ନମସ୍କାର ବନ୍ଧୁଗଣ ପବିତ୍ର ରଜପର୍ବ ଏହି ରଜପର୍ବ ସାରା ଓଡ଼ିଶାରେ ଧୁମ୍ ଧାମରେ ପାଳନ କରାଯାଇଥାଏ। ଜୁନ ୧୫ ରେ ରଜ ସଂକ୍ରାନ୍ତି ପଡ଼ୁଛି। ସେହି ଦିନ ଭୁଲ୍ ରେ ମଧ୍ୟ ଏହି କାମଗୁଡିକ କରନ୍ତୁନାହିଁ ନଚେତ୍ ଆପଣ ବର୍ଷସାରା ଆର୍ଥିକ ଅବସ୍ଥା ଯୋଗୁଁ ଆପଣ ହଇରାଣ ହୋଇପାରନ୍ତି। ହିନ୍ଦୁ ଧର୍ମରେ ରଜ ସଂକ୍ରାନ୍ତିକୁ ଏକ ବଡ଼ ମହତ୍ତ୍ଵ ସଂକ୍ରାନ୍ତି ରୂପେ ପାଳନ କରାଯାଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ସୂର୍ଯ୍ୟ ବୃଷ ରାଶିକୁ ତ୍ୟାଗକରି ଯେଉଁଦିନ ମିଥୁନ ରାଶିକୁ ପ୍ରବେଶକରି ତା ପରଦିନକୁ ମିଶାଇ ମୋଟ ତିନିଦିନ ରଜପର୍ବ ପାଳନ କରାଯାଇଥାଏ। ମୃଗଶିରା ନକ୍ଷତ୍ରରେ ସୂର୍ଯ୍ୟ ରହିବାରୁ ତିନି ଦିନକୁ ରଜ କୁହାଯାଉ ଥିବାବେଳେ ଧର୍ମଶାସ୍ତ୍ର ଅନୁସାରେ କୌଣସି ନାରୀର ଋତୁସ୍ରାବ ପ୍ରଥମ ଦିନ ଯଥାକ୍ରମେ ଚଣ୍ଡଳି, ବ୍ରହ୍ମଘାତୀନି ଏବଂ ରଜକି ହୋଇଥାଏ। ଚତୁର୍ଥ ଦିନରେ ସୁତ୍ରା ଏବଂ ପଞ୍ଚମ ଦିନରେ ଭ୍ରମଣ ଯୋଗୁଁ ହୋଇଥାଏ। ତେଣୁ ଆପଣ ରଜରେ ଭୁଲ୍ ରେ ବି ଏହିସବୁ କାମ କରିବା ଉଚିତ୍ ନୁହେଁ। ତେବେ ଚାଲନ୍ତୁ ଜାଣିବା ରଜପର୍ବରେ କେଉଁସବୁ କାମ କରିବା ଅନୁଚିତ୍ ହୋଇଥାଏ।
କୁଆରିଁମାନେ ଶାସ୍ତ୍ର ଅନୁସାରେ ଖାଲି ପାଦରେ ଚାଲିବାକୁ ମନାଅଟେ। କୁଆଁରୀମାନେ ଖାଲି ପାଦରେ ରଜ ସଂକ୍ରାନ୍ତିର ଚାରିଦିନ ଭୁଲ୍ ରେ ବି ଆପଣ ଧରଣର ଯେକୌଣସି ବି ସ୍ଥାନରେ ଖାଲି ପାଦରେ ଚାଲନ୍ତି ନାହିଁ। ସେଥିପାଇଁ ତାଙ୍କ ପାଇଁ ଦୋଳିର ବ୍ୟବସ୍ଥା କରାଯାଇଥାଏ ଏବଂ ସେମାନେ ଚପଲ କିମ୍ବା କଦଳୀ ପଟୁଆର ଚପଲ ଲଗାଇ ଧରଣୀ ଉପରେ ଚାଲିପାରିବେ।
କୃଷକମାନେ ତିନି ଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦେବା ଉଚିତ୍। ଭୁଲ୍ ରେ ବି ଆପଣ ଭୁଖନ୍ନନ ରଜ ସଂକ୍ରାନ୍ତିର ତିନିଦିନ କରିବା କଥା ନୁହେଁ। କାରଣ ଏହି ତିନି ଦିନରେ ମା ଧରିତ୍ରୀ ରଜସ୍ୱଳା ହୋଇଥାନ୍ତି ଏବଂ ତାଙ୍କୁ ବିଶ୍ରାମ ଦେବାପାଇଁ ଶାସ୍ତ୍ରରେ ଉଲ୍ଲେଖ ରହିଛି।
ରଜ ସଂକ୍ରାନ୍ତି ଦିନ ମହିଳାମାନେ ଚୁଲି ଜଳାଇବା ନିଷେଧ ଅଟେ। ଯେହେତୁ ରଜରେ ଧରଣୀ ମାତାଙ୍କୁ ବିଶ୍ରାମ ଦିଆଯାଏ। ତେଣୁ ରଜ ପର୍ବଦିନ ପହିଲି ରଜରେ ବୋହୁ ରକମର ପିଠାପଣା ବିଶେଷ କରି ପୋଡପିଠା ତିଆରି କରି ରଖନ୍ତୁ। ଯାହା ସହଜରେ ନଷ୍ଟ ହୁଏ ନାହିଁ ଏବଂ ଅଧିକ ଦିନ ରହିଥାଏ। ତେଣୁ ଆପଣ ରଜ ସଂକ୍ରାନ୍ତିରେ ଚୁଲି ଲଗାଇବା ନିଷେଧ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି।
ଆପଣ ଭୁଲ୍ ରେ ବି ରଜ ସଂକ୍ରାନ୍ତିରେ ପିଆଜ, ରସୁଣ ଓ ଆମିଷ ଭୋଜନ କରନ୍ତୁ ନାହିଁ। କାରଣ ଏହିସବୁ ଖାଦ୍ୟ କାମାସିକ ଖାଦ୍ୟ ଅଟେ।
ଆପଣ ରଜ ସଂକ୍ରାନ୍ତି ଦିନ ନିଜ କଥା କହିବା ଉପରେ ସଠିକ୍ ନିୟନ୍ତ୍ରଣ ରଖନ୍ତୁ। ଏହାସହ ଏହି ଦିନ ରାଗନ୍ତୁ ନାହିଁ। ଆପଣ କାହାକୁ ଖରାପ ସମାଲୋଚନା କରନ୍ତୁ ନାହିଁ। ଲୋକମାନଙ୍କ ସହିତ ଭଲରେ ବ୍ୟବହାର କରନ୍ତୁ।
ଯଦି ଆପଣଙ୍କ ଘରକୁ ରଜ ସଂକ୍ରାନ୍ତି ଦିନ କୌଣସି ମଧ୍ୟ ଭିକାରୀ କିମ୍ବା ବୃଦ୍ଧ ଆସିଲେ ଆପଣ ତାଙ୍କୁ କିଛି ନା କିଛି ଅବଶ୍ୟ ଦିଅନ୍ତୁ। ଆପଣ ଆପଣଙ୍କ ସମର୍ଥ ଅନୁସାରେ କିଛିବି ଦେଇପାରିବେ। ତାଙ୍କୁ ଖାଲି ହାତରେ କଦାପି ଫେରାନ୍ତୁ ନାହିଁ।
ରଜ ପର୍ବ 14 June, ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି 5ଟି କାମ ସର୍ବନାଶ ହେବ, Rajo Festival 2021
