Ollywood: ଦିନେ ସମସ୍ତଙ୍କ ହୃଦୟରେ କରୁଥିଲେ ରାଜ, କିନ୍ତୁ ବାହାଘର ପରେ ପରିବାର ପାଇଁ ଅଭିନୟ ଛାଡିଦେଲେ ଏହି Heroine ମାନେ

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା ଓଲିଉଡର ଅଭିନେତ୍ରୀ ମାନଙ୍କ ବିଷୟରେ ଯେଉଁମାନେ କି ବାହା ହୋଇ ସାରିବା ପରେ ଅଭିନୟ ଛାଡି ଦେଇଛନ୍ତି।

ମୋନାଲିସା

ଆପଣମାନେ ତ ମୋନାଲିସାଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ମୋନାଲିସା ଓଲିଉଡ ଅଭିନେତା ଦେବାଶିଷ ପାତ୍ରଙ୍କୁ ବାହା ହେବାପରେ ଓଲିଉଡ ଜଗତରୁ ଦୂରେଇ ଯାଇଥିଲେ। ଏବେ ସେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅର ମା ମଧ୍ୟ ହୋଇ ସାରିଛନ୍ତି।

ସୁଇଟି ପଟ୍ଟନାୟକ

ଯିଏକି ଜଣେ ଚୁଲବୁଲି ନାୟିକା ଭାବରେ ଖୁବ୍ ଜଣାଶୁଣା। ଆଲବମ୍ ପରେ ସୁଇଟି ଶିରିୟଲରେ ଅଭିନୟ କରୁଥିଲେ। ୨୦୧୬ ମସିହାରେ ଚନ୍ଦନ ମହାପାତ୍ରଙ୍କୁ ବାହା ହୋଇ ଅଭିନୟ କ୍ୟାରିୟରରୁ ଦୂରେଇ ଯାଇଛନ୍ତି ସୁଇଟି।

ଆମେଲି ପଣ୍ଡା

ଆପଣମାନେ ଆମେଲିଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ।ଯିଏକି ଜଣେ ଆଲବମ୍ ଜଗତର ଜଣାଶୁଣା ଅଭିନେତ୍ରୀ। ଆମେଲିଙ୍କ ସ୍ବାମୀଙ୍କ ନାମ ହେଉଛି ନୀଲ ଘୋଟା। ଆମେଲି ବିବାହ ପରେ ଓଲିଉଡ ଜଗତରୁ ଦୂରେଇ ଯାଇଛନ୍ତି।

ଏଲିନା ଦାସ
ଆପଣମାନେ ତ ଏଲିନା ଦାସଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ଏଲିନା ବିବାହ ପରେ ଅଭିନୟ ଛାଡି ଦେଇଛନ୍ତି ଏବଂ ସେ ଏବେ ପାଲିଟିକ୍ସ୍ ରେ ଯୋଗଦାନ କରିଛନ୍ତି। ଏହା ସହିତ ସେ ତାଙ୍କ ଘର ଓ ପରିବାର ଲୋକଙ୍କ ଖୁବ୍ ଭଲ ଭାବରେ ଧ୍ୟାନ ରଖୁଛନ୍ତି।

ମିଠୀ

ଆପଣମାନେ ଓଲିଉଡର ଚୁଲବୁଲି ନାୟିକା ମିଠୀଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ। ମିଠୀ ବିବାହ ପରେ ଆଲବମ୍ ଜଗତରୁ ଦୂରେଇ ଯାଇଛନ୍ତି ଏବଂ ସେ ତାଙ୍କ ଘର ଓ ପରିବାରକୁ ଖୁବ୍ ସୁନ୍ଦର ଭାବରେ ଚଳାଉଛନ୍ତି।

ମାମା ମିଶ୍ର

ଦର୍ଷକବନ୍ଧୁ ଆପଣମାନେ ତ ମାମା ମିଶ୍ରଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ବୋହୁତସାରା ଚଳଚ୍ଚିତ୍ରରେ ନିଶ୍ଚିତ ଭାବରେ ଦେଖିଥିବେ। ମାମା ମିଶ୍ର ସିଦ୍ଧାନ୍ତ ମହାପାତ୍ରଙ୍କୁ ବିବାହ କରିବା ପରେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ଏବଂ ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ଅଛି।