ନମସ୍କାର ବନ୍ଧୁଗଣ ଅଡ଼ୁଆରେ ରଜ କୁଇନ୍ ଜଜ୍। କାହିଁକି ଏଣୁ ତେଣୁ ପ୍ରଶ୍ନ ପଚରାଯାଇ ଝିଅମାନଙ୍କୁ ବେଜିତ୍ କରାଯାଉଛି। ଆସନ୍ତୁ ଜାଣିବା ଏହି ବିଷୟରେ ସଂପୂର୍ଣ୍ଣ ବିବରଣୀ। ଜି ସାର୍ଥକ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଟିଭି ସୋ ରଜ କୁଇନ୍ କୁ ନେଇ ଉଠିଛି ବିବାଦ। ସେହି ରୀୟାଲିଟି ସୋରେ ଯେମିତି ଝିଅମାନଙ୍କୁ ଏଣୁ ତେଣୁ ପ୍ରଶ୍ନ ପଚରାଯାଇ ଅପମାନିତ କରାଯାଉଛି ସେହି ପାଇଁ ବିଭିନ୍ନ ମହଲରୁ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଏହିଭଳି ପରିସ୍ଥିତିରେ ରଜ କୁଇନ୍ ଆଉ ଏଥିରେ ଥିବା ଜଜ୍ ମାନଙ୍କ ଉପରେ ବର୍ଷିଛନ୍ତି ଲେଖିକା ସୁଲୋଚନା ମହାନ୍ତି।
ଏଥି ନେଇ ସେ ନିଜ ଫେସ୍ ବୁକ୍ ଆକାଉଣ୍ଟରେ ସୁଲଗ୍ନା ଟକ୍ ରେ ଏକ ପୋଷ୍ଟ ସେୟାର କରିଥିଲେ। ଏଥିରେ ଶୁଲଗ୍ନା କହିଛନ୍ତି ରଜ କୁଇନ୍ ଓ ରଜ ସୁନ୍ଦରି ମୁଁ କେବେ ଟିଭିରେ ଦେଖିନାହିଁ। ଆଜିକାଲି ଫେସ୍ ବୁକ୍ ରେ ସେହି କାର୍ଯ୍ୟକ୍ରମ ଗୁଡ଼ିକର ପ୍ରତିଯୋଗୀର ବୋହୁତ ଟ୍ରୋଲ ଭିଡିଓ ଦେଖୁଛି। ସବୁ ସେହି ଝିଅଙ୍କ କଥା କୋହୁଛନ୍ତୁ ହେଲେ ମୁଁ ଟିକେ ସେହି ବେହିୟା,ଅଭଦ୍ର ବିଚାରକ ମାନଙ୍କ କଥା କହିବି। ସେହି ଝିଅ ଗୁଡାକ ତ ମୂର୍ଖ ପାଠଶାଠ ପଢ଼ି ମଧ୍ୟ ବେହୀୟା ଭଳି ଦୁଇ କେ ଦଶ କହି ନିଜ ଗାଁ, ସ୍କୁଲ୍, କଲେଜ୍ ର ନାଁ ତଳେ ପକାଉଛନ୍ତି।
ହେଲେ ସେ ଅସଭ୍ୟ ଜଜ୍ ଗୁଡାକ ଏହି ଝିଅମାନଙ୍କୁ ଏତେ ଅପମାନ ଓ ବେଜିତ୍ କରିବାର ଅଧିକାର ତାଙ୍କୁ ଦେଇଛି କିଏ। ଏମିତି ଆଟିଟ୍ୟୁଡ୍ ଦେଖାଇ ପ୍ରଶ୍ନ ପଚାରୁଛନ୍ତି ଯେମିତି ନିଜେ କୋନ୍ ବନେଗା କରୋଡ଼ପତି ରୁ ୭ କୋଟି ଜିତିକି ଆସିଛନ୍ତି। ଆଉ ଦେଖିଲି ଯଦି କୌଣସି ପ୍ରତିଯୋଗୀ ଠିକ୍ ଉତ୍ତର ଦେଇଦେଲେ ତାହେଲେ ଜଜ୍ ମାନଙ୍କ ମୁହଁ ସୁଖୀ ଯାଉଛି। ସେ ପ୍ରତିଯୋଗୀକୁ ସେ ପ୍ରଶ୍ନ ପଚାରି ଚାଲିଛନ୍ତି ଯେପର୍ଯ୍ୟନ୍ତ ସେ ଭୁଲ୍ ଉତ୍ତର ନଦେଉଛି। ଆଉ ତାପରେ ସେ ୟାକୁ ବି ଟିକେ ବେଜିତ୍ କରିଦେଉଛନ୍ତି।
ସତେ ଯେମିତି ଏମାନଙ୍କୁ ବିଚାରକ ହେବା ପାଇଁ ପଇସା ନୁହେଁ ପ୍ରତିଯୋଗୀ ମାନଙ୍କୁ ଅପମାନ କରିବା ପାଇଁ ପଇସା ମିଳୁଛି। ଏହିଭଳି ଭାବରେ ଅନେକ କଥା କହି ସିଲଗ୍ନା ରଜ କୁଇନ୍ ଓ ଏହାର ଜଜ୍ ମାନଙ୍କୁ ଖୁବ୍ ଟ୍ରୋଲ୍ କରିଥିଲେ। ସାଧାରଣ ଲୋକମାନେ ସୁଲାଗ୍ନାଙ୍କ ଏଭଳି କଥା ପାଇଁ ତାଙ୍କୁ ସାବସି ଦେବା ସହ ତାଙ୍କ କଥାରେ ଏକମତ ହୋଇଛନ୍ତି। ଏକଥା ଉଲ୍ଲେଖ ଯୋଗ୍ୟ ଯେ ରଜ କୁଇନ୍ ରେ ଝିଅମାନଙ୍କୁ ଅପମାନ କରାଯାଉଥିବା ନେଇ ବିଭିନ୍ନ ମହଲରୁ ଜିସାର୍ଥକ ଚ୍ୟାନେଲ ବିରୁଦ୍ଧରେ ସ୍ବର ଉଠିଛି। ଆପଣମାନେ ମଧ୍ୟ ରଜ କୁଇନ୍ ଦେଖିଥିବେ ଆଉ ସେଥିରେ ଦେଖିଥିବେ କେଉଁ ଭଳି ଭାବରେ ସେଥିରେ ଝିଅମାନଙ୍କୁ ଟ୍ରୋଲ୍ କରାଯାଉଛି ଆଉ ଅପମାନ କରାଯାଉଛି।
ଯେଉଁ ଝିଅ ଦେଖିବା ପାଇଁ ସୁନ୍ଦର ତାଙ୍କୁ ସରଳ ପ୍ରଶ୍ନ ପଚାରୁଛନ୍ତି ଆଉ ଯେଉଁ ଝିଅମାନେ ଦେଖିବା ପାଇଁ ଟିକେ ଅସୁନ୍ଦର ତାଙ୍କୁ ଏତେ କଷ୍ଟ ପ୍ରଶ୍ନ ପଚାରୁଛନ୍ତି ଯାହାର ସେ ଉତ୍ତର ଦେଇପାରୁ ନାହାଁନ୍ତି ଏବଂ ତାଙ୍କୁ ଦେଖେଇକି ବୋହୁତ ଗୁଡିଏ କଥା ମଧ୍ୟ କହୁଛନ୍ତି ଯାହାଦ୍ଵାରା ସେ ଅପମାନିତ ହୋଇକି ଯାଉଛନ୍ତି।