ରାଖୀ ସାୱନ୍ତ ଖୋଲିଲେ ବୋଲିଉଡ଼ କଳା ସତ…. ଓଃ ତ ଏହି କାରଣ ପାଇଁ ହିରୋ ହିରୋଇନ ମାନେ କରିଥାନ୍ତି ଏପରି ଖରାପ କାମ… ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବୋଲିଉଡ଼ ଇଣ୍ଡଷ୍ଟ୍ରି ରେ ଡ୍ରଗ୍ସ ଠୁ ଆରମ୍ଭ କରି ଅନେକ ହଇଚଇ ସୃଷ୍ଟି ହୋଇଛି | ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରେଟ୍ ଏହି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରୁଛନ୍ତି। ଏହି ଧାରାବାହିକରେ ଡ୍ରାମା କୁଇନ୍ ନାମକ ରାଖୀ ସାୱନ୍ତ ମଧ୍ୟ ତାଙ୍କ ମତକୁ ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି। ରାଖୀ କହିଛନ୍ତି ଯେ ଵସ୍ତବାରେ କାହିଁକି ବୋଲିଉଡ଼ ସେଲିବ୍ରିଟି ମାନେ ଡ୍ରଗ୍ସ ବ୍ୟବହାର କରନ୍ତି | କେବଳ ଏତିକି ନୁହେଁ ରାଖୀ ତାଙ୍କ ନୂତନ ବୟାନରେ ଡ୍ରଗ୍ସକୁ ନେଇ ଅନେକ ଆଶ୍ଚର୍ଯ୍ୟଜନକ ରହସ୍ୟର ଖୁଲାସା କରିଛନ୍ତି |

ଆଶ୍ଚର୍ଯ୍ୟର କଥା ହେଉଛି କି, ରାଖୀ ସାୱନ୍ତ ନିଜର ବୟାନରେ ଡ୍ରଗ୍ସ ନେବାର ମୂଳ କାରଣ କଣ କହିଛନ୍ତି | ସେ କହିଛନ୍ତି ଯେ, ବୋଲିଉଡ଼ ତାରକା ମାନେ ତାଙ୍କୁ ଭୋକ ନ ଲାଗିବା ଏବଂ ସ୍ଲିମ ଫିଟ ରହିବା ପାଇଁ ଡ୍ରଗ୍ସ ନେଇଥାନ୍ତି | ଏଠି ପାଇଁ ତାରକା ମାନେ ଅଲଗା ଅଲଗା ଉପାୟରେ ଡ୍ରଗ୍ସ ସେବନ କରିଥାନ୍ତି |

ରାଖୀ କହିଲେ ବାସ୍ତବରେ ବୋଲିଉଡ଼ ତାରକା ମାନେ କାହିଁକି ଡ୍ରଗ୍ସ ନେଇଥାନ୍ତି
ରାଖୀ ସାୱନ୍ତ ଏକ ଇଣ୍ଟରଭିଉ ରେ ବୋଲିଉଡ଼ ଇଣ୍ଡଷ୍ଟ୍ରି ରେ ଡ୍ରଗ୍ସକୁ ନେଇ ଚାଲିଥିବା ଚର୍ଚ୍ଚା ସମ୍ପର୍କରେ ଖୁଲମ ଖୁଲା ଭାବେ ଆଲୋଚନା କରିଛନ୍ତି | ସେ କହିଛନ୍ତି ଯେ ମୁଁ ଗତ 15 ବର୍ଷ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛି, ମୁଁ ଏହିପରି ଅନେକ ତାରକା ମାନଙ୍କୁ ଜାଣିଛି ଯେଉଁମାନେ ଡ୍ରଗ୍ସ ସେବନ କରନ୍ତି | ରାଖୀ କହିଛନ୍ତି ଯେ ଏହି କଳାକାରମାନେ ସେମାନଙ୍କର ଗ୍ଲାମର ବଜାୟ ରଖିବା ପାଇଁ ଡ୍ରଗ୍ସ ନିଅନ୍ତି | କିନ୍ତୁ ଅନେକ ସେଲିବ୍ରିଟି ନିଜର ଗ୍ଲାମର୍ସ ବଜାୟ ରଖିବା ପାଇଁ ଡ୍ରଗ୍ସ ର ବ୍ୟବହାର କରନ୍ତି |

ରାଖୀ କହିଛନ୍ତି ଯେ ଇଣ୍ଡଷ୍ଟ୍ରିର ଅଧିକାଂଶ କଳାକାର ନିଶା ସେବନ କରନ୍ତି। ସେ କହିଛନ୍ତି ଯେ ଏହି ଡ୍ରଗ୍ସ ଭୋକ କୁ ନିୟନ୍ତ୍ରଣ କରେ ଏବଂ ଭୋକ ଲାଗିବାକୁ ଦିଏ ନାହିଁ | ତେଣୁ ଝିଅମାନେ ନିଜକୁ ପତଳା ରଖିବା ପାଇଁ ଡ୍ରଗ୍ସ ବ୍ୟବହାର କରନ୍ତି | ରାଖୀ କହିଛନ୍ତି ଯେ ଅଭିନୟରେ ଓଜନ ଉପରେ ବହୁତ ଚାପ ରହିଛି | ଏହା ସେମାନଙ୍କୁ ହଇରାଣ କରେ ଯେ ଯଦି ସେମାନଙ୍କର ଓଜନ ବଢିଯାଏ ତେବେ ସେମାନେ କିପରି ଚଳଚ୍ଚିତ୍ରରେ କାମ କରିବେ | ଏହି କାରଣରୁ କଳାକାର ମାନଙ୍କୁ ଡ୍ରଗ୍ସ ର ନିଶା ଲାଗିଯାଇଥାଏ ।

ରାଖୀ ନିଜର ଅନୁଭୂତି ମଧ୍ୟ ସେୟାର କଲେ
ରାଖୀ ନିଜର ଅନୁଭୂତି କୁ ବର୍ଣ୍ଣନା କରିବାକୁ ଯାଇ କହିଥିଲେ ଯେ, କିଛି ଦ୍ଦିନ ପର୍ଯ୍ୟନ୍ତ ନିଜର ଓଜନ ବଢିବାକୁ ନେଇ ସେ ଚିନ୍ତିତ ଥିଲେ | ସେତେବେଳେ ସେ ଇଣ୍ଡଷ୍ଟ୍ରି ର ଅନେକ ଲୋକଙ୍କ ସହ ଏସମ୍ପର୍କରେ କଥାବାର୍ତ୍ତା କରିଥିଲେ | ସେମାନେ ତାଙ୍କୁ ଡ୍ରଗ୍ସ କିମ୍ବା ନିଶା ସେବନ କରିବାକୁ ଉପଦେଶ ଦେଇଥିଲେ | କିଛି ଲୋକ ତାଙ୍କୁ ଏହା ମଧ୍ୟ କହିଥିଲେ ଯେ, ଅନେକ ଲୋକ ସ୍ଲିମ ଫିଟ ରହିବାକୁ ଏହାର ବ୍ୟବହାର କରୁଛନ୍ତି ଏବଂ ଏହା ଏକ ସାଧାରଣ କଥା | ରାଖୀ ଏହାର ଆଗକୁ କହିଥିଲେ ଯେ,’ମୋ ପାଇଁ ଏହି ଉପଦେଶ ଅନେକ କଷ୍ଟକର ଥିଲା | ତେଣୁ ମୁଁ ଡ୍ରଗ୍ସ ବଦଳରେ ଯୋଗ କୁ ଆପଣେଇ ନେଇଥିଲି | ସେ କହିଛନ୍ତି ଯେ, ଅନେକ ତାରକା ସ୍ଲିମ ଫିଟ ରହିବାକୁ ସର୍ଟକଟ ନେଉଛନ୍ତି, କିନ୍ତୁ ତାହା ଖରାପ କାମ ଅଟେ |

ସାରା ଦେଶରେ ଚାଲିଛି ଏହି ନିଶା କାରବାର
ରାଖୀ ସାୱନ୍ତ କେବଳ ଏଠାରେ ଅଟକି ନାହାଁନ୍ତି, କିନ୍ତୁ ସେ ଆହୁରି ମଧ୍ୟ କହିଛନ୍ତି ଯେ ଡ୍ରଗ୍ସର କାରବାର କେବଳ ବଲିଉଡରେ ନୁହେଁ ବରଂ ଏହା ସମଗ୍ର ଦେଶରେ ଚାଲିଛି । ଏଥିସହ, ସେ କହିଛନ୍ତି ଯେ ମୁଁ ବହୁତ ଲୋକଙ୍କୁ ଜାଣେ ଯେଉଁମାନେ ଡ୍ରଗ୍ସ ନିଅନ୍ତି, କିନ୍ତୁ ତାଙ୍କ ନାମ ନେବାକୁ ମୋର ଅଧିକାର ନାହିଁ | ରାଖୀ କହିଛନ୍ତି ଯେ, କେବଳ ବଲିଉଡକୁ ନର୍ଦମା କହିବା ଠିକ ନୁହେଁ | ଡ୍ରଗ୍ସ ର ସେବନ ସାରା ଦୁନିଆରେ କରାଯାଉଛି | ଏଥିରେ କେବଳ ବୋଲିଉଡ଼କୁ ଟାର୍ଗେଟ କରିବା ଠିକ ନୁହଁ |