ସାବିତ୍ରୀ ବ୍ରତ (10 June) କରନ୍ତୁ ନାହିଁ ଏହି 5ଟି ଭୁଲ, ସ୍ଵାମୀଙ୍କ ହେବ ଅକାଳ ମୃତ୍ୟୁ Savitri Brata 2021

ନମସ୍କାର ବନ୍ଧୁଗଣ ଓଡ଼ିଆ ଘରର ସଧବା ନାରୀମାନଙ୍କର ଏକ ବିଶିଷ୍ଟ ପର୍ବ ହେଉଛି ସାବିତ୍ରୀ ବ୍ରତ। ଆସନ୍ତା ଜୁନ ମାସ ୧୦ ତାରିଖରେ ଓଡ଼ିଶାରେ ଏହି ପର୍ବ ପାଳନ ହେବାକୁ ଯାଉଅଛି। ଏହି ବ୍ରତରେ ଓଡ଼ିଆ ଘରର ସଧବା ନାରୀମାନେ ସେମାନଙ୍କ ସ୍ଵାମୀଙ୍କର ଶୁଭ ମନାସି ଏବଂ ଦୀର୍ଘ ଆୟୁ କାମନା କରି ବ୍ରତ ରଖିଥାନ୍ତି। ସବୁ ନାରୀଙ୍କର ଇଚ୍ଛାଥାଏ କି ସାବିତ୍ରୀଙ୍କ ପରି ସଦାସର୍ବଦା ସଧବା ହୋଇ ରହିବା ପାଇଁ। ଏହି ବ୍ରତକୁ ଖୁବ୍ ନିଷ୍ଠାର ସହିତ ପାଳନ କରିଥାନ୍ତି। କିନ୍ତୁ ଆପଣମାନେ ଏହା ଜାଣନ୍ତି କି ଏହି ବ୍ରତର ପୂଜାରେ ନାରୀମାନେ କେଉଁସବୁ କଥା ପ୍ରତି ନିହାତି ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ। କେଉଁସବୁ କଥାମାନ ପାଳନ କରିଲେ ସ୍ୱାମୀର ଆୟୁଷ ବୃଦ୍ଧି ହୋଇଥାଏ ଏବଂ କେଉଁସବୁ କଥାକୁ ଅଣଦେଖା କରିଲେ ସ୍ୱାମୀର ଆୟୁଷହାନୀ ହୋଇଥାଏ ବା ସ୍ଵାମୀଙ୍କର ଖୁବ୍ ଶୀଘ୍ର ମୃତ୍ୟୁ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ସବୁ ନିୟମମାନ କଣ ହୋଇଥାଏ।

ଜେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି ଦିନ ଏହି ସାବିତ୍ରୀ ବ୍ରତ ପାଳନ କରାଯାଏ। ଏହା ସଧବା ନାରୀମାନଙ୍କର ଏକ ମହତ୍ତ୍ଵପୂର୍ଣ୍ଣ ବ୍ରତ ଅଟେ। ଏହିଦିନ ସତ୍ୟବାନ୍, ସାବିତ୍ରୀ ଏବଂ ଯମରାଜାଙ୍କର ପୂଜା କରାଯାଇଥାଏ। ପୌରାଣିକ କଥା ଅନୁସାରେ ସାବିତ୍ରୀ ଏହି ବ୍ରତ ପାଳନକରି ମୃତ ସତ୍ୟବାନ୍ ଙ୍କ ଜୀବନ ଯମରାଜାଙ୍କ ଠାରୁ ଫେରାଇ ଆଣିଥିଲେ। ସେହି ଦିନ ଠାରୁ ପାଳନ ହୋଇଆସୁଛି ଏହି ସାବିତ୍ରୀ ବ୍ରତ। ଏଥି ପାଇଁ ହିନ୍ଦୁ ଧର୍ମର ସଧବା ନାରୀମାନେ ନିଜ ସ୍ଵାମୀଙ୍କର ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି। ଏହିଦିନ ସଧବା ନାରୀମାନେ ସକାଳୁ ଉଠି ସ୍ନାନଶୌଚ ସାରି ନୂଆ ଶାଢ଼ୀପିନ୍ଧି, ପୂଜା ସାମଗ୍ରୀ ଧରି ମା ସାବିତ୍ରୀଙ୍କୁ ପୂଜା କରିବାକୁ ବାହାରି ଥାଆନ୍ତି। ସେହି ପୂଜା ପାଇଁ ଯେଉଁସବୁ ପୂଜା ସାମଗ୍ରୀ ଆବଶ୍ୟକ ହୋଇଥାଏ ସେଗୁଡିକ ହେଲା ବ୍ରତ, ଲାଲ୍ ରଙ୍ଗର ଶାଢ଼ୀ, ଅଳତା, ସିନ୍ଦୂର , ପାନିଆ, ଦର୍ପଣ, ଦୂବ ବରକୋଳି ପତ୍ର, ଫୁଲ ଇତ୍ୟାଦି। ଏବଂ ଭୋଗ ପାଇଁ ବିଭିନ୍ନ ପ୍ରକାରର ଫଳମୂଳ ଆବଶ୍ୟକ ହୋଇଥାଏ ଯେପରିକି ନଡିଆ, ଆମ୍ବ, କଦଳୀ, ସପୁରୀ, ଖଜିର୍ କୋଳି ଏବଂ ତାଳ ସଜ ଇତ୍ୟାଦି ଏହିସବୁ ପୂଜା ସାମଗ୍ରୀ ଜଣେ ବିବାହିତ ନାରୀର ପ୍ରତୀକ ହୋଇଥାଏ।

୧. ଯେତେବେଳେ ଝିଅଟି ବୋହୂ ହୋଇ ଶାଶୁ ଘରକୁ ଯାଇଥାଏ ସେତେବେଳେ ସେ ଲାଲ୍ ରଙ୍ଗର ସମସ୍ତ ଜିନିଷ ପିନ୍ଧିଥାଏ କାରଣ ଲାଲ୍ ରଙ୍ଗ ହେଉଛି ବୈବାହିକ ଜୀବନରେ ଶୁଭର ପ୍ରତୀକ। ସେଥିପାଇଁ ସଧବା ନାରୀମାନେ ସର୍ବଦା ମଥାରେ ଲାଲ୍ ସିନ୍ଦୂର ହାତରେ ଶଙ୍ଖା ଏବଂ ପାଦରେ ନାଲି ଅଳତା ପିନ୍ଧି ସ୍ଵାମୀଙ୍କର ଶୁଭ ମନାସି ବିଭିନ୍ନ ବିପଦରୁ ରକ୍ଷା ପାଇବା ପାଇଁ ଢାଲ ହୋଇ ଛିଡା ହୋଇଥାନ୍ତି। ଏଣୁ ସାବିତ୍ରୀ ବ୍ରତ ଦିନ ଏପରିକି ଯେକୌଣସି ଓଷା ବ୍ରତ ଦିନ କେବେବି କଳା ରଙ୍ଗର ଶାଢ଼ୀ ପିନ୍ଧିବା ଉଚିତ୍ ହୋଇ ନଥାଏ। ନଚେତ୍ ଏହି ଅଶୁଭତା କାରଣରୁ ସ୍ୱାମୀର ଆୟୁଷ କ୍ଷୀଣ ହୋଇଥାଏ।

୨. ଏହି ଅମାବାସ୍ୟା ଦିନ ଏପରିକି କୌଣସି ରାତିରେ ବାହାରେ ଲୁଗାପଟା ଶିଖନ୍ତୁ ନାହିଁ କାରଣ ଏହି ଦିନ ଅମାବାସ୍ୟା ହେତୁ ଏହାକୁ କଳାରାତ୍ରି ବୋଲି କହିଥାନ୍ତି। ଏଣୁ ଆପଣଙ୍କର କିମ୍ବା ଆପଣଙ୍କ ସ୍ଵାମୀଙ୍କର ଲୁଗାପଟା କେବେବି ଏହି ରାତିରେ ବାହାରେ ଶିଖନ୍ତୁ ନାହିଁ।

୩. ଏହି ସାବିତ୍ରୀ ବ୍ରତ ଦିନ ଏପରିକି କୌଣସି ଓଷା ବ୍ରତ ଦିନ କେବେବି ସ୍ଵାମୀ ସ୍ତ୍ରୀ ଶାରିରୀକ ସମ୍ବନ୍ଧ ରଖନ୍ତୁ ନାହିଁ ଏହାଦ୍ବାରା ସ୍ଵାମୀଙ୍କର ଆୟୁଷ କ୍ଷୀଣ ହୋଇଥାଏ।

୪. ସାବିତ୍ରୀ ବ୍ରତ ଦିନ କୌଣସି ଜିନିଷ କାଟିବେ ନାହିଁ ଏବଂ ସ୍ବାମୀଙ୍କୁ ମଧ୍ୟ କୌଣସି ଜିନିଷ ହାଣିବାକୁ କି କରିବାକୁ ଦେବେ ନାହିଁ ଯେପରିକି କୌଣସି ଗଛକୁ ହାଣିବା ଓ କାଟିବା ଇତ୍ୟାଦି। ଧ୍ୟାନ ଦେବେକି ଏହିପରି କାର୍ଯ୍ୟ ଏହିପରି ଦିନରେ କେବେବି କରିବେ ନାହିଁ।

୫. ଏହି ସାବିତ୍ରୀ ବ୍ରତ ଦିନ ରନ୍ଧା ଖାଦ୍ୟ କେବେବି ଖାଇବେ ନାହିଁ। କାରଣ ଏହି ସାବିତ୍ରୀ ବ୍ରତ କାଷ୍ଠାର ସହକାରେ ବା ଉପବାସ ରହି କି ହିଁ ପାଳନ କରାଯାଇ ଥାଏ। କାରଣ ସ୍ବାମୀଙ୍କର ମଙ୍ଗଳ ପାଇଁ ତାଙ୍କ ଆୟୁଷ ବୃଦ୍ଧି ପାଇଁ ଏମିତି କରାଯାଇଥାଏ। ଆପଣମାନେ ଯେଉଁ ଭୋଗ ଲଗାଇବେ ସେଥିରୁ ଖାଇପାରିବେ। ଯେପରିକି ଗଜାମୁଗ , ଫଳମୂଳ ଇତ୍ୟାଦି ଖାଇପାରିବେ ଏବଂ ପଣାପାଣି ମଧ୍ୟ ପିଇ ପାରିବେ।

୬. ଯଦି ଆପଣଙ୍କର କେହି ମୃତ୍ୟୁବରଣ କରିଥାଏ ଅବା କାହାରି ସନ୍ତାନ ଜନ୍ମ ହୋଇଥାଏ ଏହିପରି ଦିନରେ ଆପଣଙ୍କର ଛୁତିକିଆ ମୁର୍ତିକୀୟ ଏବଂ ଯଦି ଆପଣଙ୍କର ମାସିକିଆ ଧର୍ମ ଚାଲିଥାଏ ତେବେ ଏହି ବ୍ରତ ପାଳନ କେବେବି କରିବେ ନାହିଁ। ନଚେତ୍ ଶୁଭ ବଦଳରେ ଅନେକ ଅଶୁଭ ଘଟଣା ଘଟିଥାଏ।

୭. ଆପଣ ସାବିତ୍ରୀ ବ୍ରତରେ ପୂଜା କରୁଥିବା ପୂଜା ସାମଗ୍ରୀ କୁ ଯେପରିକି ଫୁଲ, ଆମ୍ବଡାଳ, କଳସ,ପଇଡ ଇତ୍ୟାଦିକୁ କେଉଁଠି ବି ରଖିବେ ନାହିଁ କିମ୍ବା ଏତେତେଣେ ଫିଙ୍ଗିବେ ନାହିଁ। ଏହାକୁ କେବଳ ପାଣିରେ ହିଁ ବିସର୍ଜନ କରିଦେବେ। ତେବେ ଯାଇ ଆପଣଙ୍କ ଓଷା,ବ୍ରତ ବା ପୂଜା ସଫଳ ହୋଇଥାଏ।

ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ ଏହି ଦିନ କେଉଁ ଦେବତାଙ୍କ ପୂଜା କରିବା ଉଚିତ୍, ଏହି ଦିନ ତ୍ରିଦେବୀ ବା ତ୍ରିଦେବଙ୍କର ପୂଜା କରାଯାଇଥାଏ। ଏହିଦିନ ଲକ୍ଷ୍ମୀ,ପାର୍ବତୀ ଏବଂ ସାବିତ୍ରୀଙ୍କର ପୂଜା କରି ପାରିବେ। କିମ୍ବା ବ୍ରହ୍ମା,ବିଷ୍ଣୁ ଏବଂ ଶିବଙ୍କର ପୂଜା କରିପାରିବେ। ଏହି ସମସ୍ତ ଦେବତାମାନେ ବରଗଛରେ ବାସ କରୁଥିବା ହେତୁ ବରଗଛକୁ ମଧ୍ୟ ଏହିଦିନ ପୂଜା କରାଯାଇଥାଏ। ଏଣୁ ଏହି ବ୍ରତର ଅନ୍ୟନାମ ବଟସାବିତ୍ରୀ ବ୍ରତ ବୋଲି ଅନେକ କହିଥାନ୍ତି।