ନମସ୍କାର ବନ୍ଧୁଗଣ ଏବେ ଆସିଲା ବଡ଼ ଖବର ଜୁଲାଇ ୧୬ ଯାଏଁ ପୁରା ଓଡ଼ିଶା ଲକ୍ ଡାଉନ୍। କଣ ଚାଲିବ କଣ ବନ୍ଦ୍ ରହିବ ଆସନ୍ତୁ ଜାଣିବା। ବଢିଲା ଆଂଶିକ ଲକ୍ ଡାଉନ୍ ଜୁଲାଇ ୧୬ ତାରିଖ ଯାଏଁ ବଢିଲା ଲକ୍ ଡାଉନ୍। ୩୦ ଟି ଜିଲ୍ଲାକୁ ୨ ଭାଗରେ ବିଭକ୍ତ କରାଯାଇଛି। ୨୦ ଟି ଜିଲ୍ଲାକୁ କାଟାଗରି A ଆଉ ୧୦ ଟି ଜିଲ୍ଲାକୁ କାଟାଗରି B ରେ ବିଭକ୍ତ କରାଯାଇଛି। ୧୦ ଜିଲ୍ଲାକୁ କୋରୋନା ସଂକ୍ରମଣ ଦୃଷ୍ଟିରେ ରଖି କାଟାଗରି B ରେ ବିଭକ୍ତ କରାଯାଇଛି।
କାଟାଗରି A ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା। କାଟାଗରି B ନୟାଗଡ଼, ପୁରୀ, ଖୋର୍ଦ୍ଧା ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ।
କାଟାଗରି A ରେ ଥିବା ୨୦ ଟି ଜିଲ୍ଲାରେ ପଯେଟିଭ୍ ହାର ୫% ରୁ କମ୍ ରହିଥିବାରୁ ସେଠାରେ ସପ୍ତାହିକ ସଟ୍ ଡାଉନ୍ ହଟାଇ ଦିଆଯାଇଥିବା ବେଳେ ସକାଳ ୬:୦୦ ରୁ ସନ୍ଧ୍ୟା ୬:୦୦ ପର୍ଯ୍ୟନ୍ତ କଟକଣାକୁ କୋହଳ କରାଯାଇଛି। ସନ୍ଧ୍ୟା ୬:୦୦ ରୁ ସକାଳ ୬:୦୦ ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ ହେବ। ଏହି ୨୦ ଟି ଜିଲ୍ଲାରେ ବସ୍, ଅଟୋ, ଟ୍ୟାକ୍ସି ପରିବହନକୁ ଅନୁମତି ଦିଆଯାଇଛି। ସାପ୍ତାହିକ ସେଲୁନ,ମାର୍କେଟ ଏବଂ ହାଟ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ମଲ୍, ବ୍ୟୁଟିପାଲର ବନ୍ଦ୍ ରହିଵ।
ଅନ୍ୟ ପକ୍ଷରେ କାଟାଗରି B ରେ ଥିବା ୧୦ ଟି ଜିଲ୍ଲା ହେଲା ନୟାଗଡ଼, ପୁରୀ, ଖୋର୍ଦ୍ଧା ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ ଏସବୁ ଜିଲ୍ଲାରେ ସାପ୍ତାହିକ ସଟ୍ ଡାଉନ୍ ପୂର୍ବ ଭଳି ଲାଗୁ ରହିବ ଓ ସକାଳ ୬:୦୦ ରୁ ଅପରାହ୍ନ ୨:୦୦ ପର୍ଯ୍ୟନ୍ତ କଟକଣାକୁ କୋହଳ କରାଯାଇଛି। ଏସବୁ ଜିଲ୍ଲାରେ ବସ୍ ପରିବହନ ଉପରେ କଟକଣା ଜାରୀ ରହିଵ। ଏହି ସବୁ ଜିଲ୍ଲାରେ ଚାହା ଏବଂ ଉଠା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି।
ପୁଣିଥରେ ଲକଡାଉନ- ଜୁଲାଇ 16 ଯାଏଁ ପୁରା ଓଡ଼ିଶା Lockdown, ଶୀଘ୍ର ଦେଖନ୍ତୁ କଣ ଚାଲିବ କଣ ବନ୍ଦ ରହିବ…
