ପ୍ରଥମ ଥର ପାଇଁ ଦେଖନ୍ତୁ ଅରିନ୍ଦମଙ୍କ ପୁରା Family, ଆଗରୁ କେବେ ଦେଖି ନଥିବେ

ଓଡ଼ିଆ ହିରୋ ଅରିନ୍ଦମ ରାୟଙ୍କୁ ତ ଆପଣ ବେଶ୍ ଭଲ ଭାବରେ ଜାଣିଥିବେ। ଆଜି ଆସନ୍ତୁ ଅରିନ୍ଦମ ରାୟଙ୍କ ବିଷୟରେ ସମସ୍ତ ବିବରଣୀ ଜାଣିବା ତାଙ୍କ ପରିବାର, ତାଙ୍କ କ୍ୱାଲିଫିକେସନ୍, ତାଙ୍କ ପ୍ରଥମ ଫିଲ୍ମ, ସେ କଣ କରନ୍ତି ଏହା ବିଷୟରେ ସଂପୂର୍ଣ୍ଣ ବିବରଣୀ ଜାଣିବା। ଓଲିଉଡର ଏହି ଜବରଦସ୍ତ ହିରୋ ଅରିନ୍ଦମ ରାୟଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଅରିନ୍ଦମ ରାୟଙ୍କ ବୋହୁତସାରା ଫିଲ୍ମ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ। ଅରିନ୍ଦମ ରାୟ ପ୍ରାୟ ୩୦ ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି।


ଅରିନ୍ଦମ ରାୟଙ୍କ ପ୍ରଥମ ଫିଲ୍ମ ଥିଲା ପ୍ରେମ ଋତୁ ଆସିଲା ରେ। ସେ ୨୦୦୬ ମସିହାରେ ପ୍ରଥମ ଥର ପାଇଁ ପ୍ରେମ ଋତୁ ଆସିଲା ରେ ଫିଲ୍ମରୁ ଓଲିଉଡରେ ଏଣ୍ଟ୍ରି କରିଥିଲେ। ଅରିନ୍ଦମ ୧୯୮୪ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସମୟରେ ଅରିନ୍ଦମ ରାୟଙ୍କୁ ୩୮ ବର୍ଷ ହୋଇଗଲାଣି। ୨୦୧୬ ମସିହାରେ ଅନୁପା ଦାସଙ୍କୁ ବିବାହ କରିଥିଲେ। ଅନୁପା ବର୍ତ୍ତମାନ ନିଜ ଶାଶୁଘରେ କଟକରେ ରହୁଛନ୍ତି। ଅରିନ୍ଦମ ରାୟଙ୍କର ଗତ କିଛିଦିନ ପୂର୍ବେ ଏକ ପିତ୍ର ସନ୍ତାନ ଜନ୍ମ ହୋଇଛି। ଅରିନ୍ଦମ ରାୟ ଗ୍ରାଜୁଏସନ୍ ଶେଷ କରିଛନ୍ତି କଟକର କ୍ରିଷ୍ଟ୍ କଲେଜ୍ ରୁ।


ଅରିନ୍ଦମ ରାୟଙ୍କ ପାଖରେ ପ୍ରାୟ ୨୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ଅରିନ୍ଦମ ରାୟ ଗୋଟିଏ ଫିଲ୍ମ କରିବାପାଇଁ ପ୍ରାୟ ୫ ରୁ ୧୫ ଲକ୍ଷ ଟଙ୍କା ନେଇଥାନ୍ତି। ଏହା ସହିତ ଅରିନ୍ଦମ ରାୟଙ୍କର କିଛି ସାଇଟ୍ ବିଜନେସ୍ ମଧ୍ୟ ରହିଛି ଏବଂ ନିଜର ଗୋଟିଏ ଫିଲ୍ମ ପ୍ରଡକ୍ସନ ହାଉସ୍ ମଧ୍ୟ ରହିଛି। ଏହି ପ୍ରଡକ୍ସନ ହାଉସ୍ ରୁ ସେ ନିଜ ଫିଲ୍ମ ମଧ୍ୟ ବନେଇଛନ୍ତି।


ଅରିନ୍ଦମ ରାୟ ଓଲିଉଡର ଏଭଳି ଷ୍ଟାର ଯିଏ କି ଅନେକ ବଙ୍ଗାଳି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ଅନେକ ହିଟ୍ ଫିଲ୍ମ ଦେଇସାରିଛନ୍ତି। ସେଥି ମଧ୍ୟରୁ ଲାଲ୍ ଟୁକୁ ଟୁକୁ ସାଧବ ବୋହୁ, କାଳୀ ଶଙ୍କର, ଏମନ ମାନେନା, ତୁ ଥା ମୁଁ ଯାଉଛି ରୁଷି, କ୍ରିମିନାଲ, ପର୍ଶୁରାମ, ଗୁଡ଼ ବୟେ, ପାରିବେନି କେହି ଅଲଗା କରି, ଅଶୋକ ସମ୍ରାଟ, ମୁଁ ରାଜା ତୁ ରାଣୀ, ଇସ୍କ୍ ତୁହି ତୁ ଇତ୍ୟାଦି ହିଟ୍ ଫିଲ୍ମ ଦେଇ ସାରିଛନ୍ତି। ଅରିନ୍ଦମ ରାୟଙ୍କ ପରିବାରରେ ବାପା, ମା, ତାଙ୍କ ସ୍ତ୍ରୀ ଏବଂ କୁନି ପୁଅ ରୁହନ୍ତି। ଅରିନ୍ଦମ ରାୟ ତାଙ୍କ ବାପା ମାଆଙ୍କ ଗୋଟେ ମାତ୍ର ପୁଅ ଅଟନ୍ତି। ତେବେ ବନ୍ଧୁଗଣ ଆପଣମାନଙ୍କୁ ଅରିନ୍ଦମ କେମିତିଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |