ପୁଅ ହେବା ଆଶାରେ ଏହି ପରିବାର କରିଲା ଏପରି କାମ, ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ… କଣ କଲୁରେ ଚଣ୍ଡାଳ …

ଆଜିକା ସମୟ ରେ ଏକ ତରଫରେ ସରକାର ଅନେକ ଯୋଜନା କରୁଛନ୍ତି I ବେଟି ବଚାଓ ରୁ ନେଇ ସୁକନ୍ୟା ଯୋଜନା ପରି ଅନେକ ଯୋଜନା ସରକାର ପ୍ରସ୍ତୁତ କରିଛନ୍ତି I ଯାହା ଦ୍ୱାରା ଲୋକେ ବିଶେଷ ଉପକୃତ ମଧ୍ୟ ହେଇଛନ୍ତି I ଆଜିକା ସମାଜ ରେ କିଛି ଏପରି ସମୁଦାୟ ର ଲୋକେ ମଧ୍ୟ ଅଛନ୍ତି ଯେଉଁମାନେ ପୁଅ କୁ ଗୁରୁତ୍ୱ ଦେଇଛନ୍ତି I କିନ୍ତୁ ଆଜିକା ସମୟ ରେ ଝିଅମାନେ ମଧ୍ୟ ନିଜ ପତି ଙ୍କ ସହ ପାଦ ରେ ପାଦ ମିଶାଇ ସବୁ କ୍ଷେତ୍ର ରେ ଆଜି ସଫଳ ହେଇପାରିଛନ୍ତି I

ତେବେ ପୁଅ ର ଇଚ୍ଛା କୁ ନେଇ ପିତାମାତା କଣ ସବୁ କରିଥାନ୍ତି ଆଜି ଆମେ ମଧ୍ୟପ୍ରଦେଶ ର ଏକ ଘଟଣା ବିଷୟ ରେ ଆଲୋଚନା କରିବା I ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲା ଓ ଅଂଚଳ ଜିଲ୍ଲା ରେ ଯେଉଁଠାରେ ଦୁଇଟି ପରିବାର ଏପରି କିଛି କରିଛନ୍ତି ଯାହା ଶୁଣି ଆପଣ ଆଶ୍ଚଯ୍ୟ ହେବେ I

ପ୍ରଥମ ମାମଲା ପୋହରୀ ର ଗୁଗୁରିପୁରା ଅଂଚଳ ର ବିନୋଦ ଶର୍ମା ନାମ ଜଣେ ଯୁବକ ନିଜ ପତ୍ନୀ ମାୟା ଙ୍କୁ ପୁଅ ର ଇଚ୍ଛା ରେ 11 ଥର ଗର୍ଭବତୀ କରାଇଥିଲେ କିନ୍ତୁ 10 ଥର ତାଙ୍କ ର ଝିଅ ହିଁ ହେଇଥିଲା I ତେବେ 10 ଗୋଟି ଝିଅ ଜନ୍ମ ହେବା ପରେ ମଧ୍ୟ ତାଙ୍କ ର ପୁତ୍ର ସନ୍ତାନ ପାଇବା ର ଇଚ୍ଛା ଆହୁରି ରହିଛି I ତେବେ 10 ଗୋଟି ଝିଅ ରୁ 2 ଗୋଟି ଝିଅ ଙ୍କ ର ଜନ୍ମ ସମୟ ରେ ହିଁ ମୃତ୍ୟୁ ହେଇଥିଲା I ମାୟା 11 ଥର ରେ 24 ଅପ୍ରେଲ 2018 ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ I ବିନୋଦ ଙ୍କ ର ପରିବାର ର ଆର୍ଥିକ ସ୍ତିତି ବିଷୟ ରେ ଦେଖିଲେ ସେ ଟିଭି ରିପେୟାର କରିଥାନ୍ତି I

ଦ୍ୱିତୀୟ ପୁଅ ପାଇବା ର ଆଶା ରେ ସେହିଁ ଦମ୍ପତି ମଧ୍ୟ ଚର୍ଚା କୁ ଆସିଛନ୍ତି I ଏହି ଦମ୍ପତି ଙ୍କ ର ପୂର୍ବ ରୁ ଏକ ପୁଅ ଥିଲା କିନ୍ତୁ ଆଉ ଏକ ପୁଅ ପାଇବା ର ଆଶା ରଖିଥିଲେ I ଏବଂ 7 ଗୋଟି ଝିଅ ଜନ୍ମ ହେଇଥିଲେ I ଏହିପରି ଏହି ଦମ୍ପତି ଏକ ପୁଅ ପରେ ଆଉ ପୁତ୍ର ସନ୍ତାନ ପାଇବା ପାଁଇ ଚେଷ୍ଟା କରିଥିଲେ ଏବଂ ରାକେଶ ନାମ ଏହି ବ୍ୟକ୍ତି ଏହିପରି 7 ଗୋଟି ଝିଅ ଓ ଗୋଟେ ପୁଅ ର ବିପତ ହେଇଥିଲେ I

ତେବେ ଏହି ଦୁଇ ପରିବାର କୁ ଦେଖି ଏହା ହିଁ ଲାଗୁଚି କି ଭାରତ ରେ ଆଜିକା ସମୟ ରେ ମଧ୍ୟ ଅନେକ ଏପରି ପରିବାର ରହିଛନ୍ତି ଯେଉଁମାନେ ଝିଅ ପରିବର୍ତେ ପୁଅ ପାଇବା କୁ ଅଧିକ ଆଶା ରଖିଥାନ୍ତି I