ରଜ ପର୍ବ କାହିଁକି ପାଳନ କରାଯାଏ, Raja Sankranti 2021, ଆଗରୁ ଜାଣି ନଥିବେ, ଜାଣନ୍ତୁ

ରଜ ସଙ୍କରାନ୍ତି 3 ଦିନ ର ଏକ ପର୍ବ ଯାହାର ଦ୍ୱତୀୟ ଦିନ ମିଥୁନ ର ସୌର ମାସ ଆରମ୍ଭ ହେବାକୁ ସୂଚିତ କରିଥାଏ ଓ ଏହି ଦିନକୁ ବର୍ଷା ଋତୁର ଆରମ୍ଭ ହୋଇଥାଏ | ରଜ ର ପୌରାଣିକ ଆଧାର ଏହା ବିଶ୍ୱାସ କରାଯାଏ କି ବସୁଧା ମା ଯିଏକି ଭଗବାନ ବିଷ୍ଣୁଙ୍କର ପତ୍ନୀ ଅଟନ୍ତି ଏହି ତିନିଦିନ ସେ ତାଙ୍କର ମାସିକ ଧର୍ମ ପାଳନ କରିଥାନ୍ତି ଚର୍ତୁଥ ଦିନ କୁ ବସୁମତୀ ଗାଧୁଆ ବୋଲି କୁହାଯାଇଥାଏ ଯେଉଁଥିରେ ଭୁ ଦେବୀଙ୍କୁ ସ୍ନାନ କରାଯାଇଥାଏ ରଜ ଶବ୍ଦଟି ରଜସ୍ୱଳା ଶବ୍ଦରୁ ଆସିଅଛି ଯାହାର ମାନେ ମାସିକ ଧର୍ମଦେଇ ଗତି କରୁଥିବା ମହିଳା | ମଧ୍ୟ ଯୁଗରେ ଏଇ ପାର୍ବଟି ଗୋଟେ କୃଷି ଭିତିକ ଛୋଟୀ ରୂପେ ବିଖ୍ୟାତ ହୋଇଯାଇଥିଲା ଯେଉଁଥିରେ ମାତା ଭୁ ଦେବୀଙ୍କୁ ପୂଜା କରାଯାଉଥିଲା ଯାହାକୁ ଭଗବାନ ଜଗନ୍ନାଥଙ୍କର ପତ୍ନୀ ମଧ୍ୟ ମାନାଯାଉଥିଲା ମାତା ଭୁ ଦେବୀଙ୍କର ରୂପରେ ଏକ ମୂର୍ତି ଭଗବାନ ଶ୍ରୀ ଜଗନ୍ନାଥ ଙ୍କ ପାର୍ଶ୍ୱରେ ଏବେବି ଦେଖିବାକୁ ମିଳେ ପୁରୀର ଜଗନ୍ନାଥ ମନ୍ଦିରରେ |

ରଜପର୍ବର ପାଳନ ପ୍ରକ୍ରିୟା
ଏଇ ତିନିଦିନ ସମୟରେ ଘରର ମହିଳା ମାନଙ୍କୁ ଘରର କାମରୁ ନିବୃତ ରଖାଯାଇଥାଏ ଆଉ ଘର ଭିତରେ ଖେଳାଯାଇ ପାରୁଥିବା ଖେଳ ସବୁକୁ ଖେଳିବାପାଇଁ ସମୟ ଭି ମିଳିଥାଏ ଝିଅମାନେ ନିଜକୁ ନୂଆ ପୋଷାକ କିମ୍ବା ପାରମ୍ପରିକ ଶାଢ଼ୀ ଏବଂ ପାଦରେ ଅଳତା ପିନ୍ଧି ସଜାଇ ହୋଇଥାନ୍ତି ସମସ୍ତେ ଖାଲି ପାଦରେ ମାଟିରେ ଚାଲିବା ଠୁ ନିବୃତ ରୁହନ୍ତି ବହୁତ ପିଠା ପଣା ଯେପରିକି ପୋଡ ପିଠା ଚକୁଳି ପିଠା ଖାଇ ଏଇ ପର୍ବକୁ ପାଳନ କରାଯାଏ ଝିଅମାନେ ଦୋଳି ଖେଳିଥାନ୍ତି ଓ ମହିଳାମାନେ ତାସ ଓ ଲୁଡୁ ଭଳି ଖେଳ ଖେଳିଥାନ୍ତି ଗାଁ ର ଯୁବକ ମାନେ କବାଡି ଖେଳିଥାନ୍ତି ଓ ବିଭିନ୍ନ ପ୍ରକାରର ଗୀତ ଗାଇ ଲୋକମାନେ ଏହାକୁ ପାଳନ କରିଥାନ୍ତି ରଜ ପର୍ବ ଏହା ଜୁନ ମାସର ମଧ୍ୟ ଭାଗରେ ପଡିଥାଏ |

ପ୍ରଥମ ଦିନ କୁ ପହିଲି ରଜ ଦ୍ୱତୀୟ ଦିନକୁ ମିଥୁନ ସଂକ୍ରାନ୍ତି ତୃତୀୟ ଦିନକୁ ଭୁ ଦହ ବା ବାସି ରଜ ବୋଲି କୁହାଯାଇଥାଏ ଅନ୍ତିମ ବା ଚତୁର୍ଥ ଦିନ କୁ ବସୁମତୀ ସ୍ନାନ ବୋଲି କୁହାଯାଇଥାଏ ଯେଉଁଥିରେ ଘରର ମହିଳାମାନେ ଶିଳ କୁ ମା ଙ୍କ ରୂପ ମାନି ହଳଦୀ ଲଗାଇ ଗାଧୋଇଦେଇଥାନ୍ତି ଓ ଫୁଲ ସିଂଦୁରରେ ସଜାଇଥାନ୍ତି | ବହୁତ ପ୍ରକାରର ଫଳ ମାଙ୍କୁ ପ୍ରସାଦ ରୂପେ ଚଢାଯାଇଥାଏ ପ୍ରଥମ ଦିନ ର ପୂର୍ବଦିନ କୁ ସଜବାଜ ବୋଲି କୁହାଯାଏ ଯେଉଁଦିନ ଘର ରୋଷେଇଘର ଶିଳ ମଧ୍ୟ ଧୁଆଯାଇଥାଏ ଆଉ ପୂର୍ବରୁ 3 ଦିନ ପାଇଁ ମସଲା ବାଟିକି ରଖାଯାଇଥାଏ ଏଇ 3 ଦିନ ସମୟରେ ଘରର ଝିଅ ଏବଂ ମହିଳା କାମରୁ ବିଶ୍ରାମ ନେଇଥାନ୍ତି ଓ ଶାଢ଼ୀ ଅଳତା ଓ ଅଳଙ୍କାର ଆଦିରେ ନିଜକୁ ସଜାଇ ଥାନ୍ତି ଯେମିତି ପୃଥିବୀ ନିଜର କ୍ଷୁଦ୍ୱ ମେଣ୍ଟାଇବା ପାଇଁ ବର୍ଷାର ଅପେକ୍ଷାରେ ଚାହିଁ ରହିଥାଏ ସେମିତି ଘରର ଅବିବାହିତ ଝିଅମାନେ ନିଜକୁ ସଜାଇ ଆଗାମୀ ବିବାହ ପ୍ରସ୍ତାବର କାମନା କରିଥାନ୍ତି ସେମାନେ ଏ ପର୍ବକୁ ମଜାମସ୍ତି କରି ଓ ଅନାରନ୍ଧା ଖାଦ୍ୟ ଏବଂ ପୋଡପିଠା ଖାଇ ବିତାଇଥାନ୍ତି ସେମାନେ ଏଇ 3 ଦିନ ଗାଧୋଇ ନଥାନ୍ତି ଲୁଣ ଖାଇ ନଥାନ୍ତି ମାଟି ଉପରେ ଖାଲି ପାଦରେ ଚାଲି ନଥାନ୍ତି ଓ ଭବିଷ୍ୟତରେ ସୁସ୍ଥ ସବଳ ପିଲା ଜନ୍ମ ଦେବାପାଇଁ ପ୍ରତିଜ୍ଞା ବଧ ହୋଇଥାନ୍ତି |

ରଜ ର ମଧୁର ସ୍ମୃତି ଗୁଡିକ ମଧ୍ୟରୁ ଗୀତ ଗାଇ ଗାଇ ବରଗଛ ର ଡାଳରେ ଦୋଳି ଖେଳିବା ହେଉଛି ସବୁଠୁ ଖାସ ମୌସୁମୀ ର ଆଗମନ କୁ ପାଳନ କରିବାପାଇଁ ଗାଁ ଲୋକମାନଙ୍କ ଦ୍ୱାରା ଏଇ ତିନିଦିନର ପର୍ବ ଆୟୋଜନ କରାଯାଇଥାଏ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପାଳନ କରାଯାଉଥିବା ସତ୍ୱେ ମଧ୍ୟ କଟକ ପୁରୀ ଓ ବାଲେଶ୍ୱର ରେ ଏହାର କିଛି ଅଧିକ ପ୍ରଭାବ ରହିଥାଏ | ଗୋଟେ ପ୍ରମୁଖ ବିଶ୍ୱାସ ଅନୁସାରେ ଯେପରି ଗୋଟେ ମହିଳା ନିଜର ମାସିକ ଧର୍ମ ପାଳନ କରିଥାଏ ଯାହାକି ତାହାର ଜନ୍ମ କରିବାର କ୍ଷମତା କୁ ଦର୍ଶାଇଥାଏ ସେହିପରି ବସୁଧା ମା ମଧ୍ୟ ନିଜର ମାସିକ ଧର୍ମ ପାଳନ କରିଥାଏ ଏହି କାରଣରୁ ଏହି 3 ଦିନକୁ ମା ର ମାସିକ ଧର୍ମର ଦିନ ବୋଲି କୁହାଯାଇଥାଏ ଏହି ସମୟରେ ସମସ୍ତ କୃଷି କାର୍ଯ୍ୟ ବନ୍ଦ ରଖାଯାଇଥାଏ ଯେମିତିକି ହିନ୍ଦୁ ଘରମାନଙ୍କରେ ମାସିକ ଧର୍ମ ଦେଇ ଗତି କରୁଥିବା ମହିଳା ମାନଙ୍କୁ ଅପଵିତ୍ରତା କାରଣରୁ ସମସ୍ତଙ୍କ ଠୁ ଅଲଗା ରଖାଯାଇଥାଏ ଆଉ କିଛିଭି ଜିନିଷ ଛୁଇଁବାକୁ ଦିଆଯାଇନଥାଏ ଏବଂ ସେମାନଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ କରିବାକୁ କୁହାଯାଏ ସେହିପରି ବସୁଧା ମା ଙ୍କୁ ମଧ୍ୟ 3 ଦିନ ପାଇଁ ସମ୍ପୂର୍ଣ୍ଣ ବିଶ୍ରାମ ଦିଆଯାଇଥାଏ ଯାହା ଫଳରେ ସମସ୍ତ କୃଷି କାର୍ଯ୍ୟ ବନ୍ଦ ରଖାଯାଏ |

ତେଣୁ ଏହା ମୁଖ୍ୟତଃ ଏହା ଅବିବାହିତ ଝିଅ ଏବଂ ହେବାକୁ ଯାଉଥିବା ମା ମାନଙ୍କ ପର୍ବ ଅଟେ | ସେମାନଙ୍କୁ ଗୋଟେ ମାସିକ ଧର୍ମ ପାଳନ କରୁଥିବା ମହିଳା ପାଇଁ ଯାହାସବୁ ନିୟମ ଥାଏ ସେସବୁକୁ ପାଳନ କରିବାକୁ ପଡିଥାଏ | ପ୍ରଥମ ଦିନରେ ତାଙ୍କୁ ଭୋରୁ ଉଠି ନିଜର କେଶ ସଜେଇବାକୁ ହୋଇଥାଏ | ଆଉ ଦେହରେ ହଳଦୀ ଲଗାଇ ନଦୀର ଜଳରେ ସ୍ନାନ କରିବାକୁ ହୁଏ ଆଉ ବାକି ଦୁଇଦିନ ପାଇଁ ସ୍ୱାର୍ଥରୂପେ ମନାକରାଯାଇଥାଏ ସେମାନେ ମାଟି ଉପରେ ଚାଲନ୍ତିନି କି ମାଟିକୁ ଖଣ୍ଡିଆ କରନ୍ତିନି | କିଛି କଟାକଟି ବଟା ବାଟି ଓ ରୋଷେଇ ମଧ୍ୟ କରି ନଥାନ୍ତି ଏଇ 3 ଦିନ ଯାଏ ସେମାନଙ୍କୁ ସାଜ ସଜାରେ ଦେଖିବାକୁ ମିଳିଥାଏ ସାଙ୍ଗ ଏବଂ ବନ୍ଧୁବାନ୍ଧବଙ୍କ ଘରୁ ଆସିଥିବା ପିଠାପଣା ଖାଇ ଦୋଳି ଖେଳି ଗୀତ ଗାଇ ନିଜର ଆନନ୍ଦ ଦାୟକ ସମୟକୁ ଅତିବାହିତ କରିଥାନ୍ତି | ବିଭିନ୍ନ ପ୍ରକାରର ଦୋଳି ଯେପରି କି ରାମ ଦୋଳି ଚରକି ଦୋଳି ପାଟ ଦୋଳି ଦାଣ୍ଡି ଦୋଳି ଏବଂ ବାଉଁଶ ଦୋଳି ଆଦି ବ୍ୟବହାର କରାଯାଇଥାଏ |

ଏଇ ପର୍ବପାଇଁ ବିଶେଷ ରୂପେ ତିଆରି କରାଯାଇଥିବା ଗୀତ ସବୁ ଯାହା ପ୍ରେମ ମୈତ୍ରୀ ସାମାଜିକ ବ୍ୟବହାର ଉପରେ ଆଧାରିତ ଅଟେ ଓଡ଼ିଶାର ଲୋକ ଗୀତ ର ଏକ ପ୍ରମୁଖ ଅଂଶ ହେବ ସହିତ ଲୋକମାନଙ୍କ ମନରେ ଏକ ଚିର ସ୍ମରଣୀୟ ଯାଜା ବନାଇ ପାରିଛି ଯେତେବେଳେ ଝିଅମାନେ ନୃତ୍ୟ ସଂଗୀତ ଆଉ ଦୋଳି ଖେଳିବା ଆଦିରେ ନିଜକୁ ସମ୍ପୃତ କରି ଚାରି ଆଡେ ସୁନ୍ଦରତା ଆଣିଥାନ୍ତି ପୁଅମାନେ ଖେଳ କୁଦାରେ ମର୍ଜୀ ଭଲ ଭଲ ଖାଇବା ଖାଇ ମୌସୁମୀ କୁ ସ୍ୱାଗତ କରିଥାନ୍ତି ଓ ଆଗାମୀ 4 ମାସ ସେ ନିଜକୁ କାଦୁଅ ସହ ମିଶାଇ ଦେଇ କୃଷି କାର୍ଯ୍ୟରେ ଜୋର ସୋର ରେ ଲାଗି ରହିବାପାଇଁ ଠାଣି ହୋଇ ରହିଥାନ୍ତି ବର୍ଷାର ପ୍ରଥମ ଟୋପା ତାଙ୍କ ମନରେ ଏକ ଭଲ ଅମଳ ପାଇବାର ଆସା ଏବଂ ଆକାଂକ୍ଷା କୁ ଭରି ଦେଇଥାଏ |