ପୂଜା କରିବା ସମୟରେ କିଛି ଲୋକଙ୍କ ଆଖିରୁ ପାଣି ଆସିଯାଏ, ତାହା ସହିତ କିଛି ଲୋକଙ୍କୁ ପୂଜା କରିବା ସମୟରେ ହାଇ ଏଵଂ ଅଳସୁଆ ଲାଗିଥାଏ ଏବଂ କିଛି ଲୋକଙ୍କୁ ମଧ୍ୟ ଛିଙ୍କ ଆସିଥାଏ, ତ ଆଉ କିଛି ଲୋକଙ୍କୁ ଖରାପ ବିଚାର ଆସିଥାଏ ଏହାର କାରଣ କଣ ହୋଇପାରେ। ବନ୍ଧୁଗଣ ଏହିସବୁ ଲକ୍ଷଣ ଯଦି ଆପଣଙ୍କ ସହିତ ହେଉଛି ତାହେଲେ ଆସନ୍ତୁ ଜାଣିବା ଏହାର କାରଣ କଣ।
ଯେତେବେଳେ ଆପଣଙ୍କ ନିୟନ୍ତ୍ରଣ ସହିତ ପୂଜାପାଠ ଏଵଂ ଧ୍ୟାନ କରିବା ସମୟରେ ଆମ ଦ୍ଵାରା କିଛି ଏମିତି କାର୍ଯ୍ୟ ହୋଇଯାଏ ଯେମିତି ହାଇ ଆସିବା, ନିଦ ଆସିବା,କାନ୍ଦିବା, ଛିଙ୍କ ଆସିବା ତାହେଲେ ଏହାର ଅର୍ଥ ବିପରୀତ ମାନାଯାଇଛି। ଆମର ପ୍ରାଚୀନ ଗ୍ରନ୍ଥ ଅନୁସାରେ ପ୍ରଥମେ ଏହି ବ୍ରହ୍ମାଣ୍ଡ ଖାଲିଥିଲା, ଚାରିଆଡ଼େ କେବଳ ଅନ୍ଧକାର ଥିଲା। ତାପରେ ଏକ ବିଶାଳ ଶିବଲିଙ୍ଗ ପ୍ରକଟ ହୋଇଥିଲା। ଯାହାଦ୍ଵାରା ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଉର୍ଯାରେ ଭରିଗଲା। ଧୀରେ ଧୀରେ ଏହି ବ୍ରହ୍ମାଣ୍ଡରେ ଧାତୁ ପଦାର୍ଥଙ୍କର ନିର୍ମାଣ ହୋଇଥିଲା।ସେହି ପଦାର୍ଥମାନଙ୍କ ମଧ୍ୟରେ ଜଳ,ଧାତୁ,ବାୟୁ, ଅଗ୍ନି ଭଳି ଜିନିଷର ନିର୍ମାଣ ହୋଇଥିଲା। ଏଥିପାଇଁ ଏହା କୁହାଯାଏ କି ଏହିସବୁ ପଦାର୍ଥରେ ଭଗଵାନ ଶିବଶଙ୍କରଙ୍କର ବାସ ହୋଇଥାଏ। ସମସ୍ତ ବ୍ରହ୍ମାଣ୍ଡର କୋଣ କୋଣରେ ଭଗଵାନ ଶିବ ଅଛନ୍ତି। ଶିବ ହିଁ ଆଦି ଓ ଶିବ ହିଁ ଅନ୍ତ ଅଟନ୍ତି। ଯେବେ ପୂଜାପାଠ କରିବା ପାଇଁ ବସିଥାଉ ଏବଂ ଈଶ୍ୱରଙ୍କର ଧ୍ୟାନ କରିବା ପାଇଁ ବସିଥାଉ ଆପଣଙ୍କର ଆତ୍ମାର ସଂଯୋଗ ଭଗଵାନଙ୍କ ସହ ହୋଇଥାଏ। ଈଶ୍ୱର ସର୍ବବ୍ୟାପି ଅଟନ୍ତି, ସମସ୍ତ ପ୍ରକାର ସଜୀବ ପଦର୍ଥ ଏବଂ ନିର୍ଜୀବ ପଦାର୍ଥରେ ଈଶ୍ୱରଙ୍କର ବାସ ହୋଇଥାଏ।ଏହି କାରଣ ଯୋଗୁଁ ଯେବେ ଆପଣଙ୍କର ଅନ୍ତର ଆତ୍ମା ଈଶ୍ୱରଙ୍କ ସହିତ ଯୋଡ଼ିଯାଏ ସେତେବେଳେ ଈଶ୍ୱର ଆପଣଙ୍କୁ କିଛି ସଙ୍କେତ ଦେଇଥାନ୍ତି। ଏହି ସଂକେତ ବୋହୁତ ସାଧାରଣ ହୋଇଥାଏ,ଯାହାକୁ ଆମେ ଅଣଦେଖା କରିଦେଇଥାଉ। ଯାହାଦ୍ଵାରା ଈଶ୍ୱରଙ୍କ ସଙ୍କେତକୁ ଆମେ ବୁଝିପାରି ନଥାଉ।
ସର୍ବବ୍ୟାପୀ ପରମାତ୍ମା ସବୁ ଜୀବଜନ୍ତୁଙ୍କ ସହିତ ଯୋଡି ହୋଇରହିଥାନ୍ତି। ଯେବେବି ଆମେ ପୂଜା ବା ଧ୍ୟାନ କରିଥାଉ ସେତେବେଳେ ଆପଣଙ୍କ ପାଖାପାଖି ପରିବେଶ ସକାରାତ୍ମକ ଉର୍ଜାରେ ଭାରିଯାଇଥାଏ। ଅନେକ ଥର ବିଦ୍ୟାର୍ଥୀ ପଢ଼ିବା ସମୟରେ ମା ସରସ୍ୱତୀଙ୍କ ଧ୍ୟାନ କରିଥାନ୍ତି ତେବେ ତାଙ୍କ ଆଖିରୁ ଲୁହ ଅସିଯାଇଥାଏ କିମ୍ବା ତାଙ୍କୁ ଅଚାନକ ନିଦ ଆସିଯାଇଥାଏ।ଏହାର ଅର୍ଥ ମା ସରସ୍ୱତୀଙ୍କ କୃପା ସେହି ବିଦ୍ୟାର୍ଥୀଙ୍କ ଉପରେ ବନିଥାଏ। ତାହା ସହିତ ଆମେ ଈଶ୍ୱରଙ୍କର କିଛି କଥା ପୁରାଣରୁ ଶୁଣିବା ମଧ୍ୟରେ ଆମର ଲୋମ ଛିଡ଼ା ହୋଇଯାଏ ଏବଂ ଆଖିରୁ ଲୁହ ଆସିଯାଇଥାଏ। ଈଶ୍ୱରଙ୍କର ସେହି ଅନନ୍ତ ଶକ୍ତିର ଅନୁଭବ କରି ବେଳେବେଳେ ଆମର ଆଖିରୁ ଲୁହ ଆସିଯାଇଥାଏ ଏବଂ ଈଶ୍ୱରଙ୍କ ପ୍ରତି ଆମର ବିଶ୍ୱାସ ଦୃଢ଼ ହେବକୁ ଲାଗିଥାଏ। ଆପଣଙ୍କୁ ଯଦି ଏହିପରି କିଛି ଅନୁଭବ ହୋଇଥାଏ ତେବେ ଆସନ୍ତୁ ଜାଣିବା ଏମିତି କାହିଁକି ହୋଇଥାଏ।
୧. ଆଖିରୁ ଲୁହ ଆସିବା – ଆପଣ ଯଦି ଭଗଵାନଙ୍କ ଆରାଧନାରେ ଧ୍ୟାନରେ ବସିଛନ୍ତି ଏବଂ ଅଚାନକ ଭାବେ ଆଖିରୁ ଲୁହ ବାହାରିବାରେ ଲାଗେ ତେବେ ଏହା ଈଶ୍ୱରଙ୍କ ସଂକେତ ଅଟେ। ଆପଣଙ୍କ ଆତ୍ମା ଈଶ୍ୱରଙ୍କ ସହିତ ମିଳନ ହୋଇଛି। ଏହି ସମୟରେ ଆପଣଙ୍କ ମନକାମନା ଈଶ୍ୱରଙ୍କୁ ନିଶ୍ଚିତ କୁହନ୍ତୁ ତେବେ ଏହାର ଫଳ ନିଶ୍ଚିତ ମିଳିବ। ଏହା ଈଶ୍ୱରଙ୍କୁ ମାଗିବାର ବୋହୁତ ଭଲ ସମୟ ହୋଇଥାଏ।
୨. ଜଳା ଯାଇଥିବା ଦ୍ୱୀପର ଜ୍ୟୋତି ବଢିବା – ଅଗ୍ନି ପଞ୍ଚତତ୍ଵ ମଧ୍ୟରୁ ଗୋଟିଏ ଅଟନ୍ତି। ଏଥିରେ ଵଗଵନ୍ ଶିବ ଶଙ୍କରଙ୍କର ବାସ ହୋଇଥାଏ ଯେବେ ଆପଣ ପୂଜା କରିଛନ୍ତି ସେହି ସମୟରେ ରଖାଯାଇଥିବା ଦ୍ଵୀପ କିମ୍ବା ଆରତୀର ଜ୍ୟୋତି ବଢିଯାଏ ତେବେ ଏହା ଈଶ୍ୱରଙ୍କର ସଂକେତ ହୋଇଥାଏ। ସେ ଆପଣଙ୍କ ପୂଜା ଏବଂ ଭକ୍ତିରେ ପ୍ରସନ୍ନ ହୋଇଛନ୍ତି।ଏମିତି ସମୟରେ ଈଶ୍ୱରଙ୍କୁ ଧ୍ୟାନ କରିବା ଉଚିତ୍ ଏବଂ ଆପଣଙ୍କର ମାନକମନା କହିବା ଉଚିତ୍।
୩. ଅଗରବତୀର ଧୁଆଁ – ଯଦି ଆପଣ ପୂଜା କରିବା ସମୟରେ ଆପଣଙ୍କ ଦ୍ଵାରା ଲଗା ଯାଇଥିବା ଅଗରବତୀର ଧୁଆଁ ଈଶ୍ୱରଙ୍କ ପ୍ରତିମା ଦିଗକୁ ଯାଉଛି ଏହାର ଅର୍ଥ ଅଟେ କି ଆପଣଙ୍କର ପୂଜାକୁ ଭଗଵାନ ସ୍ବୀକାର କରିଛନ୍ତି।
୪. ଫୁଲ ପଡ଼ିବା – ଯଦି ଆପଣ ପୂଜା ଓ ଧ୍ୟାନ କରିବା ପୂର୍ବରୁ ଭଗଵାନଙ୍କ ପ୍ରତିମାରେ ଫୁଲ ଚଢ଼େଇଛନ୍ତି ଏବଂ ପୂଜା କରିବା ସମୟରେ ସେହି ଫୁଲ ଆପଣଙ୍କ ଦିଗରେ ପଡ଼ିଯାଏ ତାହେଲେ ଏହାକୁ ବୋହୁତ ଶୁଭ କୁହାଯାଏ।ଏହାର ଅର୍ଥ ଅଟେ କି ଆପଣଙ୍କର ଆରାଧନାକୁ ଭଗଵାନ ସ୍ବୀକାର କରିଛନ୍ତି। ଏବଂ ଏହାର ଫଳ ଆପଣଙ୍କୁ ଶୀଘ୍ର ମିଳିଯିବ।
୫. ଘରଦ୍ବାର ପାଖକୁ ଗାଈ ଆସିବା – ଆପଣ ପୂଜା କରିବା ସମୟରେ ଘରଦ୍ବାର ପାଖକୁ ଗାଈ ଆସିଲେ ଏହାକୁ ଭଲ ଶୁଭ ସଂକେତ କୁହାଯାଏ। ଦ୍ଵାର ପାଖକୁ ଆସିଥିବା ଗାଈର ପୂଜା କରନ୍ତୁ ରୁଟି ଖାଇବାକୁ ଦିଅନ୍ତୁ ଏବଂ ମାନସ୍କର କରି ଆପଣଙ୍କ ମନକାମନା ଈଶ୍ୱରଙ୍କୁ କୁହନ୍ତୁ ଆପଣଙ୍କର ଇଚ୍ଛା ନିଶ୍ଚିତ ପୁରଣ ହେବ।
ଏବେ ଆସନ୍ତୁ ଜାଣିବା ପୂଜା ସମରେ ନକାରାତ୍ମକ ଭାବନା ଆସିଲେ କଣ ହୋଇଥାଏ।
୧.ଯେବେ ଆମର ଧ୍ୟାନ ଭଗଵାନଙ୍କୁ ଯାଏ ନାହିଁ ଏବଂ ପୂଜାପାଠ ବୋଝପରି ଲାଗିଥାଏ ଯେଉଁଥିରେ ଆପଣ କୌଣସି ଧାର୍ମିକ ଗ୍ରନ୍ଥ ପଢ଼ିବାପାଇଁ ଚାହାଁନ୍ତି ନାହିଁ,ଭଜନ ଶୁଣିବାକୁ ଚାହୁଁ ନଥାନ୍ତି, ପୂଜା କରିବାକୁ ଚାହାଁନ୍ତି ନାହିଁ, ପୂଜାରେ ବସିଲେ ଗୋଡ଼ ଭାରିଲଗିବା ଯଦି ଏମିତି ଲକ୍ଷଣ ଆପଣଙ୍କୁ ଅନୁଭବ ହେଉଛି ତାହେଲେ ଆପଣଙ୍କୁ ବୁଝିଯିବାକୁ ପଡିବ ଯେ କୌଣସି ନକାରାତ୍ମକ ଶକ୍ତି ଆପଣଙ୍କ ସହ ଅଛି। ଏମିତି ଅନୁଭବ ହେଉଥିବା ବ୍ୟକ୍ତିଙ୍କୁ ଟିଭି, ମୋବାଇଲ୍ ରେ ଭକ୍ତି ସଙ୍ଗୀତ ଶୁଣିବା ଉଚିତ୍।
୨. ପୂଜକରିବା ସମୟରେ ଅଧିକ ହାଇ ଆସିଲେ ଆଖିରେ ଲୁହ ଆସିଯାଏ, ଅଧିକ ହାଲିଆ,ଅଧିକ ପରିଶ୍ରମ ଏବଂ କମ୍ ସମୟ ଶୋଇବା କାରଣରୁ ଅଧିକ ହାଇ ଆସିଥାଏ। କିନ୍ତୁ ହାଇ ଆସିବାର କାରଣ କହିବା ଅସମ୍ଭବ ହୋଇଥାଏ। ଯେଉଁ ବ୍ୟକ୍ତି ସକାଳେ ଉଠିବା ପାରେବି ହାଇ ମାରିବାରେ ଲାଗିଥାଏ ସେହି ବ୍ୟକ୍ତିକୁ ଭଗଵାନଙ୍କର ପୂଜା କରିବା ମନାହୋଇଥାଏ।
୩. ଯେତେବେଳେ ଆପଣ ପୂଜାପାଠ କରିବା ପାଇଁ ଯାଉଥାନ୍ତି କିମ୍ୱା ବସିଥାନ୍ତି ସେତେବେଳେ ଆପଣଙ୍କ ମନରେ ଅନେକ ବିଚାର ଆସିଥାଏ।ଯାହା ପୂଜା କରିବା ସମୟରେ ଆସିବା ଉଚିତ୍ ନୁହେଁ। ଏହା ହେବାର କାରଣ ଆମର ପାଖାପାଖି ପରିବେଶ କିଛି ନକରାତ୍ମକ ଉର୍ଜରେ ଭାରିରହିଥାଏ। ଯାହା ଆମକୁ ପୂଜାପାଠ କରିବା ପାଇଁ ଦିଏ ନାହିଁ। ଯାହାଦ୍ଵାରା ଆମ ଆତ୍ମାର ଶୁଦ୍ଧି ହୋଇପାରେ ନାହିଁ।
୪. ଖାଲି ଖାଲିରେ ସବୁବେଳେ ରହିବା ସବୁଠାରୁ ଖରାପ ଅବଗୁଣ ମଧ୍ୟରୁ ଗୋଟିଏ ହୋଇଥାଏ। ଯେଉଁ ମନୁଷ୍ୟ କ୍ରୋଧର ଚିନ୍ତାଧାରା ନିଜ ମନରେ ରଖିଥାଏ ସେ କୌଣସି କାମରେ ନିଜର ମନ ଲଗାଇ ପରେ ନାହିଁ। ଦେବ ପୂଜା ପାଇଁ ମନର ଶାନ୍ତ ହେବା ଆବଶ୍ୟକ ହୋଇଥାଏ। ଅଶାନ୍ତ ମନରେ କରାଯାଇଥିବା ପୂଜା କେବେବି ଫଳପ୍ରଦ ହୁଏ ନାହିଁ। ପୂଜା କରିବା ପୂର୍ବରୁ ଆପଣଙ୍କ ମନରେଥିବା କ୍ରୋଧ,ଲୋଭ, ମାୟା ଆଦିକୁ ବାହାର କରିଦେବା ଉଚିତ୍।