ସନ୍ଧ୍ୟା ହେଲେ ଚିଲିକାରୁ ଶୁଭୁଛି ବିକଳ କାନ୍ଦ, Maa Kalijai ମନ୍ଦିରରେ ଘଟୁଛି ଏମିତି ସବୁ… କଣ ମା ଦେଉଛନ୍ତି କିଛି ସଙ୍କେତ, ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଝିପିଝିପି ବର୍ଷା ରାତି ନିଶା ଗରଜୁ ଥାଏ ତୁହାକୁ ତୁହା ଘଡ଼ଘଡ଼ି ସାଙ୍ଗକୁ ଘନ ଘନ ବିଜୁଳି ଆଲୁଅରେ ମୃଗ ଝାପସା ଝାପସା ଦେଖାଯାଉଥାଏ ବର୍ଷା ରାତିର ସେହି ଶୀତଳ ପବନ ଦେହରେ ଶିହରଣ ସୃଷ୍ଟି କରୁଥାଏ ପୁନେଇଁ ଜହ୍ନକୁ ଆକାଶର କଳା ବାଦଲ ଢାଙ୍କି ଦେଇଥାଏ ଚାରିଆଡ଼େ କିଟିମିଟି ଅନ୍ଧାର ବର୍ଷାର ବେଗ ମଧ୍ୟ ବଢ଼ି ବଢ଼ି ଯାଉଥାଏ ଚିଲିକାର ଘନ ନୀଳ ପାଣିରେ ଢେଉ ସୃଷ୍ଟି ହୋଇ ଆଗକୁ ଆଗକୁ ମାଡ଼ି ଚାଲିଥାଏ |

ଶାନ୍ତ ଚିଲିକାରେ ବର୍ଷା ପାଣି ପଡ଼ି ଅଶାନ୍ତ ପରି ମନେ ହେଉଥାଏ ସବୁକିଛି ଠିକ୍ ଥାଇ ବି କେଉଁ ଗୋଟିଏ ଅଜଣା ଭୟ ମନକୁ ବିଚଳିତ କରୁଥାଏ ବିଜୁଳିର ଚକମକ ଆଲୁଅର ଦୂର ପାହାଡ଼ର ଦୃଶ୍ୟ ମନର ଭ୍ରମ ସୃଷ୍ଟି କରୁଥାଏ ଦୂରଦୂରାନ୍ତର ପର୍ଯ୍ୟନ୍ତ ଗୋଟିଏ ବି ନୌକା ଦେଖାଯାଉ ନଥାନ୍ତି ଲଣ୍ଠନର ସେହି ମିଞ୍ଜି ମିଞ୍ଜି ଆଲୁଅରେ ଚିଲିକାର ସେହି କଳା ଘୁମର ପାଣି ମନ ଭିତରେ ଆତଙ୍କ ସୃଷ୍ଟି କରୁଥାଏ ସେଦିନ ମା କାଳିଜାଇଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଯାଇଥାନ୍ତି |

ଦର୍ଶନ ସାରି ଫେରିବା ବେଳକୁ ସଞ୍ଜ ହୋଇ ଯାଇଥାଏ ମୁହଁ ଅନ୍ଧାର ସଞ୍ଜ ସାଙ୍ଗକୁ ଝିପିଝିପି ବର୍ଷା ପଡୁଥାଏ ଡଙ୍ଗାଟି କିଛି ବାଟ ଆଗକୁ ବଢ଼ିବା ପରେ ତୁହାକୁ ତୁହା ବର୍ଷା ହେବାକୁ ଲାଗିଲା ଆଉ ଚିଲିକାର ସେହି କଳା ଘୁମର ପାଣିରେ ଗର୍ଜନ ଛାତିକୁ ଆମର ଥରାଇ ଦେଉଥାଏ। ପବନର ବେଗ ମଧ୍ୟ ଧୀରେ ଧୀରେ ବଢ଼ି ବଢ଼ି ଚାଲିଲା ପବନରେ ଡଙ୍ଗାଟି ଟଳମଳ ହେଉଥାଏ କୋଉ ମୁହୂର୍ତ୍ତରେ ବି ଡଙ୍ଗା ବୁଡିଯିବାର ସମ୍ଭାବନା ରହିଛି ଶ୍ରଦ୍ଧାଳୁ ମାନେ ସେତେବେଳକୁ ଭୟରେ ଡରି ଯାଇଥିଲେ ଆଉ ଜୀବନ ବଞ୍ଚାଇବା ପାଇଁ ଡହଳ ବିକଳ ହୋଇ ଚିତ୍କାର ମଧ୍ୟ କରୁଥାନ୍ତି |

ଠିକ୍ ସେତିକିବେଳେ ମଝି ଚିଲିକାରେ ଡଙ୍ଗା ଯାଇ ପହଞ୍ଚିଥାଏ ଶ୍ରଦ୍ଧାଳୁମାନେ ଆଉ କିଛି ବାଟ ନପାଇ ମା କାଳିଜାଈକୁ ସୁମରି ହାତ ଟେକିଦେଲେ ଆଖିଖୋଲି ଦେଖିଲା ବେଳକୁ ପରିବେଶ ପୁରା ଶାନ୍ତ ହୋଇ ଯାଇଥାଏ ବର୍ଷା ବିଜୁଳି ଘଡଘଡି ସବୁକିଛି ବନ୍ଦ୍ ହୋଇ ଯାଇଛି ଏହିସବୁ ଦେଖି ଶ୍ରଦ୍ଧାଳୁମାନେ ଟିକେ ଆଶ୍ୱସ୍ତି ହେଲେ ମା କାଳିଜାଇଙ୍କୁ ଜପି ଜପି ହ୍ରଦ ପର ହେବାକୁ ମନସ୍ଥ ବି କଲେ ଠିକ୍ ଏତିକିବେଳେ ମା କାଳିଜାଇଙ୍କ ମନ୍ଦିର ପାଖରୁ ଏକ ଚିତ୍କାର ଶୁଭିଲା ମତେ କେହି ବଞ୍ଚାଅ ମୁଁ ପାଣିରେ ବୁଡ଼ି ଯାଉଛି |

ତାପରେ କେହି ଜଣେ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ଏହି କଥା ଶୁଣି ଶ୍ରାଦ୍ଧଳୁମାନେ ପୁରା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଆଉ ଏପରି କିଏ ଚିତ୍କାର କରୁଛି ନାବିକକୁ ପଚାରିବାରୁ ସେ ପ୍ରକୃତ ରହସ୍ୟ କହିଥିଲା। କିମ୍ବଦନ୍ତୀ ଅନୁସାରେ କାଳୀ ଆଉ ଜାଇ ମାଆଙ୍କର ହେଉଛନ୍ତି ପୃଥକ୍ ଅଂଶ କାଳୀ ହିନ୍ଦୁ ଧର୍ମର ଦେବୀ ହୋଇଥିବା ବେଳେ ଜାଇ ହେଉଛି ଜଣେ ସାଧାରଣ ଝିଅ ଯିଏକି ବିବାହ କରି ପାରିକୁଦକୁ ବାପାଙ୍କ ସହ ଯାଉଥିବା ବେଳେ ଆକାଶରେ ଘୋଟି ଆସିଥିଲା ଭୟଙ୍କର ଝଡ ଆଉ ଜାଇ ବସିଥିବା ଡଙ୍ଗାଟି ଚିଲିକାର ସେହି କଳା ଘୁମର ପାଣିରେ ବୁଡି ଯାଇଥିଲା |

ଗଭୀର ଜଳ ଭିତରେ ଡଙ୍ଗା ବୁଡିଗଲା ପରେ ଜାଇ ନିଜ ଜୀବନକୁ ବଞ୍ଚାଇବା ପାଇଁ ଅନେକ ସଙ୍ଘର୍ଷ କରି ଶେଷରେ ପାଣି ଭିତରେ କୁଆଡେ ଉଭେଇ ଯାଇଥିଲା ସେହିଦିନଠାରୁ କୁହାଯାଏ ଯେ ଚିଲିକାର ଗଭୀର ବାଟ ଦେଇ ଯିବା ଭିତରେ ନାବିକ ମାନେ ଜାଇର କାନ୍ଦିବା ସ୍ୱର ଶୁଣା ଯାଇଥାଏ ସେଥିପାଇଁ ସଞ୍ଜ ନଇଁବା ଭିତରେ କେହିବି କାଳିଜାଇ ମନ୍ଦିରରେ ରହିନଥାନ୍ତି ଏବେବି ବିଶ୍ୱାସ କରାଯାଇଛି କି ସନ୍ଧ୍ୟାପରେ ସେଠି ମାଆଙ୍କର କାନ୍ଦିବା ଶବ୍ଦ ଶୁଭିଥାଏ।