ସାବିତ୍ରୀ ବ୍ରତ (10 June) ପୂଜା କରନ୍ତୁ ଏହି ଗଛକୁ, ସ୍ୱାମୀର ଆୟୁଷ ବଢିବ Savitri Brata 2021

ଓଡ଼ିଆ ଘରର ସଧବା ନାରୀ ମାନଙ୍କ ଏକ ବିଶିଷ୍ଟ ପର୍ବ ହେଉଛି ସାବିତ୍ରୀ ବ୍ରତ ବା ସାବିତ୍ରୀ ଓଷା ଆସନ୍ତା ଜୁନ 10 ତାରିଖରେ ଓଡି଼ଶାରେ ଏଇ ପର୍ବ ପାଳନ ହେବାକୁ ଯାଉଛି | ଏଇ ପର୍ବରେ ଓଡ଼ିଆ ଘରର ସଧବା ନାରୀମାନେ ସେମାନଙ୍କର ସ୍ଵାମୀମାନଙ୍କ ଶୁଭ ମନସିମା ପାଇଁ ଦୀର୍ଘ ଆୟୁଷ କାମନା କରି ବ୍ରତ ରଖିଥାନ୍ତି | ସବୁ ନାରୀଙ୍କ ଇଛା ଥାଏ ସାବିତ୍ରୀ ଙ୍କ ଭଳି ସଦା ସର୍ବଦା ସଧବା ହୋଇ ରହିବା ପାଇଁ ସେଥିପାଇଁ ଏଇ ବ୍ରତକୁ ଖୁବ ନିଷ୍ଠା ର ସହିତ ପାଳନ କରିଥାନ୍ତି |

ଯଦି ଆପଣ ସାବିତ୍ରୀ ପୂଜା ଦିନ ବରଗଛ କୁ ପୂଜା କରୁଛନ୍ତି ତେବେ ଆପଣଙ୍କ ସ୍ୱାମୀର ଉପକାର ହୋଇଥାଏ | ତାହା ସହିତ ସ୍ୱାମୀଙ୍କର ଆୟୁଷ ନିଶ୍ଚିତ ବଢିଥାଏ ସାବିତ୍ରୀ ଅମାବାସ୍ୟାରେ ଆପଣ ବରଗଛକୁ ପୂଜା କରିବାର ମହତ୍ୱ ଟିକେ ଅଲଗା ଥାଏ | ଏହି ଗଛ ର ଓହଳକୁ ସାବିତ୍ରୀ ଦେବୀ ଙ୍କର ରୂପ ବୋଲି ହିନ୍ଦୁ ଧର୍ମରଲମ୍ବି ବିଶ୍ୱାସ କରିଥାନ୍ତି | ପୌରାଣ ଶାସ୍ତ୍ର ଅନୁସାରେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର ଏଇ ଗଛରେ ବାସ କରିଥାନ୍ତି | ତେଣୁ ଏଇ ବୃକ୍ଷକୁ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରଖିଛି |


ପୁରାଣ ଅନୁସାରେ ଏହାର ମୂଳରେ ବ୍ରହ୍ମା ଗଣ୍ଡି ରେ ବିଷ୍ଣୁ ଶାଖା ଏବଂ ପତ୍ରରେ ଭଗବାନ ଶିବ ଵିଦ୍ୟମାନ ଥାନ୍ତି | ଏହା ଛଡା ଏହା ଗ୍ରହ ମାନଙ୍କ ବାସ ସ୍ଥଳୀ ହୋଇଥିବାରୁ ଗ୍ରହ ଦଶା ଖଣ୍ଡନ ରେ ମଧ୍ୟ ବର ଗଛର ପ୍ରମୁଖ ଭୂମିକା ରହିଛି | ସାବିତ୍ରୀ ଅମାବସ୍ୟାଦିନ ବାଉଁଶ ନିର୍ମିତ ଝୁଡି ରେ ଧାନ ଗାହମ ରାଶି ଏବଂ ବ୍ରତ ରେ ବ୍ୟବହୃତ ଏକ ପ୍ରକାର ଚାଉଳ ଇତ୍ୟାଦି ଘରେ ସେଥିରେ | ବ୍ରହ୍ମା ଏବଂ ସାବିତ୍ରୀ ଙ୍କର ମୂର୍ତ୍ତି ଏବଂ ସେହିପରି ଅନ୍ୟ ଏକ ଝୁଡି ରେ ସତ୍ୟବାନ | ଏବଂ ସାବିତ୍ରୀ ଙ୍କର ପ୍ରତିମୁର୍ତି ସ୍ଥାପନ କରାଯାଏ ତା ପରେ ବରଗଛ ତଳେ ବସି ପ୍ରଥମେ ବ୍ରହ୍ମା ସାବିତ୍ରୀ ପରେ ସତ୍ୟବାନ ଏବଂ ସାବିତ୍ରୀ ଙ୍କୁ ଆବାହନ କରାଯାଇଥାଏ |

ସଧବା ମାନଙ୍କ ସାମଗ୍ରୀ ଯଥା ଶଙ୍ଖା ସିନ୍ଦୁର କଜଳ ମେହେନ୍ଦି ବିନ୍ଦି ଆଦି ଏହି ପୂଜାରେ ବ୍ୟବହୃତ ହୋଇଥାଏ | ପୂଜାପରେ ବରଗଛ କୁ 7 ଥର ପରିକ୍ରମ କରିବାର ମଧ୍ୟ ବିଧି ରହିଛି ଏହି ବ୍ରତ ଆମକୁ ପ୍ରକୃତି ର ସନମାନ ବୃକ୍ଷର ସଂରକ୍ଷଣ କରିବାକୁ ଶିକ୍ଷା ଦେଇଥାଏ | ବରଗଛ ପରିବେଶ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥିବା ବେଳେ ପ୍ରଦୂଷଣ କମ କରିବାରେ ସାହାଯ୍ୟ କରିଥାଏ | ଏହାର ଆୟୁ 150 ବର୍ଷରୁ ଅଧିକ ହୋଇଥାଏ ଏହାର ମୁଲାଠୁ ନେଇ ପତ୍ର ପର୍ଯ୍ୟନ୍ତ ପ୍ରାୟ 25 ପ୍ରକାର ଔଷଧ ତିଆର କରାଯାଇଥାଏ | ପ୍ରତି ମଙ୍ଗଳବାର ବରଗଛ କୁ ପୂଜା କରିବା ଦ୍ୱାରା ଦୀର୍ଘାୟୁ ଲାଭ ହୋଇଥାଏ | ଗୁରୁବାର ରେ 108 ଥର ପରିକ୍ରମା ଏବଂ ଏହି ଗଛ କୁ ଲଗାଇବା ଦ୍ୱାରା ବଂଶ ର ପିତୃ ଦୋଷ ମଧ୍ୟ କମ ହୋଇଥାଏ ବୋଲି ପୁରାଣ ରେ ବର୍ଣିତ ରହିଛି ତେବେ ବନ୍ଧୁଗଣ ଆପଣ ଯଦି ସାବିତ୍ରୀ ଓଷା ଦିନ ଏଇ ଗଛ କୁ ପୂଜା କରନ୍ତି ତେବେ ଆପଣଙ୍କର ମଙ୍ଗଳ ହେବ |