ପୁଣି ସବୁ ହେବ ବନ୍ଧ… ଖୋର୍ଦ୍ଧାର ମହିଳାଙ୍କଠାରେ ମିଳିଲା ଓମିକ୍ରନ ବିଏଫ–7…

ମାସ୍କ ପିନ୍ଧ, ବିଷ୍ଟର ଡୋଜ ନିଅ । ହଁ, ଚୀନ,ଆମେରିକା,ବ୍ରାଜିଲ,ଜାପାନ ଓ କୋରିଆ ପରେ କୋକୋରିଆରେ କୋରନା ସଂକ୍ରମଣ ଦୃତ ଗତିରେ ମାଡୁଥିବାରୁ, ଭାରତ ସତର୍କ ହୋଇପଡୁଛି । ଆଉ ମାସ୍କ ପିନ୍ଧିବା ପାଇଁ,ଆଉ ବୁଷ୍ଟର ଡୋଜ ଦେବା ପାଇଁ ବାଧ୍ୟ କରାଯାଉଛି । ହଁ ଦର୍ଶକବନ୍ଧୁ, ବୁଧୁବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏକ ସମୀକ୍ଷା ବୈଠକରେ ଏକ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ।

ବୈଠକରେ ଟ୍ୱିଟ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ଦେଶବାସୀଙ୍କୁ ସତର୍କ ରହିବାକୁ ଅପିଲ କରିଛନ୍ତି । ଆହୁରି କହିଛନ୍ତି, କରୋନା ମହାମାରୀ ଯାଇନାହିଁ, ତେଣୁ ସମସ୍ତେ ସଜାଗ ରହିବା ଆବଶ୍ୟକ । ମାସ୍କ ପିନ୍ଧିବା ସହ ବୁଷ୍ଟର ଡୋଜ ନେବା ପାଇଁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । ଆଉ ସବୁଠାରୁ ବଡ଼ କଥା ହେଉଛି, ଚୀନରେ ବର୍ତ୍ତମାନ ଯେଉଁ କରୋନାର ଭ୍ୟାରିଏଣ୍ଟ ଆତଙ୍କ ଖେଳାଉଛି, ସେ ହେଉଛି ଓମିକ୍ରନ ବିଏଫ – ୭ । ଯାହା ଓଡିଶାରେ ବି ଠାବ ହୋଇଛି ।

ହଁ ଦର୍ଶକବନ୍ଧୁ, ଖୋର୍ଦ୍ଧାର ଜଣେ ମହିଳାଙ୍କ ଠାରେ ସେପ୍ଟେମ୍ବର ୩୦ ମିଳିଥିଲା ଏହି ଭ୍ୟାରିଏଣ୍ଟ ଓମିକ୍ରନ ବିଏଫ – ୭ । ଯାହାର କୌଣସି ଲକ୍ଷଣ ବି ନଥିଲା । କିନ୍ତୁ ମହିଳାଙ୍କ ଦେହରେ ଠାବ କରାଯାଇଥିଲା ସେହି ଚୀନ ଭ୍ୟାରିଏଣ୍ଟ ଓମିକ୍ରନ ବିଏଫ – ୭ । ଆଉ ଏଠି କହିରଖିବା ପାଇଁ ଚାହିଁବୁ, କି ସେପ୍ଟେମ୍ବର ପରେ ଅକ୍ଟୋବର,ନଭେମ୍ବର ଆଉ ଡିସେମ୍ବର ଅର୍ଥାତ ତିନିମାସ ହେବ ଏ ଭ୍ୟାରିଏଣ୍ଟ ଆଉ ଓଡ଼ିଶାରେ ମିଳିନି ।

ତେଣୁ କରି ଆତଙ୍କିତ ନହେବା ପାଇଁ ସରକାର ପରାମର୍ଶ ଦେଇଛନ୍ତି । ତେବେ ଓଡିଶାରେ ସେଇ ଚୀନର ଭ୍ୟାରିଏଣ୍ଟ ଦେଖା ଦେଇଥିବାରୁ ସମସ୍ତେ ଏବେ ଡରିଲେଣି । ହଁ, କରୋନାକୁ ନେଇ ସମସ୍ତଙ୍କ ମନରେ ଛାନିଆ ପଶିଲାଣି । ଚୀନ ସମେତ ବିଭିନ୍ନ ଦେଶରେ କରୋନା ମହାମାରୀ ମାଡି ଚାଲିଥିବା ବେଳେ, ଓଡିଶାକୁ ବି କରୋନା ଡର ଘାରିଲାଣି । ଆଗକୁ ନୂଆବର୍ଷ ଆସୁଛି ତା ସାଙ୍ଗକୁ ହକି ବିଶ୍ୱ କପ ଭଳି ମେଗା କ୍ରୀଡା ଆୟୋଜନ କରାଯାଉଛି । ଦେଶ ବିଦେଶରୁ କ୍ରୀଡ଼ାବିତ,ପ୍ରତିନିଧି,ଦର୍ଶକ,ପର୍ଯ୍ୟଟକଙ୍କ ଶୁଅ ଛୁଟିବ । ବର୍ତମାନ ରାଜ୍ୟରେ କରୋନା କଟକଣା ନାହିଁ ।

ଏସବୁକୁ ଭାବିଲା ବେଳକୁ ସତରେ ଭାରି ଚିନ୍ତା ଆସୁଛି । ସମସ୍ତ କଟକଣାକୁ ସରକାର ପ୍ରତ୍ୟାହାର କରି ନେଇଛନ୍ତି । ଏସଟିଂ,ଟ୍ରାକିଙ୍ଗ ଟୀକାକରଣ ସବୁ ଯେମିତି ଭୁଲିଗଲେଣି,ନା ଅଛି ସାମାଜିକ ଦୂରତା,ନା ଅଛି ମାସ୍କ,ନା ଅଛି ସଚେତନତା । ଯଦି ଏଭଳି ସମୟରେ କରୋନା ବ୍ୟାପିବ, ଥରେ ଭାବନ୍ତୁ ତ ଏହାକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ।