ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହଗୁଡ଼ିକର ପରିବର୍ତ୍ତନ ଜଣେ ବ୍ୟକ୍ତିଙ୍କ ଜୀବନ ଉପରେ ଅତ୍ୟନ୍ତ ଗଭୀର ପ୍ରଭାବ ପକାଇଥାଏ, କ୍ରମାଗତ ଭାବରେ ଗ୍ରହଗୁଡ଼ିକର ପରିବର୍ତ୍ତନ ହେତୁ ଜଣେ ବ୍ୟକ୍ତିର ଜୀବନ, ବ୍ୟବସାୟ, ଚାକିରୀ ପ୍ରଭାବିତ ହୁଏ, ସେହି ବ୍ୟକ୍ତି ତାଙ୍କ ଜୀବନରେ କି ପ୍ରକାର ଲାଭ ପାଇବ ଏବଂ କିପ୍ରକାର କ୍ଷତି ସହିବା ତାହା ମଧ୍ଯ ନିର୍ଭର କରେ| ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହମାନଙ୍କର ସ୍ଥିତି ଏହା ଉପରେ ପ୍ରଭାବ ପକାଇ ଥାଏ, ଗ୍ରହରେ ପରିବର୍ତ୍ତନ ହେତୁ ଶୁଭ ଯୋଗ ସୃଷ୍ଟି ହୁଏ ଏବଂ ଏହି ଶୁଭ ଯୋଗ ସମସ୍ତ 12 ଟି ରାଶିର ଉପରେ ଭଲ ଏବଂ ଖରାପ ପ୍ରଭାବ ପକେଇଥାଏ, ବହୁତ ଦିନ ପରେ ଏଭଳି ଏକ ଯୋଗ ସୃଷ୍ଟି ହେଇଛି, ଯାହା ପାଇଁ କେତେକ ରାଶି ରେ ଶାନିଦେବ ଏବଂ ହନୁମାନ ଏକାଠି କୃପା ଦୃଷ୍ଟି ପକେଇବେ,ଯେଉଁଥିପାଇଁ ସେମାନଙ୍କ ଜୀବନ ରୁ ସବୁ ପ୍ରକାର ସମସ୍ୟା ଦୁର ହେବ ଏବଂ ସେମାନେ ବିପୁଳ ଧନ ଲାଭ କରିବା ର ଶୁଭ ସଙ୍କେତ ରହିଛି|ତାହା କେଉଁ ସବୁ ରାଶି ଗୁଡିକ ଆସନ୍ତୁ ସେହି ବିଷୟରେ ଜାଣିବା |
ମେଷ ରାଶି (Aries, ଚୁ, ଚେ, ଚୋ, ଲା, ଲି, ଲୁ, ଲେ, ଲୋ, ଆ)
ମେଷ ରାଶିର ଲୋକମାନେ ଶନିଦେବ ଏବଂ ଭଗବାନ ହନୁମାନ ଶୁଭ ଦୃଷ୍ଟି ପାଇଁ ଖୁବ ଶୀଘ୍ର ସେମାନଙ୍କର ଲକ୍ଷ୍ୟ ହାସଲ କରିପାରିବେ | ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଦ୍ୱାରା କରାଯାଇଥିବା ସବୁ ପ୍ରୟାସ ସଫଳ ହେବ | ପାରିବାରିକ ଅସୁବିଧା ଦୂର ହବ | ଯେକୌଣସି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ, ସେମାନେ ନେଇଥିବା ନିଷ୍ପତ୍ତି ଉପଯୁକ୍ତ ପ୍ରମାଣିତ ହୋଇପାରେ | ଛାତ୍ରଛାତ୍ରୀ ମାନେ ପଠା ପଢ଼ାରେ ଆଗ୍ରହୀ ହେବେ| ଦୀର୍ଘ ଦିନ ଧରି ଥିବା ବକେୟା ଟଙ୍କା ଫେରସ୍ତ ମିଳିବା ର ସମ୍ଭାବନା ଅଛି | କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ ଯାହା ଆଗାମୀ ସମୟରେ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ | ଇଚ୍ଛା ଶକ୍ତି ଦୃଢ ରହିବ |ଜୀବନ ସାଥୀ ସହିତ ଭଲ ଅନୁଭବ କରିବେ ଏବଂ ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ହୋଇପାରେ |
ବୃଷ ରାଶି (Taurus, ଇ, ଓ, ଏ,ଉ,ବା,ବି,ବୁ, ବେ,ବୋ)
ବୃଷ ରାଶି ର ଲୋକ ମାନ ଙ୍କୁ କର୍ମ କ୍ଷେତ୍ର ରେ ଅଧିକ କଷ୍ଟ କରିବା କୁ ପଡିବ|ପରିବାର ରେ ସ୍ଥିତି ସମାନ ରହିବ|ଖାଇବା ଅଭ୍ୟାସକୁ ଟିକିଏ ବଦଳାଇବାକୁ ପଡିବ|ଅଧିକ ଭଜା ଜିନିଷ ଖାଆନ୍ତୁ ନାହିଁ, ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହେବ | କିଛି ଅଭିଜ୍ଞ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରି ପାରନ୍ତି ଯାହା ଲାଭ ଦାୟକ ରହିବା | ବନ୍ଧୁମାନେ କୌଣସି ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ସାହାଯ୍ୟ କରିବେ, ଯାହା ଆପଣଙ୍କ ଯୋଜନା ସଫଳ ହବା ର ସମ୍ଭାବନା ଅଛି|ଜୀବନ ସାଥୀ ସହିତ ସମ୍ପର୍କ ଭଲ ହେବ, କିନ୍ତୁ ପ୍ରେମ ସମ୍ବନ୍ଧୀୟ କୌଣସି ବିଷୟ ରେ ଜଡିତ ଥିବା ଲୋକଙ୍କୁ ଠୁ ଟିକେ ସତର୍କ ରହିବାକୁ ପଡିବ|
ମିଥୁନ ରାଶି (gemini, କା,କି,କୁ,ଘ,ଡ଼,ଢ, କେ,କୋ,ହ)
ମିଥୁନ ରାଶି ର ଲୋକ ଙ୍କୁ ହଠାତ୍ ଦୂର ଯାତ୍ରା କରିବାକୁ ପଡିପାରେ|କାମରେ ଅବହେଳା କରିବା ଉଚିତ୍ ନୁହେଁ |ପରିବାରର ମାହୋଲ ଯୋଗୁଁ ମନ ଟିକେ ଉଦାସ ହୋଇପାରେ|ପାରିବାରିକ ସମସ୍ୟା କୁ ବୁଦ୍ଧିମତ୍ତା ସହିତ ସମାଧାନ କରିବା ଆବଶ୍ୟକ|ଧାର୍ମିକ କାର୍ଯ୍ୟରେ ଅଧିକ ଆଗ୍ରହୀ ହେବେ|ଯାହା ଆପଣଙ୍କ ମନକୁ ଶାନ୍ତି ଦେବ|ମହିଳାଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି|ଉପର ଅଧିକାରୀମାନେ ଆପଣଙ୍କୁ ସମର୍ଥନ କରିପାରନ୍ତି|
କର୍କଟ ରାଶି (Cancer, ହି, ହୁ, ହେ, ହୋ, ଡା, ଡି, ଡୁ, ଡେ,ଡୋ)
କର୍କଟ ର ବ୍ୟକ୍ତି ମାନେ ପଇସା ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ | ଶନିଦେବ ଏବଂ ହନୁମାନଙ୍କ ଅନୁଗ୍ରହରେ, କରିବାକୁ ଯାଇଥିବା ନୂତନ କାର୍ଯ୍ୟ ରେ ସଫଳ ହେବେ| ସକରାତ୍ମକ ଚିନ୍ତାଧାରା ରହିବା, ଘରେ କିଛି ଭଲ ଖବର ମିଳିପାରେ|ସ୍ୱାସ୍ଥ୍ୟ ଭଲ ରହିବ|କ୍ୟାରିଅରରେ ଅନେକ ସୁଯଗ ମିଳିପାରେ|ଲୋକଙ୍କୁ ପ୍ରଭାବିତ କରିପାରନ୍ତି |ବ୍ୟବସାୟରେ ଉର୍ନ୍ନତି କରିବେ|ପ୍ରେମ ସମ୍ପର୍କ ଭଲ ରହିବା|
ସିଂହ ରାଶି (Leo, ମା,ମି, ମୁ, ମେ ମୋ,ଟା,ଟି, ଟୁ,ଟେ)
ଏହି ରାଶି ର ବ୍ୟକ୍ତିମାନେ ଭବିଷ୍ୟତରେ ଯତ୍ନବାନ ହେବା ଆବଶ୍ୟକ|ଟଙ୍କା ହଜିବାର ସମ୍ଭାବନା ଅଛି | କୌଣସି ସ୍ଥାନରେ ପୁଞ୍ଜି ବିନିଯୋଗ କରନ୍ତୁ ନାହିଁ | ଯଦି ଆପଣ କୌଣସି ସ୍ଥାନରେ ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ପରାମର୍ଶ ନିଅନ୍ତୁ | ଜରୁରୀ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ପଡିବ| ଭୁଲ ଖାଇବା ଦ୍ୱାରା ପେଟ ସମସ୍ୟା ସୃଷ୍ଟି ହୋଇପାରେ | ଜୀବନ ସାଥୀ ସହିତ ଭଲ ସମ୍ପର୍କ ରହିବ| ଖୁସିରେ ପିଲାମାନଙ୍କ ସହିତ ସମୟ ଅତିବାହିତ କରିବେ| ଶାଶୁଘର ପକ୍ଷରୁ ଯୁକ୍ତିତର୍କ ହେବାର ସମ୍ଭାବନା ଅଛି|ହାତରେ କୌଣସି ବିପଦ ନେବା ଉଚିତ ନୁହେଁ|
କନ୍ୟା ରାଶି (Vigro, ଧୋ, ପା, ପି, ପୁ, ଶ,ଣ,ଠ,ପେ,ପୋ)
ଏହି ରାଶି ଥିବା ବ୍ୟକ୍ତି ଯେକୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବହୁତ ଭାବିବେ| ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିପାରେ ଯେଉଁ କାରଣରୁ ମାନସିକ ଚାପ ଅଧିକ ରହିବ| ଯେକୌଣସି କାର୍ଯ୍ୟକୁ ଦୃଢ ଆତ୍ମବିଶ୍ୱାସରେ କରିବାକୁ ପଡିବ, ସଫଳତା ନିଶ୍ଚୟ ମିଳିବ|କାର୍ଯ୍ୟ କ୍ଷେତ୍ରରେ କିଛି ବାଧା ଉପୁଜିପାରେ| ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ହେବାକୁ ଯାଉଛି |ପିତାମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଯିବ, ପରିବାର ସଦସ୍ୟଙ୍କ ସହିତ ଭଲ ସମୟ ଅତିବାହିତ କରିବେ| ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ ବୋଲି ଆଶା କରାଯାଏ|
ତୁଳା ରାଶି(Libra ରା, ରି, ରୁ, ରେ, ରୋ,ତା, ତି, ତୁ,ତେ)
ଶନିଙ୍କ ଛାୟା ଯୋଗୁଁ ତୁଳା ରାଶି ଲୋକମାନେ ଲାଭ ପାଇ ପାରନ୍ତି|ବ୍ୟବସାୟରେ ସଫଳତା ପାଇବାର ସମ୍ଭାବନା ଅଛି|ସନ୍ତାନ ସୁଖ ପାଇବେ|ବିବାହିତ ଜୀବନ ଭଲ ରେ କାଟିବ|ଜମି ନିର୍ମାଣ ସହିତ ସୁଖ ପାଇବାର ସମ୍ଭାବନା ଅଛି|
ବିଛା ରାଶି (Scorpio, ତୋ, ନା, ନି, ନୁ, ନେ, ନା, ୟା, ୟି, ୟୁ)
ବିଛା ରାଶିର ଲୋକମାନଙ୍କୁ ମିଶ୍ରିତ ଫଳ ମିଳିବା |ଅତ୍ୟାବଶ୍ୟକ କାର୍ଯ୍ୟରେ ଧ୍ୟାନ ଦେବା ଆବଶ୍ୟକ |ଛାତ୍ରମାନେ ଅଧ୍ୟୟନ କରିବା କଷ୍ଟକର ହୋଇପାରେ | ମାନସିକ ଶାନ୍ତି ମିଳିବ, ଆପଣଙ୍କୁ ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରହିବାକୁ ପଡିବ|ଜୀବନ ସାଥି ସହ ସମ୍ପର୍କ ଭଲ ରହିବା |
ଧନୁ ରାଶି ( Sagittarius. ୟେ,ୟୋ, ଭା, ଭୀ, ଭୁ, ଧା, ଫା,ଦା,ଭେ)
ଧନୁ ରାଶି ଲୋକଙ୍କୁ କେତେକ ସମସ୍ୟା ର ସାମ୍ନା କରିବା କୁ ପଡିବ|ଯଦି କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରୁଛନ୍ତି, ତେବେ ସଠିକ୍ ଭାବରେ ଭାବି କି କରନ୍ତୁ|ଦୀର୍ଘ ଦିନ ର ସ୍ଥଗିତ କାମ ଶେଷ ହବ| ଆପଣ କରିଥିବା ନୂତନ ସମ୍ପର୍କଗୁଡିକ ଲାଭଦାୟକ ପ୍ରମାଣିତ ହୋଇପାରେ |କର୍ମକ୍ଷେତ୍ରରେ ସାମାନ୍ୟ ଚାପ ରହିବା|ରାଜନୀତି କ୍ଷେତ୍ର ସହିତ ଜଡିତ ଲୋକ ଙ୍କୁ ମିଶ୍ରିତ ଫଳ ମିଳିବା କୁ ଯାଉଛି। ଜୀବନ ସାଥି ର ସାହାଯ୍ୟ ପାଇବେ|
ମକର ରାଶି (Capricorn ଭୋ, ଜା, ଜୀ, ଖି, ଖୋ, ଖେ, ଖୋ, ଗା, ଜି)
ଏହି ରାଶି ର ବ୍ୟକ୍ତି ମାନେ ଯେଉଁ କାର୍ଯ୍ୟ ରେ ହାତ ଦେବେ ସଫଳତା ସହ ହେଇଯିବ| ଜମି ନିର୍ମାଣ ସହ ଜଡିତ କୌଣସି ବିବାଦର ସମ୍ଭାବନା ରହିଛି, ଟଙ୍କା ପ୍ରସଙ୍ଗରେ ଟିକେ ସତର୍କ ହେବା ଉଚିତ କାରଣ ଟଙ୍କା ହରାଇବାର ସମ୍ଭାବନା ଅଛି | ଘର ପରିବାରର ଆର୍ଥିକ ଅବସ୍ଥା ଭଲ ରହିବ|ସନ୍ତାନ ଙ୍କ ବିଷୟରେ ଆପଣ ଅଧିକ ଚିନ୍ତିତ ହେବେ | ପ୍ରେମ ସମ୍ବନ୍ଧୀୟ ବିଷୟଗୁଡ଼ିକରେ ଆପଣଙ୍କୁ ସଚେତନ ହେବାକୁ ପଡ଼ିବ, ଆପଣ କୌଣସି ପ୍ରକାରର ବିତର୍କକୁ ପ୍ରୋତ୍ସାହିତ କରିବା ଉଚିତ୍ ନୁହେଁ |
କୁମ୍ଭ ରାଶି (Aquarius ଗୁ, ଗେ, ଗ, ସା, ସି, ସୋ, ସେ,ଦା )
କୁମ୍ଭ ରାଶି ର ଲୋକଙ୍କ ମନର ସମସ୍ତ ଅସୁବିଧା ଦୂର ହେବ| ଶନି ଦେବ ଏବଂ ହନୁମାନଙ୍କ ଆଶୀର୍ବାଦ ସହିତ ପରିବାରରେ ଅନେକ ସୁଖ ଆସିବ| ଭବିଷ୍ୟତ ଯୋଜନାଗୁଡିକ ସତ ହୋଇପାରେ |ଆପଣ ଏକ ବିଶେଷ ବନ୍ଧୁଙ୍କଠାରୁ ଉପହାର ପ୍ରାପ୍ତ କରି ପାରନ୍ତି|ପରିବାରର ଆର୍ଥିକ ଅବସ୍ଥା ଭଲ ରହିବ। ସମ୍ପର୍କୀୟମାନଙ୍କ ସହ ଭେଟ ହୋଇପାରେ|ଜୀବନସାଥୀଙ୍କ ଆଚରଣ ଆପଣଙ୍କ ମନରେ ବହୁତ ଆନନ୍ଦ ଆଣିଦେବ|ପିଲାମାନଙ୍କ ଠାରୁ ଅସୁବିଧା କମ୍ ହେବ|ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି|ପରିବାର ସଦସ୍ୟଙ୍କୁ ସାହାଯ୍ୟ କରିବେ ।ଆପଣଙ୍କ ବ୍ୟକ୍ତିତ୍ୱ ଲୋକଙ୍କୁ ବହୁତ ପ୍ରଭାବିତ କରିବ|
ମୀନ ରାଶି ( Pisces, ଡି, ଡୁ, ଥ,ଜ, ଦେ,ଚା,ଚି)
ଏହି ରାଶି ର ଲୋକ ମାନେ କିଛି ନୂତନ କାର୍ଯ୍ୟ ଆରମ୍ଭ କରିବେ ଯେଉଁଥିରେ ସଫଳତା ପାଇବେ ବୋଲି ଆଶା କରା ଯାଉଛି| ଚାକିରି ଏବଂ ବ୍ୟବସାୟ ରେ ସକରାତ୍ମକ ପରିବର୍ତ୍ତନ ହବ| ଯଦି ଆପଣ ନିଜ ହାତରେ କୌଣସି ବିପଦ ନିଅନ୍ତି ତେବେ ଆପଣ ଏଥିରୁ ଭଲ ଲାଭ ପାଇପାରିବେ|ବିଶେଷ ଲୋକଙ୍କୁ ଭେଟିବାର ସମ୍ଭାବନା ଅଛି|ଲୋକମାନେ ଆପଣ ଙ୍କ ଭଲ ପ୍ରକୃତି ପାଇଁ ପ୍ରଶଂସା କରିବେ |ହଠାଟ ଭଲ ରୋଜଗାରର ଉତ୍ସ ପାଇପାରିବେ|ପ୍ରେମ ସମ୍ପର୍କ ମଧୁର ମୟ ହେବ|