ସମୁଦ୍ର ତଳେ କେମିତି ଜୀବନ ବିତାନ୍ତି ଭାରତୀୟ ସୈନିକ, ଭାରତୀୟ Navyଙ୍କର ଜୀବନ… ଦେଖିକି ଚମକି ପଡିବେ, ଆମ ପାଇଁ ଏତେ କଷ୍ଟରେ

ନମସ୍କାର ବନ୍ଧୁଗଣ ଏକଥା ଆମେ ସମସ୍ତେ ଜାଣିଛନ୍ତି କି ଯେ ଆମ ଦେଶର ସୈନିକ ସବୁବେଳେ ନିଜର ଜୀବନକୁ ବାଜି ଲଗାଇ ଠିକ୍ ସେ ନଖାଇ ନଶୋଇ ଆମ ଦେଶକୁ ଜଗି ରହିଛନ୍ତି ଯାହାଦ୍ଵାରା ଯେମିତି ଆମ ପରି ସାଧାରଣ ଲୋକ ସୁରକ୍ଷିତ ରହି ପାରିବେ କିନ୍ତୁ ଆମ ଦେଶରେ ଏପରି କିଛି ସୈନିକ ରହିଛନ୍ତି ଯେଉଁମାନେ ସ୍ଥଳ କି ବାୟୁ ନୁହେଁ ବରଂ ଗଭୀର ସମୁଦ୍ର ଜଳ ଭିତରେ ରହି ଆମ ଜୀବନକୁ ବାଜି ଲଗାଇ ଆମ ଦେଶକୁ ସୁରକ୍ଷା ଦେଇଥାନ୍ତି |

ନୌସେନାରେ କିଛି ସୈନିକ ଗଭୀର ସମୁଦ୍ର ତଳେ ରହି ଦେଶକୁ ଜଗୁଥାନ୍ତି ତେବେ ଆମ ଦେଶର ସୁରକ୍ଷା ପାଇଁ ନୌସେନାକୁ ଦୁଇଟି ଭାଗରେ ବଣ୍ଟା ଯାଇଛି ଗୋଟିଏ ହେଉଛି ପାଇଁ ଭିତରେ ରହି ଜଗିବା ଆଉ ଗୋଟିଏ ହେଉଛି ସମୁଦ୍ର ଗଭୀର ତଳେ ଏହି ଜଗିବା ତେବେ ବାହାର ଦୁନିଆ ଠାରୁ ଅଲଗା ହୋଇ କିପରି ଭାରତୀୟ ନେଭି ସୈନ୍ୟମାନେ ଗଭୀର ସମୁଦ୍ର ଭିତରେ ନିଜକୁ ବଞ୍ଚାଇବା ସହିତ ଆମ ଦେଶକୁ ମଧ୍ୟ ସୁରକ୍ଷା କରନ୍ତି ଆଉ କିପରି ସେମାନେ ନିଜର ଜୀବନ ଜୀଇଁ ଥାଆନ୍ତି ଆସନ୍ତୁ ଜାଣିବା।

ତେବେ ଏକ ନୌସେନାର ଜୀବନ ଜୀଇଁବା ଏତେ ବି ସହଜ ନୁହେଁ ଦୁନିଆ ଠାରୁ ଅଲଗା ହୋଇ ଗଭୀର ସମୁଦ୍ର ତଳେ ନିଜକୁ ବଞ୍ଚାଇବା ସହିତ ଦେଶକୁ ସୁରକ୍ଷା ଦେବା ଦେବା କେତେ କଷ୍ଟକର ତାହା ଆମେ କଳ୍ପନା ବି କରିପାରିବା ନାହିଁ ସେମାନଙ୍କ ଜୀବନ ସବୁବେଳେ ବିପଦରେ ଘେରି ରହିଥାଏ ଯେତେବେଳେ ସେମାନେ ଏକ ମିଶନକୁ ଯାଆନ୍ତି ତେବେ ତାହା ୨୦ ରୁ ୩୦ ଦିନର ମିଶନ ରହିଥାଏ ଆଉ ବେଳେ ବେଳେ ଏହି ମିଶନ ୬୦ ଦିନ ପର୍ଯ୍ୟନ୍ତ ଚାଲିଥାଏ |

ଆଉ ଏହି ସମୟ ମଧ୍ୟରେ ସେମାନେ ନିଜ ପରିବାର ସହ ଟିକେ ବି କଥା ହୋଇ ପାରନ୍ତି ନାହିଁ ସେମାନଙ୍କ ପରିବାର ସଦସ୍ୟଙ୍କୁ କେବଳ ଏତିକି ଜଣାଥାଏ ଯେ ସେମାନେ କାମରେ ଯାଇଛନ୍ତି କିନ୍ତୁ କେତେଦିନ ପାଇଁ ଆଉ କେଉଁଠାକୁ ଯାଇଛନ୍ତି ଆଉ କେବେ ଫେରିବେ ତାହା କେବଳ ନୌସେନାର ମୁଖ୍ୟାଳୟ ଛଡ଼ା ଆଉ କାହାକୁ ବି ଜଣାନଥାଏ ଯେତେବେଳେ ସେମାନେ ଗଭୀର ସମୁଦ୍ର ମଧ୍ୟରେ ବୁଡ଼ା ଜାହାଜରେ ଥାଆନ୍ତି ସେମାନଙ୍କୁ ଯେଉଁ ପୋଷାକ ଦିଆଯାଏ |

ସେମାନେ ତାହାକୁ ୩ ଦିନ ପିନ୍ଧିଥାନ୍ତି ଏବଂ ସେହି ପୋଷାକରେ ଏପରି ରାସାୟନିକ ପଦାର୍ଥ ମିଶି ଯାଇଥାଏ ଯାହା ପାଣି ଭିତରେ ସେମାନଙ୍କୁ ଜୀବାଣୁ ମାନଙ୍କ ଠାରୁ ସୁରକ୍ଷିତ ରଖି ପାରିବ ବୁଡା ଜାହାଜର ସୈନ୍ୟମାନେ ଗାଧେଇବା ତ ଦୂରର କଥା ନିଜ ଦାଢ଼ି ଆଉ ନଖ କାଟିବାକୁ ମଧ୍ୟ ସୁଯୋଗ ପାଆନ୍ତି ନାହିଁ। ଯେତେବେଳେ ବୁଡ଼ା ଜାହାଜ ପାଣି ଭିତରକୁ ଯାଏ ତ ସେଥିରେ ଡାକ୍ତରମାନଙ୍କ ଟିମ୍ ମଧ୍ୟ ଯାଇଥାନ୍ତି କାରଣ ସମୁଦ୍ର ତଳେ ବୋହୁତ ଦିନ ଧରି ରହିବା ଯୋଗୁଁ ଯଦି କୌଣସି ସୈନିକ ମୁଣ୍ଡ ବୁଲାଇ ବାନ୍ତି ହେବ ତ ଡାକ୍ତରମାନେ ତାକୁ ସହଜରେ ଚିକିତ୍ସା କରି ପାରିବେ|

ସୈନିକମାନେ ବୁଡା ବୋହୁତ କମ୍ ଶୁଅନ୍ତି ଖାଇବା ପାଇଁ ସେମାନଙ୍କୁ ଭାତ ଡାଲି ରୁଟି ପନିପରିବାରେ ତିଆରି ସାଲାଡ ଏବଂ ଖାସ୍ କରି ଶୁଖିଲା ଖାଦ୍ୟ ଇତ୍ୟାଦି ଦିଆଯାଏ ଏବଂ ପୁରା ଜାହାଜରେ ଖାଦ୍ୟ ବୋହୁତ ସୀମିତ ରହିଥାଏ ଗଭୀର ସମୁଦ୍ରରେ ରହିବା ଯୋଗୁଁ ସୈନିକ ମାନଙ୍କ କାନ ଉପରେ ଏକ ଗଭୀର ପ୍ରଭାବ ପକାଇଥାଏ ଆଉ ଏହିପରି ଭାବରେ ବୁଡା ଜାହାଜରେ ରହି ଗଭୀର ସମୁଦ୍ର ତଳେ ନିଜ ଜୀବନକୁ ବାଜି ଲଗାଇ ନୌସେନାର ସୈନିକ ମାନେ ଆମ ଦେଶକୁ ସୁରକ୍ଷା ଦେଇଥାନ୍ତି।