Sidhanth Mohapatraଙ୍କ ପୁଅ ଏବଂ ଝିଅ, ଆଗରୁ କେବେ ଦେଖି ନଥିବେ… ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଓଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍ ନାମ କମାଇ ଥିବା ସିଦ୍ଧାନ୍ତ ମହାପାତ୍ରଙ୍କ ନାମ କିଏବା ନ ଜାଣେ। ଓଲିଉଡ଼ର ବେଷ୍ଟ ଆକ୍ଟର୍ ମାନଙ୍କ ଲିଷ୍ଟ୍ ରେ ପ୍ରଥମ ନାମଟି ରହିଥାଏ ସିଦ୍ଧାନ୍ତ ମହାପାତ୍ରଙ୍କର। ତାଙ୍କୁ ମଧ୍ୟ ଓଲିଉଡର ରାଜା କୁହାଯାଏ। ସେ ବର୍ତ୍ତମାନ ସୁଦ୍ଧା ୭ ଟି ଓଡ଼ିଆ ଷ୍ଟେଟ୍ ଫିଲ୍ମ ଆୱାର୍ଡ଼ ହାସଲ କରିଛନ୍ତି ଏବଂ ୨୦୦୪ ମସିହାରେ ସେ ରଚନା ବାନାର୍ଜୀଙ୍କ ଠାରୁ ଦୂରେଇ ମାମା ମିଶ୍ରଙ୍କୁ ପରବର୍ତ୍ତୀ ସମୟରେ ବିବାହ କରିଥିଲେ। ବର୍ତ୍ତମାନ ସମୟରେ ତାଙ୍କର ଦୁଇଟି ସନ୍ତାନ ରହିଛି।

ଜଣେ ପୁଅ ଓ ଅନ୍ୟ ଜଣେ ଝିଅ ଅଟନ୍ତି ଏବଂ ତାଙ୍କର ଜନ୍ମ ହୋଇଥିଲା ବ୍ରହ୍ମପୁର ଜିଲ୍ଲାରେ। ୧୯୯୩ ମସିହାରେ ମାତ୍ର ୨୭ ବର୍ଷ ବୟସରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ରିଲିଜ୍ ହୋଇଥିଲା। ଯେଉଁ ଚଳଚ୍ଚିତ୍ରଟି ସିଦ୍ଧାନ୍ତ ମହାପାତ୍ରଙ୍କ କ୍ୟାରିୟରକୁ ପୁରାପୁରି ପରିବର୍ତ୍ତନ କରି ଦେଇଥିଲା। ବର୍ତ୍ତମାନ ସୁଦ୍ଧା ସେ ପ୍ରାୟ ୧୫୦ ଟି ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି। ପୂର୍ବରୁ ଆପଣମାନେ ତାଙ୍କୁ ବୋହୁତସାରା ଚଳଚ୍ଚିତ୍ରରେ ରଚନା ବାନାର୍ଜୀଙ୍କ ସହିତ ହିରୋ ଭାବରେ କାମ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ।

ଏହା ସହିତ ବର୍ତ୍ତମାନ ମଧ୍ୟ ତାଙ୍କୁ ବୋହୁତସାରା ଚଳଚ୍ଚିତ୍ରରେ ହିରୋ ଭାବରେ ଏବଂ ନେଗେଟିଭ ଚରିତ୍ରରେ ଅଭିନୟ କରୁଥିବାର ମଧ୍ୟ ଚଳଚ୍ଚିତ୍ରରେ ଦେଖିବାକୁ ପାଉଥିବେ। ତାଙ୍କର ଓଡ଼ିଆ ଫିଲ୍ମ ପୁଅ ମୋର ଜଗତ ଜିତା, ଡନ୍ ନମ୍ୱର୍ ୧, ଓମ୍ ଶାନ୍ତି ଓମ୍ କେବଳ ଓଡ଼ିଶାରେ ନୁହେଁ ସାରା ଭାରତ ବର୍ଷରେ ପରିଚିତ। ସେ ମଧ୍ୟ ୨୦୦୯ ମସିହାରେ ରାଜନୀତିରେ ପାଦ ଦେଇଥିଲେ। ସିଦ୍ଧାନ୍ତ ମହାପାତ୍ରଙ୍କୁ ଓଡ଼ିଶାର ସବୁଠାରୁ ଧନୀ ଅଭିନେତା କୁହାଯାଏ।

ଇନ୍କମ୍ ଟ୍ୟାକ୍ସ୍ ଡିପାର୍ଟମେଣ୍ଟର ତଥ୍ୟ ଅନୁଯାୟୀ ଯାହା ଅନୁମାନ କରାଯାଏ ସିଦ୍ଧାନ୍ତ ମହାପାତ୍ରଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ପାଖାପାଖି ୩୫ କୋଟିରୁ ଅଧିକ। ଏହା ସହିତ ତାଙ୍କ ପାଖରେ ମଧ୍ୟ ଖୁବ୍ ସୁନ୍ଦର ଘର ରହିଛି ଯାହାର ମୂଲ୍ୟ ପାଖାପାଖି ୪ କୋଟିରୁ ଅଧିକ। ତାଙ୍କର ୨-୩ ଟି ଭଲ କାର୍, ଖୁବ୍ ସୁନ୍ଦର ବାଇକ୍ ରହିଛି।

ଏହା ସହିତ ସିଦ୍ଧାନ୍ତ ମହାପାତ୍ରଙ୍କର ଗୋଟିଏ ଗାଡ଼ି ସୋରୁମ୍ ରହିଛି। ସିଦ୍ଧାନ୍ତ ମହାପାତ୍ର ନିଜେ ସେହି ସୋରୁମ୍ ର ଦେଖାଶୁଣା କରନ୍ତି। ଏହା ସହିତ ତାଙ୍କ ମଧ୍ୟ ଗୋଟିଏ ବଡ଼ ହୋଟେଲ ରହିଛି ଯାହାର ସବୁ ଦାୟିତ୍ଵ ସିଦ୍ଧାନ୍ତ ମହାପାତ୍ରଙ୍କ ସ୍ତ୍ରୀ ମାମା ମିଶ୍ର ବୁଝିଥାନ୍ତି। ସିଦ୍ଧାନ୍ତ ମହାପାତ୍ର ଗରୀବ ଲୋକମାନଙ୍କୁ ସାହାଯ୍ୟ କରନ୍ତି। ସିଦ୍ଧାନ୍ତ ମହାପାତ୍ରଙ୍କର ଖୁବ୍ ଶୀଘ୍ର ରଚନା ବାନାର୍ଜୀଙ୍କ ସହିତ ଏକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି ଏବଂ ଖୁବ୍ ଶୀଘ୍ର ଏହି ଚଳଚ୍ଚିତ୍ରର ଟାଇଟେଲ୍ ଆନାଉନ୍ସମେଣ୍ଟ କରି ଦିଆଯିବ।