ବନ୍ଧୁଗଣ ଆପଣମାନେ ଜାଣିଥିବେ କି ରାଜ୍ୟରେ ପୁଣିଥରେ ଲକଡାଉନ ହବାକୁ ଯାଉଛି ତେବେ ଆସନ୍ତୁ ଜାଣିବା ଲକଡାଉନ ସମୟରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ | ତେବେ ଲକଡାଉନ ସମୟରେ ଟୀକା କରଣ ଜାରି ରହିବ | ଲୋକେ ନିଜର କୋଭିଡ ପରୀକ୍ଷା କରାଇ ପାରିବେ | ନିର୍ବାଚନୀ କାର୍ଯ୍ୟ ଉପରେ କୌଣସି କଟକଣା ରହିବ ନାହିଁ ରାଜ୍ୟ ଭିତରେ ଓ ବାହାରେ ଚଳାଚଳ କରିବ ଆମ୍ବୁଲାନ୍ସ ଜାରି ରହିବ ବ୍ୟାଙ୍କ ଓ ଏଟିଏମ୍ ସେବା ଲୋକେ ହୋଟେଲ ରେ ବସି ଖାଇପାରିବେ ନାହିଁ କେବଳ ପାର୍ସଲ ନବାପାଇଁ ଅନୁମତି ଅଛି |
ଲକଡାଉନ ସମୟରେ ହୋମ ଡେଲିଭେରିକୁ ମିଳିବ ଅନୁମତି | ସମସ୍ତ ଔଷଧ ଦୋକାନ ମାଛ ମାଂସ ଓ ଅଣ୍ଡା ଦୋକାନ ଖୋଲାରହିବ | ପରିବହନ ସେବା କଟକଣା ମୁକ୍ତ ହେବ ହସ୍ପିଟାଲ କ୍ଲିନିଙ୍ଗ ନର୍ସିଙ୍ଗ ହୋମ ଦେଲି ମେଡ଼ିସିନ ଦୋକାନ ଖୋଲା ରହିବ | ଗ୍ୟାରେଜ ଓ ଗାଡି ମରାମତି ଦୋକାନ ଖୋଲା ରହିବ ଘରଠୁ 500 ମିଟର ଦୂର ଭିତରେ ସକାଳ 6 ରୁ ମାଧ୍ୟାନ 12 ଟା ଭିତରେ ଅତିଆବଶ୍ୟକ ସାମଗ୍ରୀ କିଣିପାରିବେ |
ଶନିବାର ଓ ରବିବାର ଏହିସେବା ଉପଲବ୍ଧ ହେବ ନାହିଁ | ବିବାହ କାର୍ଯ୍ୟ ପାଇଁ ଅତି କମ ରେ 50 ଜଣଙ୍କୁ ଓ ଅନ୍ତିମ ସଂସ୍କାର ପାଇଁ 20 ଜଣଙ୍କୁ ଅନୁମତି ମିଳିବ ତେବେ ଲକଡାଉନ ରେ କଣ ସବୁ ବନ୍ଦ ରହିବ ଯାତ୍ରୀବାହୀ ବସ ଚଳାଚଳ ଉପରେ କଟକଣା ଅଟୋ ରିକ୍ସା ଟାକ୍ସି ଚଳାଚଳ ଉପରେ କଟକଣା |
ସମସ୍ତ ଶିକ୍ଷା ଅନୁଷ୍ଠାନ ଓ କୋଚିଂ ସେଣ୍ଟର ବନ୍ଦ ସିନେମା ହଲ ମଲ ଜିମ ପାର୍କ ଓ ବାର ବନ୍ଦ ରହିବ ସାପ୍ତାହିକ ଓ ଦୈନିକ ହାଟ ଚାଲିପାରିବ ନାହିଁ ସାମାଜିକ ଧାର୍ମିକ ରାଜନୀତିକ ସମାବେଶ ଉପରେ କଟକଣା ଯାତ୍ରା ସେଲୁନ ବ୍ୟୁଟି ପାଲାର ବନ୍ଦ ରହିବ ଓ ମନ୍ଦିର ଭିତରକୁ ଭକ୍ତ ପଶିବା ମନା |
ପୁଣିଥରେ ଲକଡାଉନ-ମେ 5 ରୁ 19 ପୁରା ସାରା ଓଡ଼ିଶା ତାଲାବନ୍ଧ, ଶୀଘ୍ର ଦେଖନ୍ତୁ କଣ ବନ୍ଧ ରହିବ କଣ ଚାଲିବ
