ନମସ୍କାର ବନ୍ଧୁଗଣ ବାପା ତମେ ଏତେ ଶୀଘ୍ର ଆମକୁ ଛାଡି ଚାଲିଗଲ ମୁଁ ପରା ଫିଲ୍ମରେ ହିରୋ ହୋଇନାହିଁ ତା ଆଗରୁ ତୁମେ ମତେ ଭୁଲିଗଲ କେମିତି ମୋ ସ୍ବପ୍ନ କଣ ତମେ ପୂରଣ କରିବ ନାହିଁ ତମେ ତ ଆଉ ଏହି ଦୁନିଆଁରେ ନାହଁ ତାହେଲେ ମାତ୍ର ଫିଲ୍ମରେ ସୁଯୋଗ ଦେବ କିଏ ତମେ ଜାଣିଛ ବାପା ତମେ ଗଲାପରେ ବୋଉ ତମକୁ ଝୁରି ଝୁରି କାନ୍ଦୁଛି ବୋଉ ସତରେ ତମକୁ ବୋହୁତ ଭଲ ପାଉଥିଲା ସେ କଥା ମୁଁ ଏବେ ଜାଣୁଛି ଖାଲି ଥରେ ଆସି ଦେଖିଯାଅ |
ବାପା ତମ ପାଇଁ ସାରା ଓଡିଶା କାନ୍ଦୁଛି ତମ ଅଭିନୟରେ କିଯାଦୁ ଥିଲା କେଜାଣି ଏହି ସହର ଆଜି ଲୁହ ଗଡାଉଛି ମୁଁ ସିନା ତମର ଜନ୍ମକଲା ପୁଅ ହେଲେ ତମ ଅଭିନୟକୁ ଭଲ ପାଉଥିବା ଏହି ଓଡ଼ିଶାରେ ତମର ଅନେକ ପୁଅ ଅଛନ୍ତି ମୋ ସହ ସେମାନେ ମଧ୍ୟ ତମ ପାଇଁ କାନ୍ଦୁଛନ୍ତି ଏତେ ଏତେ ଭଲ ପାଇବା ଆଉ ଏତେ ବଡ ପରିବାରକୁ ପର କରି ତମେ ଯାଇ ପାରିଲ କେମିତି ବାପା କେତେ କେତେ ଲୋକଙ୍କର ଅଭିନେତା ହେବାର ଇଚ୍ଛାକୁ ତମେ ପୂରଣ କରିଛ |
କିନ୍ତୁ ନିଜର ଏହି ପୁଅ ବେଳକୁ ତମେ ଆଖି ବୁଜିଦେଲ ଆମେ ଅଭିନେତା କରିବା ପରେ ସ୍ବପ୍ନ ଦେଖଇ ମତେ ଅଧା ବାଟରେ ଛାଡି ଚାଲିଗଲ ମତେ ହିରୋ କରିବାକୁ ସ୍ବପ୍ନ ଦେଖଇ ତମେ ଚିର ନିଦ୍ରାରେ ଶୋଇଗଲ କେମିତି ଓଡ଼ିଶାରେ ମତେ ଚିହ୍ନା କାଟିବା ପାଇଁ ନିଜେ ତ ଅଫେରା ରାଇଜକୁ ଚାଲିଗଲ ତମେ ସିନା ମୁକ୍ତି ପାଇଗଲ କିନ୍ତୁ ମତେ ଏହି ସଂସାର ମାୟାରେ ଛନ୍ଦି ଦେଇ ଚାଲିଗଲ ମୁଁ ପରା ତମର କୁନି ପୁଅ ଥରେ ବି ଭାବିଲନି ଏହି ସଂସାରର ବୋଝ ମୁଁ କେମିତି ସହିବି।
ଅଭିନୟ କରିବା ନିଶାରେ ରହି ନିଜ ଜୀବନକୁ ତମେ ଅବହେଳା କଲ ଲୋକଙ୍କୁ ହସାଇବ ବୋଲି ନିଜ ପରିବାରକୁ ଦୁଃଖ ଦେଇଗଲ ଓଡ଼ିଶା ସିନା ଜଣେ ଅଭିନେତାଙ୍କୁ ହରାଇଲା ହେଲେ ମୁଁ ହରେଇଲି ମୋ ବାପାଙ୍କୁ ମୋ ଭଗଵାନଙ୍କୁ ସମୟ ସୁଅରେ ସମସ୍ତଙ୍କ କାନ୍ଦ ବନ୍ଦ୍ ହୋଇଯିବ କିନ୍ତୁ ମୋ କାନ୍ଦ ସାରା ଜୀବନ ରହିଯିବ ମୁଁ ପରା ତମର ପୁଅ ତମ କଥା ମୋର ମରିବା ଯାଏଁ ମନେ ରହିବ ବାପା |
ଲୋକମାନେ ତମକୁ ତମ ପୁରୁଣା ଫିଲ୍ମରେ ଦେଖିବେ ମୁଁ କିନ୍ତୁ ମୋ ହୃଦୟରେ ଦେଖିବି କିଛିଦିନ ପରେ ତମକୁ ଭୁଲିଯିବେ କିନ୍ତୁ ମୁଁ ତମକୁ ଝୁରୁଥିବି ତମେ ପରା ମୋ ବାପା ମୋ ଦେବତା ମୋ ମନ ମନ୍ଦିରରେ ତମକୁ ସାଇତି ରଖିଥିଲି ପ୍ରଭୁ ଜଗନ୍ନାଥଙ୍କୁ ଖାଲି ଏତିକି ମାଗୁଛି ତମ ଆତ୍ମାକୁ ସେ ଶାନ୍ତି ଦିଅନ୍ତୁ ଆଉ ସବୁ ଜନମରେ ମତେ ତମ ପୁଅ କରି ଜନ୍ମ ଦିଅନ୍ତୁ।