ପୁଣି ଭାଙ୍ଗିଲା ଆଉ ଏକ ସେଲିବ୍ରିଟି ଯୋଡି… ଅଲଗା ହେଲେ ଓଲିଉଡର ଜବରଦସ୍ତ ଯୋଡି Babi Mishra ଓ Koyel Banerjee… ଆସିଲା ବଡ ଖବର

ବର୍ତମାନ ଓଲିଉଡ଼ ରୁ ଆଉ ଏକ ଖବର ଆସିଯାଇଛି କି ଅଲଗା ହେଲେ ବବି ମିଶ୍ର ଓ କୋଏଲ ବାନାର୍ଜୀ ଓ ଏହା ବିଷୟରେ ନେଇ କୋଏଲ ବାନାର୍ଜୀ ନିଜ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି | ଆପଣମାନେ ଜାଣିଥିବେ କୋଏଲ ବାନାର୍ଜୀ ହେଉଛନ୍ତି ଜଣେ ବଙ୍ଗାଳି ଝିଅ ଓ ସେ ଓଡିଶା କୁ ଓଡ଼ିଆ ଫିଲ୍ମ ରେ ଅଭିନୟ କରିବାପାଇଁ ଆସିଥିଲେ ଓ ଏହାପରେ ହିଁ ସୁଟିଂ ସେଟ ରୁ ଭଲପାଇ ବସିଥିଲେ ବବିମିଶ୍ର ଙ୍କୁ ଓ କୋଏଲ ଓ ବବିମିଶ୍ର ପରସ୍ପରକୁ ଭଲପାଇ ପରବର୍ତୀ ସମୟରେ ବିଭାହ ବନ୍ଧନରେ ବାନ୍ଧିହୋଇଥିଲେ |

ଗତ କିଛି ଦିନ ହେବ ଏ ଯୋଡି ଅଲଗା ହୋଇ ରହୁଛନ୍ତି ଓ ଗତ ଦୁଇ ବର୍ଷ ଏମାନେ ଅଲଗା ହୋଇ ରହିଲା ପରେ ବର୍ତମାନ ସେମାନେ ଆଇନ ଗତ ଭାବେ ଅଲଗା ହୋଇ ରହିଛନ୍ତି ଏହିଭଳି ଏକ ଇମୋସନାଲ ପୋଷ୍ଟ କରିଛନ୍ତି କୋଏଲ ବାନାର୍ଜୀ ନିଜ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ସେ କହିଛନ୍ତି କି ନମସ୍କାର ବନ୍ଧୁଗଣ ଆସା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ଓ ଆମେ ସମସ୍ତେ ଏବେ କଷ୍ଟ ସମୟ ଧରି ଗତି କରୁଛନ୍ତି ଭଗବାନ ଙ୍କ ଦୟାରୁ ଏ ଦିନ ଗୁଡିକ ବହୁତ ଶୀଘ୍ର ବିତିଯିବ |

ମୁଁ ନିଜ ବ୍ୟକ୍ତିଗତ ଜୀବନରେ ଆପଣମାନଙ୍କୁ କିଛି ଜଣାଇବାକୁ ଚାହେଁ ଆମ ବିବାହ ତିଷ୍ଠି ପାରିଲା ନାହିଁ ଏବଂ ଆମେ ଆଇନ ଗତ ଅଲଗା ରହୁଚୁ ଆମେ 2018 ନଭେମ୍ବର ରୁ ଅଲଗା ବାସ କରୁଥୁଲୁ ଯେହେତୁ ମୁ କୋଲକାତାରେ ଗୋଟେ ବଙ୍ଗାଳି ସିରିଏଲ ଟିଏ କରୁଥିଲି ଓ ମୁ ସ୍ଥାୟୀ ଭାବେ କୋଲକାତାକୁ ଫେରି ଆସିଛି ଗତ ବର୍ଷ ଲକଡାଉନ ପୂର୍ବରୁ କିଛି ବ୍ୟକ୍ତିଗତ କାରଣ ଯୋଗୁ ମତେ ସିରିଏଲ ଛାଡିବାକୁ ପଡିଥିଲା ଓ ଓଡ଼ିଆ ଲୋକ ମାନେ ମତେ ବହୁତ ଭଲପାଇବା ଦେଇଛନ୍ତି ଏବଂ ମୁ ସେଠାରେ ଜୀବନର ସବୁକିଛି ପାଇଛି ଏଣୁ ମୁଁ ଆପଣମାନଙ୍କୁ ବହୁତ ଧନ୍ୟବାଦ ଜଣାଉଛି ଏବଂ ଏସବୁ ବିଷୟରେ ଜଣାଇବା ମୋର କର୍ତବ୍ୟ ବୋଲି ଭାବିଥିଲି |

ଏଥିପାଇଁ ମୁଁ ଆପଣମାନଙ୍କୁ ସବୁ ଜଣେଇ ଦେଲି ଓ ବର୍ତମାନ ମୋର ରାସ୍ତା ଅଲଗା ଓ ଆମେ ମାନେ ଶାନ୍ତି ପୂର୍ଣ୍ଣ ଜୀବନ ଜାପାନ କରିବା | ତେବେ ଏହି ଭଳି ସୋସିଆଲ ମିଡିଆରେ ଗୋଟେ ଇମୋସନାଲ ପୋଷ୍ଟ କରିଛନ୍ତି କୋଏଲ ବାନାର୍ଜୀ ଯେଉଁଥିରେ ଜଣା ପଡୁଛି ବବି ମିଶ୍ର ଓ କୋଏଲ ବାନାର୍ଜୀ ଭିତରେ ଡିଭୋର୍ସ ମଧ୍ୟ ହୋଇ ସାରିଛି ଓ ସେମାନେ ଆଇନ ଗତ ଭାବେ ପରସ୍ପରଠାରୁ ଅଲଗା ହୋଇ ସାରିଛନ୍ତି |