ପ୍ରଥମ ଥର ଦେଖନ୍ତୁ Mohana ଙ୍କର ପୁରା ପରିବାର, କିଏ କିଏ ଅଛନ୍ତି, ଆଗରୁ ଦେଖି ନ ଥିବେ

ନମସ୍କାର ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରଥମ ଥର ପାଇଁ ନିଜ ପରିବାର ଲୋକଙ୍କର ଫଟୋ ସେୟାର କରିଛନ୍ତି ମୋହନା। ତାଙ୍କ ପରିବାରରେ କେଉଁ କେଉଁମାନେ ରୁହନ୍ତି ଏବଂ ଏହା ସହିତ ମୋହନା ଆଗାମୀ ଦିନମାନଙ୍କରେ କେଉଁ ନୂଆ ଧାରାବାହିକରେ ଅଭିନୟ କରିବାପାଇଁ ଯାଉଛନ୍ତି ଆସନ୍ତୁ ଜାଣିବା।


ମୋହନା ବା ଛନ୍ଦିତା ପାଢ଼ୀଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତୁଳସୀ ଧାରାବାହିକରେ ତାଙ୍କର ବୋହୁତ ସୁନ୍ଦର ଅଭିନୟ ଦର୍ଶକମାନେ ଆଜିଯାଏଁ ଭୁଲି ପାରିନାହାଁନ୍ତି। ଏହାଛଡା ତାରାତାରିଣୀ ଧାରାବାହିକରେ ମୋହନ ଚରିତ୍ରରେ ଦର୍ଶକମାନେ ତାଙ୍କୁ ବୋହୁତ ଅଧିକ ପସନ୍ଦ କରିଥିଲେ।


ଏହି ଧାରାବାହିକଟି ସାରିବା ପରେ ବର୍ତ୍ତମାନ ସମୟରେ ମୋହନା ଆଉ କୌଣସି ଧାରାବାହିକରେ ଅଭିନୟ କରୁନାହାଁନ୍ତି। ବର୍ତ୍ତମାନ ଲକ୍ ଡାଉନ୍ ସମୟରେ ସେ ତାଙ୍କ ଗାଁକୁ ଚାଲିଯାଇଛନ୍ତି ଏବଂ ତାଙ୍କ ପରିବାର ସହ ସମୟ ବିତାଉ ଥିବାର ନଜର ଆସିଛନ୍ତି। ପ୍ରଥମ ଥର ପାଇଁ ନିଜ ପରିବାରର ଫଟୋ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି ଛନ୍ଦିତା।


ବର୍ତ୍ତମାନ ସମୟରେ ତାରାତାରିଣୀ ଧାରାବାହିକ ସରିବାପରେ ଛନ୍ଦିତା ଆଉ କୌଣସି ଧାରାବାହିକରେ ଅଭିନୟ କରି ନାହାଁନ୍ତି ଏବଂ ଆଗାମୀ ଦିନରେ ତାଙ୍କର ଏକ ନୂଆ ସିରୀୟଲ୍ ଆସିବାକୁ ଯାଉଛି। ଏହି ସିରୀୟଲ୍ ର ନାମ ହେଉଛି ମଙ୍ଗଳା କନ୍ୟା। ଏହି ଧାରାବାହିକରେ ଆପଣ ଚନ୍ଦନ, ତୁଳସୀ ଏବଂ ଲିସାଙ୍କର ପୁରୁଣା ଯୋଡିକୁ ନୂଆ ରୂପରେ ଦେଖିବାକୁ ପାଇବେ। ଏହି ଧାରାବାହିକରେ ଆପଣମାନେ ପୁଣିଥରେ ଜବରଦସ୍ତ ଲଭ୍ ଷ୍ଟୋରୀ ଦେଖିବାକୁ ପାଇବେ।