି ସେମାନେ ଆକାଶରେ ନିଜେ ବରଂ କୌଣସି ପାହାଡିଆ ଜାଗାରେ ଓହ୍ଲାଇ ଥିଲେ। ତେଣୁ କରି ସେଠାରେ ରହୁଥିବା ଜୀବଜନ୍ତୁ ମାନେ ଜୋର୍ କରି ଚିତ୍କାର କରିବାକୁ ଲାଗିଥିଲେ।

ଖାଲି ସେତିକି ନୁହେଁ ଯେମିତି ପଞ୍ଚାନନ ମହାରଣାଙ୍କର ଏହି ଚିତ୍ର ପ୍ରଚାର ହୋଇଗଲା ଇଂରେଜମାନେ ଏହାକୁ ଦେଖିବା ପାଇଁ ନୟାଗଡ଼ ଆସିଥିଲେ ଏବଂ ସେ ତାଳ ପତ୍ରରେ ଅଙ୍କିତ ଚିତ୍ରକୁ ଦେଖି ବୁଝି ଯାଇଥିଲେ ଯେ ତାହା ୟୁଏଫ୍ଓ (UFO) ହିଁ ଥିଲା। କାରଣ ସେହି ସମୟରେ ଆମେରିକାର ରୋଜୱେଲ୍ ଅର୍ଥାତ୍ ଏରିଆ ୫୧ ରେ ମଧ୍ୟ ୟୁଏଫ୍ଓ (UFO) ଦେଖା ଯିବାର ଖବର ସାମ୍ନାକୁ ଆସିଥିଲା। ଇଂରେଜମାନଙ୍କ ଲୋକଙ୍କ କହିବା ଅନୁସାରେ ସେହି ପାହାଡିଆ ସ୍ଥାନକୁ ଯାଇଥିଲେ। ସେଠାରେ ସବୁକିଛି ଛନବିନ୍ କରିବା ପରେ ତାଙ୍କୁ ଏକ ଛୋଟ ୟୁଏଫ୍ଓ (UFO) ମିଳିଥିଲା। ଯାହାକୁ ସେମାନେ ନିଜ ସହ ନେଇଯାଇଥିଲେ ଏବଂ ପଞ୍ଚାନନ ମହାରଣାଙ୍କ ଦ୍ଵାରା ଚିତ୍ରିତ ୟୁଏଫ୍ଓ (UFO) କୁ ଦି ଅବ୍ଲିଟୋରାରି ଜର୍ନାଲ୍ ନାମକ ପୁସ୍ତକରେ ଉଲ୍ଲେଖ କରାଯାଇଥିଲା କିନ୍ତୁ ପରେ ଏହା ଲୋକଙ୍କର ଏକ ଭ୍ରମ ବୋଲି କହି କୌଣସି ପ୍ରାଧାନ୍ୟ ଦିଆଗଲା ନାହିଁ।

ପଞ୍ଚାନନ ମହାରଣା ଏବଂ ସେ ସମୟର ଲୋକମାନେ ତ ଏବେ ଦୁନିଆରେ ନାହାଁନ୍ତି କିନ୍ତୁ ସମସ୍ତେ ମାରିବା ପୂର୍ବରୁ କହିଥିଲେ କି ଏସବୁ ତାଙ୍କର ଭ୍ରମ ନୁହେଁ ଏହା ସତ୍ୟ, ସେମାନେ ସତରେ ୟୁଏଫ୍ଓ (UFO) ଦେଖିଥିଲେ। ଓଡ଼ିଶାରେ ୟୁଏଫ୍ଓ (UFO) ଦେଖାଯିବାର ମାସେ ପରେ ଏରିଆ ୫୧ ରେ ୟୁଏଫ୍ଓ (UFO) ର କ୍ରାସ୍ ହୋଇଥିଲା। ଯାହାଦ୍ଵାରା ପୁରା ଦୁନିଆ ଜାଣି ସାରିଥିଲା କି ଏଲିୟନ୍ ମାନେ ଆମ ପୃଥିବୀକୁ ଯିବା ଆସିବା କରୁଛନ୍ତି ଏବଂ ଦୂରରୁ ଆମ ଉପରେ ନଜର ରଖୁଛନ୍ତି।