ଓଲିଉଡ ହିରୋଇନ Barsha Priyadarshini ଦେବାଶିଷ ଘରେ ଜାଳିଲେ ଦୀପ ତାପରେ ଯାହା ହେଲା, ଜାଣିଲେ ବିଶ୍ୱାସ କରିପାରିବେ ନାହିଁ

ନମସ୍କାର ବନ୍ଧୁଗଣ ଓଲିଉଡ ଅଭିନେତା ଦେବାଶିଷଙ୍କ ଘରେ ଦୀପ ଜାଳିଲେ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ତେବେ କାହିଁକି ଜାଣିଲା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଓଲିଉଡ଼ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବୋହୁତ ଦିନ ହେଲାଣି ବିବାଦ ଲାଗି ରହିଛି।

ଓଲିଉଡ଼ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାଁରେ ଶାରିରୀକ ଏବଂ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେହିଭଳି ଅନୁଭବ ମଧ୍ୟ ବର୍ଷାଙ୍କ ନାଁରେ ଛାଡ଼ପତ୍ର ମାମଲା ରୁଜୁ କରିଥିଲେ। ବୋହୁ ଚର୍ଚ୍ଚିତ ବିଜେଡ଼ି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଏବେ ପର୍ଯ୍ୟନ୍ତ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ।

ଏହି ମାମଲାର ଶୁଣାଣି ଜଷ୍ଟିସ୍ ଋଷିକେଶ ରାୟଙ୍କ ଖଣ୍ଡପିଠରେ ହୋଇଥିଲା। ଦିଲ୍ଲୀର ପଟିୟାଲା ହାଉସ୍ ପାରିବାରିକ ଅଦାଲତରେ ଅନୁଭବଙ୍କ ଦ୍ଵାରା ଦାଖଲ ହୋଇଥିବା ଛାଡ଼ପତ୍ର ମାମଲା ଉପରେ ସ୍ତଗିତ ଆଦେଶ ଜାରି କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଉଭୟ ପକ୍ଷ ମଧ୍ୟରେ ସହମତିକ ଭିତ୍ତିକ ଆଲୋଚନା ଓ ସମାଧାନ ପାଇଁ ଉଭୟ ପକ୍ଷର ଓକିଲଙ୍କୁ ପରାମର୍ଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ।

ସର୍ବୋଚ୍ଚ ନ୍ୟାୟାଳୟର ମଧ୍ୟସ୍ଥତା କେନ୍ଦ୍ର ଜରିଆରେ ଏହି ବିବାଦର ସମାଧାନ କରିବା ପାଇଁ କୁହାଯାଇଥିଲା। ତେବେ ଓଲିଉଡର ସୁପରହିଟ ଅନୁଭବ ମହାନ୍ତି ଏବଂ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟରେ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ। ତେବେ ଏହି ଯୋଡି କେବେ ଏକାଠି ହେଉଛନ୍ତି ତାହା ସମୟ କହିବ।

ଏହି ଯେଉଁ ଫଟୋ ଆପଣମାନେ ଦେଖି ପାରୁଛନ୍ତି ଇଏ କୌଣସି ରୀୟଲ୍ ଲାଇଫର କଥା ନୁହେଁ ଇଏ ହେଉଛି ରିଲ୍ ଲାଇଫର। ନିକଟ ଅତୀତରେ ବର୍ଷା ପ୍ରିୟଦର୍ଶିନୀଙ୍କ ରିଲିଜ୍ ହୋଇଥିବା ଫିଲ୍ମ ବିଜୟିନୀର କିଛି ଦୃଶ୍ୟ।