Breaking ବଡ଼ ଖବର- ଫେରିଲାନି ସ୍ୱାମୀ ଦିଅରକୁ ବାହା ହେଲା ସ୍ତ୍ରୀ, ତାପରେ ଚତୁର୍ଥୀ ରାତିରେ ଯାହା ହେଲା, ଜାଣିଲେ ଚମକି ପଡିବେ…

ନମସ୍କାର ବନ୍ଧୁଗଣ ପରିବାର ଛାଡ଼ି ରୋଜଗାର କରିବା ପାଇଁ ଅନ୍ୟ ରାଜ୍ୟକୁ ଯାଇଥିଲେ ଯୁବକ,୧୩ ବର୍ଷ ପରେ ଘରକୁ ଫେରିଲା ବେଳକୁ ସାନ ଭାଇକୁ ବିବାହ କରିସାରିଥିଲେ ସ୍ତ୍ରୀ ଏବଂ ତାହା ବିଷୟରେ ଜାଣିବା ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ଏହି ଯୁବକ। ଘଟଣାଟି ଶୁଣିଲେ ବିଶ୍ୱାସ ହେଉ ନଥିଲେ ମଧ୍ୟ ଗୌରଫପୁର ବେଲୁ ଗ୍ରାମରେ ଏଭଳି ଘଟଣା ଘଟିଥିବା ଜାଣିବାକୁ ମିଳିଛି।

ଦର୍ଶକ ବନ୍ଧୁ ମିଳିଥିବା ସୂଚନା ଅନୁଯାୟୀ ବେଲୁ ଗ୍ରାମରେ ରହୁଥିବା ଶନ୍ତ କୁମାର ନାମକ ଯୁବକ ବିବାହ କରିବା ପରେ ସ୍ତ୍ରୀ, ଦୁଇ ସନ୍ତାନ ଓ ପରିବାରକୁ ଛାଡି ରୋଜଗାର ସନ୍ଧାନରେ ହାଇଦ୍ରାବାଦ ଚାଲି ଆସିଥିଲେ। ହାଇଦ୍ରାବାଦ ଆସିବା ଦୀର୍ଘଦିନ ପର୍ଯ୍ୟନ୍ତ ସେ ପରିବାର ସହିତ କୌଣସି ଯୋଗାଯୋଗ ରଖି ନଥିଲେ, ପରିବାର ଲୋକ ବର୍ଷ ବର୍ଷ ଧରି ତାଙ୍କୁ ଖୋଜିଥିଲେ ମଧ୍ଯ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା।

ଏହାରି ଭିତରେ ଶନ୍ତଙ୍କ ପତ୍ନୀ ନିଜ ଦିଅର ରାମୁ ସହିତ ରହିବାକୁ ଲାଗିଥିଲେ ଓ ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା। ତେବେ ୮ ବର୍ଷ ପର୍ଯ୍ୟନ୍ତ ଶନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ମୃତ ବୋଲି ଭାବି ନେଇଥିଲେ ଏବଂ ରାମୁ ଓ ତାଙ୍କ ଭାଉଜର ବିବାହ କରାଇ ଦେଇଥିଲେ କିନ୍ତୁ ଗତ କିଛିମାସ ତଳେ ଶନ୍ତ ପୁଣିଥରେ ତାଙ୍କ ଘରକୁ ଫେରି ଆସିଥିଲେ |

ଏବଂ ଘରକୁ ଆସି ତାଙ୍କ ସ୍ତ୍ରୀ ଓ ଭାଇର ସମ୍ପର୍କ ଜାଣିବା ପରେ ଶନ୍ତ ଅବସାଦ ଗ୍ରସ୍ତ ହୋଇ ପଡ଼ିଥିଲେ ଏବଂ କିଛିଦିନ ତଳେ ଘରେ କେହି ନଥିବା ସମୟରେ ଶନ୍ତ ଛାତ ଉପରେ ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଇଥିଲେ। ତେବେ ଏପରି ଘଟଣା ସମାଜ ଉପରେ କଣ ପ୍ରଭାବ ପକାଇବ ଓ ଆପଣ ଏ ବିଷୟରେ କଣ ଭାବୁଛନ୍ତି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ | ଧନ୍ୟବାଦ|