ଦ୍ରୌପଦୀ ଙ୍କ ର ବିବାହ ପରେ ଦିନେ ନାରଦ ମୁନି ପାଣ୍ଡଵ ଙ୍କୁ ସାକ୍ଷ୍ୟାତ କରିବାକୁ ଯାଇଥିଲେ I ସେତେବେଳେ ନାରଦ କହିଥିଲେ ସୁଦ ଉପସୁଦ ନାମ ଦୁଇ ରାକ୍ଷସ ନିଜ ର ପରାକ୍ରମତା ରେ ଦେବତା ଙ୍କ ଉପରେ ବି ବିଜୟ ହାସିଲ କରିଥିଲେ I କିନ୍ତୁ ଏକ ସ୍ତ୍ରୀ କାରଣ ସେମାନେ ପରସ୍ପର ର ବଦ୍ଧ କରିଥିଲେ I ତେଣୁ ଏପରି ସ୍ତିତି ତୁମର କେବେ ବି ନ ଆସୁ ଏହା ନାରଦ ପାଣ୍ଡଵ ଙ୍କୁ ଜଣାଇଥିଲେ I
ଏହା ପରେ ପାଣ୍ଡଵମାନେ ଏକ ନିୟମ କରିଲେ ଏହି ନିୟମ ଅନୁସାରେ ଦ୍ରୌପଦୀ ଏକ ନିର୍ଧାରିତ ସମୟ ପର୍ଯ୍ୟନ୍ତ ଜଣେ ଭାଇ ଙ୍କ ପାଖ ରେ ରହିବେ I ଯେତେବେଳେ ଜଣେ ଭାଇ ଦ୍ରୌପଦୀ ଙ୍କ ସହ ଏକାନ୍ତ ରେ ରହିବେ ସେତେବେଳେ ତାଙ୍କ ପାଖ କୁ ଅନ୍ୟ ଭାଇ ମାନେ ଯିବେ ନାହିଁ I ଯଦି କୌଣସି ଭାଇ ଏହି ନିୟମ ର ଉଲଂଘନ କରିଥାନ୍ତି ତେବେ ତାଙ୍କୁ ବନବାସ ଯିବାକୁ ହେବ I
ଏକ ସମୟ ରେ ଯେତେବେଳେ ଯୁଦ୍ଧିଷ୍ଟର ଏକାନ୍ତ ରେ ଦ୍ରୌପଦୀ ଙ୍କ ସହ ଥିଲେ , ସେତେବେଳେ ଅର୍ଜୁନ ଙ୍କ ପାଖ କୁ ଜଣେ ବ୍ୟକ୍ତି କାନ୍ଦି କାନ୍ଦି ଆସିଥିଲେ ଏବଂ କହିଥିଲେ ମୋ ଗାଈ ଡାକୁ ନେଇ ଯାଇଛନ୍ତି ମୋର ସହାୟତା କରନ୍ତୁ I ସବୁ ଅସ୍ତ୍ର ଶାସ୍ତ୍ର ଯୁଦ୍ଧିଷ୍ଟର ଙ୍କ ର ଘରେ ଥିଲା ଏବଂ ସେଠାରେ ଦ୍ରୌପଦୀ ବି ଥିଲେ I ଏହି ସମୟ ରେ ହିଁ ସେହି ଘର କୁ ଅର୍ଜୁନ ପ୍ରବେଶ କରିଥିଲେ ଏବଂ ଭାଇ ଭାଇ ମଧ୍ୟ ରେ ହେଇଥିବା ନିୟମ ର ଉଲଂଘନ ହେଇଥିଲା ଯାହା ଦ୍ୱାରା ଅର୍ଜୁନ ଙ୍କୁ ବନବାସ କରିବାକୁ ପଡିଥିଲା I
ଦିନେ ସତ୍ୟଭାମା ଦ୍ରୌପଦୀ ଙ୍କୁ ପଚାରିଥିଲେ ତୁମେ ଏକାକୀ କିପରି ସବୁ ଭାଇ ଙ୍କୁ ଖୁସି ରେ ରଖୁଛ , ତେବେ ଦ୍ରୌପଦୀ ଉତ୍ତର ଦେଇଥିଲେ ମୁ କ୍ରୋଧ , ମୋହ , ଅହଂକାର ଆଦି ସବୁ ରୁ ଦୁରେଇ ରହିଥାଏ ଏବଂ ପାଣ୍ଡଵ ଙ୍କ ର ସେବା ରେ ନିଜ କୁ ନିୟୋଜିତ କରିଥାଏ ତେଣୁ ଆମ ଭିତରେ କେବେ ହେଲେ ମନାନ୍ତର କି ମତାନ୍ତର ହେଇ ନ ଥାଏ I ଏବଂ ପାଣ୍ଡଵ ଯେଉଁଆଡେ ଯାଇଥାନ୍ତି ମୁ ତାଙ୍କ ସାଙ୍ଗ ରେ ଯାଇଥାଏ I