ଶ୍ରୀକୃଷ୍ଣ କୁହନ୍ତି ଖରାପ ଓ ଦୁଃଖ ସମୟରେ ଏହି ଦୁଇଟି କାମ ନିଶ୍ଚିତ କରନ୍ତୁ, ଜୀବନରେ କେବେ ବି ଦୁଃଖୀ ରହିବେ ନାହିଁ, Prabhu

ନମସ୍କାର ବନ୍ଧୁଗଣ ସବୁବେଳେ ଦେଖିବାକୁ ମିଳିଥାଏ ଲୋକେ କୁହନ୍ତି ମୋର ତ ସମୟ ଖରାପ୍ ଚାଲୁଛି ମୁଁ ଜାଣି ପାରୁନି ମୁଁ କଣ କରିବି, କେମିତି ମୋର ଖରାପ ସମୟକୁ ଭଲ ସମୟରେ ପରିବର୍ତ୍ତନ କରିବି। ସତ୍ୟତା ଏହା ଅଟେ ଆପଣଙ୍କୁ ଦୁଇଟି ଜିନିଷ ଖରାପ ସମୟରେ ନିଶ୍ଚୟ କରିବା ଉଚିତ୍ କିନ୍ତୁ ଅନେକ ଲୋକ ଏହି ଦୁଇଟି ଜିନିଷ କରିବା ଛାଡି ଦିଅନ୍ତି। ଭଗଵାନ ଶ୍ରୀକୃଷ୍ଣ କଣ କହିଛନ୍ତି ଭଗଵତ୍ ଗୀତାରେ ଖରାପ ସମୟ ବିଷୟରେ ଆଜି ଆମେ ଜାଣିବା। ପ୍ରଥମେ ଏକ କାହାଣୀ ଜାଣିବା ତାପରେ ଭଗଵତ ଗୀତରେ କୁହାଯାଇଥିବା କଥା ବିଷୟରେ ଜାଣିବା। କଣ କରିବାକୁ ହେବ ଆମର ଖରାପ ସମୟରେ ଯାହାଦ୍ଵାରା ଆମର ଖରାପ ସମୟ ଭଲ ସମୟରେ ବଦଳି ଯିବ।

ମଧୁପୁର ଗାଁରେ ଏକ ଗରିବ ଚାଷୀ ରହୁଥିଲା। ସେ ପରିଶ୍ରମୀ ଥିଲା। ସମସ୍ତଙ୍କ ସହ ଭଲ ବ୍ୟବହାର କରିଥାଏ। ସମସ୍ତଙ୍କୁ ଆଦର କରେ। ସେ ନିଜ ପରିବାରରେ ବୋହୁତ ଖୁସୀ ଥିଲା। ସେ ପ୍ରତିଦିନ ସକାଳୁ ଉଠି ଭଗଵାନଙ୍କ ମନ୍ଦିର ଯାଇ କେବଳ ୧୦ ମିନିଟ୍ ଭଗଵାନଙ୍କ ଆଗରେ ପାର୍ଥନା କରୁଥିଲା। ସେହି କୃଷକର ସ୍ତ୍ରୀ ମଧ୍ୟ କୃଷକ ସହ ମିଶି ପ୍ରତିଦିନ ମନ୍ଦିର ଯାଇ ପୂଜାପାଠ କରି ଭଗଵାନଙ୍କ ନିକଟରେ ପାର୍ଥନା କରୁଥିଲା। କୃଷକଟି ମନ୍ଦିରରେ ପୂଜାପାଠ କରିବା ପରେ ବିଲକୁ ଯାଇ ଚାଷ କାମ କରେ। ସେ ପୁରା ଦିନ ବିଲରେ ଚାଷ କରୁଥାଏ, ତାର ଜୀବନ ବୋହୁତ ଭଲ ଚାଲିଥାଏ। ସେ ତା ପରିଶ୍ରମରେ ଅଧିକ ଟଙ୍କା ରୋଜଗାର କରି ପାରୁନଥିଲା କିନ୍ତୁ ଯାହାବି ରୋଜଗାର କରୁଥିଲା ସେଥିରୁ କିଛି ଟଙ୍କା ଲୋକଙ୍କ ସାହାଯ୍ୟ ଲଗାଇଥାଏ। ଦିନେ ତାଙ୍କ ଗାଆଁରେ ଗୋଟିଏ ଅଜଣା ମହାମାରୀ ବ୍ୟାପିବାରେ ଲାଗିଲା। କୃଷକର ଗୋଟେ ବୋଲି ପୁଅ ଥିଲା ସେ ଏହି ମହାମାରୀର ଶିକାର ହୋଇ ବେମାର ହୋଇଗଲା। ସେ ଗାଁରେ ଏହି ରୋଗର ଚିକିତ୍ସା ପାଇଁ ଭଲ ଡକ୍ଟର ନଥିଲେ। ତାଙ୍କ ପୁଅର ଦେହ ଅଧିକ ଖରାପ ହେବାରୁ ତାଙ୍କ ପୁଅକୁ ଆମ୍ବୁଲାନ୍ସ ରେ ଧରି ପାଖ ସହରକୁ ନେଇଗଲେ। ସହରର ବଡ ହସ୍ପିଟାଲ୍ ରେ ତାର ଚିକିତ୍ସା ହେଲା କିନ୍ତୁ ସେଇ ହସ୍ପିଟାଲ୍ ର ଖର୍ଚ୍ଚ ଅଧିକ ଥିଲା ବିଚରା କୃଷକ ପାଇଁ। ହସ୍ପିଟାଲ୍ ର ଅଧା ଟଙ୍କା ଦେବାକୁ ଭାରି କଷ୍ଟ ହେଲା କୃଷକ ପାଇଁ। କୃଷକ ଅସହାୟ ହୋଇ ଧୀରେ ଧୀରେ ତାର ସାହସ କମିବାକୁ ଲାଗିଲା।

କୃଷକ ଦିନେ ବସି ବସି ଏକଦମ୍ ହତାଶ ହୋଇଗଲା ଏବଂ ସେ ଜୋର୍ ଜୋରରେ କାନ୍ଦିବାକୁ ଲାଗିଲା ଆଉ କୋହୁଥିଲା କଣ ପାଇଁ ଭଗଵାନ ମୋର ଏତେ ପରୀକ୍ଷା ନେଉଛନ୍ତି, କେଉଁ କର୍ମର ବଦଲା ନେଉଛନ୍ତି। କେତେବେଳେ ସେ ନିଜର ଦାୟୀ କରୁଥିଲା ତ କେତେବେଳେ ସେ ଭଗଵାନଙ୍କୁ ଦାୟୀ କରୁଥିଲା। କିନ୍ତୁ କୃଷକର ସ୍ତ୍ରୀକୁ ବିଶ୍ୱାସ ଥିଲା ଭଗଵାନଙ୍କ ଉପରେ ଭଗଵାନ ଏହି ଖରାପ ସମୟରେ ସାହାଯ୍ୟ କରିବାକୁ ନିଶ୍ଚୟ ଆସିବେ। କିନ୍ତୁ କୃଷକକୁ ଆଶାର କୌଣସି କିରଣ ନଜର ଆସୁନଥିଲା। ହସ୍ପିଟାଲ୍ ପାଖରେ ଗୋଟିଏ ମନ୍ଦିର ଥିଲା। କୃଷକର ସ୍ତ୍ରୀ ପ୍ରତିଦିନ ସେହି ମନ୍ଦିରରେ ପାର୍ଥନା କରିବା ପାଇଁ ଯାଉଥିଲା କିନ୍ତୁ କୃଷକ ପାର୍ଥନା କରିବା ପାଇଁ ଯାଇନଥିଲା। ଡକ୍ଟର ଆସି କୃଷକକୁ କହିଲେ ପୁଅର ଚିକିତ୍ସା ପାଇଁ ୧୦ ହଜାର ଟଙ୍କା ଆବଶ୍ୟକ ପଡ଼ିବ ତମେ ଜଲ୍ଦୀ ଟଙ୍କାର ବ୍ୟବସ୍ଥା କର। କୃଷକ ପାଇଁ ଏତେ ଶୀଘ୍ର ୧୦ ହଜାର ଟଙ୍କା ଯୋଗାଡ କରିବା ଅସମ୍ଭବ ଅଟେ। କୃଷକର ସ୍ତ୍ରୀ ଏବେବି ମନ୍ଦିର ଯାଇ ପୂଜାପାଠ କରୁଥିଲେ ଭଗଵାନଙ୍କ ଆଗରେ ହାତ ଯୋଡ଼ି ପାର୍ଥନା କରୁଥାନ୍ତି ତାଙ୍କର ପୁଅ ଜଲ୍ଦୀ ଠିକ୍ ହୋଇଯାଉ ବୋଲି। ଦିନେ ମନ୍ଦିରକୁ ଗୋଟେ ଧନୀ ବ୍ୟକ୍ତି ଆସିଲେ ସେ କୃଷକର ପତ୍ନୀକୁ କହିଲେ ସେହି ଦିନ ହସ୍ପିଟାଲରେ ତୁମ ସ୍ବାମୀଙ୍କ କଥା ଶୁଣି ଥିଲି ଯେଉଁଦିନ କୃଷକ କାନ୍ଦୁଥିଲେ। ଧନୀ ବ୍ୟକ୍ତି କହିଲେ ସେହିଦିନ ମୋର ସ୍ତ୍ରୀ ମଧ୍ୟ ହସ୍ପିଟାଲ୍ ରେ ଥିଲେ। ସେ ଏବେ ଠିକ୍ ହୋଇଯାଇଛନ୍ତି ଏବଂ ଘରକୁ ଚାଲି ଯାଇଛନ୍ତି।

ଧନୀ ବ୍ୟକ୍ତି କଥା କଥାରେ ଜାଣିବାକୁ ପାଇଲେ କୃଷକକୁ ୧୦ ହଜାର ଟଙ୍କାର ଆବଶ୍ୟକ ଅଛି। ଏବେ ଧନୀ ବ୍ୟକ୍ତି ତୁରନ୍ତ ନିଜ ପ୍ୟାକେଟ୍ ରୁ ପଇସା ବାହାର କରି ଦେବା ସମୟରେ କହିଲେ ଏହି ସମୟରେ ୧୦ ଟଙ୍କା ହିଁ ଅଛି ତୁମେ ଏହି ଟଙ୍କାକୁ ରଖ ଏବଂ ତାହା ସହିତ ଧନୀ ବ୍ୟକ୍ତି ଗୋଟେ କାଗଜରେ ନିଜର ଠିକଣା ଲେଖି କହିଲେ ଯଦି ତାଙ୍କୁ ଆଉ ଟଙ୍କାର ଆବଶ୍ୟକ ହୁଏ ତେବେ ଚିନ୍ତା ନକରି ମତେ ଟଙ୍କା ମାଗିବ। କୃଷକର ସ୍ତ୍ରୀ ଖୁସୀ ମନରେ ୧୦ ଟଙ୍କା ନେଲେ ଆଉ କହିଲେ ମତେ ଏହି କାଗଜର ଆବଶ୍ୟକତା ନାହିଁ। ସେ ଯାଇଛନ୍ତି ମତେ ଏହି ପଇସା କିଏ ପଠେଇଛନ୍ତି ଯିଏ ପଠେଇଛନ୍ତି ସିଏ ଭଗଵାନ ଅଟନ୍ତି ଆଉ ଭଗଵାନ ତାଙ୍କର ସବୁବେଳେ ଧ୍ୟାନ ରଖିବେ। ବନ୍ଧୁଗଣ ଏହାକୁ କୁହାଯାଏ ଅତୁଟ ବିଶ୍ୱାସ। ଏହା ସବୁଠାରୁ ଆବଶ୍ୟକୀୟ ଜିନିଷ ଅଟେ। ଯାହାକୁ ଆମେ ସବୁବେଳେ ଭୁଲି ଯାଇଥାଉ ଆମର ଖରାପ ସମୟରେ। କିନ୍ତୁ ସେହି ସ୍ତ୍ରୀ ଭଗଵାନଙ୍କୁ ଭୁଲି ନଥିଲେ। ସେ ତ ସେହି ଧନୀ ବ୍ୟକ୍ତିର ଠିକଣା ଲେଖିଥିବା କାଗଜ ବି ଧରିଲେ ନାହିଁ କାରଣ ସେ ଜାଣିଛନ୍ତି ଭଗଵାନ ତାଙ୍କ ସହ ସର୍ବଦା ଅଛନ୍ତି। ଭଗଵାନ ଶ୍ରୀକୃଷ୍ଣ ଭାଗଵତ ଗୀତାର ନବମ ଅଧ୍ୟାୟ ୨୨ ନମ୍ବର ଶ୍ଳୋକରେ କୁହନ୍ତି ଯେଉଁ ବ୍ୟକ୍ତି ମୋ ଉପରେ ମନ ଲଗାଇଥାନ୍ତି ମୋ ଉପରେ ଧ୍ୟାନ କରିଥାନ୍ତି ମୁଁ ତାଙ୍କୁ ସେହି ଜିନିଷ ପ୍ରଦାନ କରିଥାଏ ଯାହା ତାଙ୍କ ପାଖରେ ନଥାଏ ଆଉ ଯାହା ତାଙ୍କ ପାଖରେ ଅଛି ସେହି ସବୁର ରକ୍ଷା ମୁଁ କରିଥାଏ। ଏଥିପାଇଁ ଏହା ବୋହୁତ ଜରୁରୀ ଅଟେ ଖରାପ ସମୟରେ ଭଗଵାନଙ୍କ ଠାରୁ ଦୂରେଇ ରୁହନ୍ତୁ ନାହିଁ।

ଦ୍ୱିତୀୟ ଜିନିଷ ଯାହା ଆମକୁ ଖରାପ ସମୟରେ କରିବା ଉଚିତ୍ ଆସନ୍ତୁ ଏହି କାହାଣୀ ମାଧ୍ୟମରେ ଜାଣିବା।

ଜଣେ ରାଜାଙ୍କର ଦୁଇଟି ପୁଅ ଥିଲେ। ବଡ ପୁଅ ବୋହୁତ ଲୋଭି, ଲାଞ୍ଚୁଆ ଏବଂ ଅହଙ୍କାରୀ ଥିଲା ଏବଂ ଏହାର ବିପରୀତ ଛୋଟ ପୁଅ ବୋହୁତ ଆଜ୍ଞାକାରୀ ଥିଲେ। ଦିନେ ରାଜାଙ୍କର ମୃତ୍ୟୁ ହୋଇଗଲା ବଡ଼ ଭାଇ ସବୁବେଳେ ଛୋଟ ଭାଇ ସହ ଲଢେ଼ଇ ଝଗଡ଼ା କରୁଥିଲା। ଶେଷରେ ସେମାନଙ୍କ ମଧ୍ୟରେ ଧନ ସମ୍ପତ୍ତିର ଭାଗ ହୋଇଗଲା। ସେମାନଙ୍କର ନିଜ ନିଜ ରାଜ୍ୟର ସୀମା ଅଲଗା ଅଲଗା ହୋଇଗଲା। ସେମାନଙ୍କ ମଧ୍ୟରେ ନିଷ୍ପତି ହେଲା ଯେ ଜଣେ ଅନ୍ୟ ଜଣର ରାଜ୍ୟର ସୀମାକୁ ଆସିବ ନାହିଁ। ସେମାନଙ୍କ ରାଜ୍ୟରେ ଗୋଟିଏ ନଦୀ ପଡ଼ିଥାଏ। ଏହି ନଦୀରୁ ରାଜ୍ୟର ସମସ୍ତ ଲୋକଙ୍କୁ ପାଣି ମିଳୁଥିଲା। ଏହି ନଦୀକୁ କୌଣସି ବି ମୂଲ୍ୟରେ ଛୋଟ ଭାଇକୁ ଦେବାପାଇଁ ଚାହୁଁନଥିଲା ବଡ଼ ଭାଇ। ଯାହାଦ୍ଵାରା ସ୍ଥିତି ଏମିତି ହେଲା ଦୁଇ ଭାଇଙ୍କ ମଧ୍ୟରେ ଯୁଦ୍ଧର ସ୍ଥିତି ଆସିଗଲା। ଦୁଇ ଭାଇ ଜଣେ ମହାତ୍ମାଙ୍କୁ ବୋହୁତ ମାନନ୍ତି। ଦୁଇଜଣ ଭାଇ ଯୁଦ୍ଧ ପୂର୍ବରୁ ସେହି ମହାତ୍ମାଙ୍କ ଆଶ୍ରିବାଦ ନେବାପାଇଁ ଭାବିଲେ ଏବଂ ସେହି ମହାତ୍ମାଙ୍କ ପାଖରେ ପହଞ୍ଚି ଗଲେ। ମହାତ୍ମା ଜଣକ ବଡ଼ ଭାଇକୁ କହିଲେ ଯଦି ଯୁଦ୍ଧ ହୁଏ ତେବେ ତୁମେ ହିଁ ଜିତିବ ଏବଂ ଛୋଟ ଭାଇକୁ ମଧ୍ୟ ସିଧା କହିଲେ ତୁମର ପରାଜୟ ନିଶ୍ଚୟ ଅଟେ। ଛୋଟ ଭାଇ ପ୍ରଥମେ ଏହା ଶୁଣି ଚକିତ ହୋଇଗଲା। ପୁଣି ସେ ଭାବିଲେ ଯଦି ହାରିବା ଭାଗ୍ୟରେ ଲେଖା ହୋଇଛି ତାହେଲେ ଯୁଦ୍ଧ ଲଢ଼ିକି ହାରିବି କମ୍ ସେ କମ୍ ଲୋକ ତ କହିବେ ଯୋଦ୍ଧଙ୍କ ପରି ଯୁଦ୍ଧଲଢି ସାନଭାଇ ହାରିଥିଲା।

ସେପଟେ ବଡ ଭାଈ ବୋହୁତ ଖୁସିରେ ଥିଲା ବିଜୟ ତ ତାଙ୍କର ନିଶ୍ଚୟ ଅଟେ। ଦେଖୁ ଦେଖୁ ଯୁଦ୍ଧ କରିବାର ଦିନ ଆସିଗଲା। ଛୋଟ ଭାଇ ଏହା ଭାବି ଭାବି ଯୁଦ୍ଧ କରୁଥିଲା ଯଦି ଭାଗ୍ୟରେ ପରାଜୟ ଲେଖା ହୋଇଛି ତାହେଲେ କିଛି କଥା ନାହିଁ କିନ୍ତୁ ମୁଁ ବିନା ଯୁଦ୍ଧରେ ହାରିବୀ ନାହିଁ। ସେପଟେ ବଡ଼ ଭାଇ ଏହା ଭାବି ଭାବି ଲଢ଼ୁଥିଲା ବିଜୟ ତ ତାର ନିଶ୍ଚୟ ଅଟେ। ତେବେ ଡରିବାର କଣ ଅଛି। ଲଢ଼ୁ ଲଢ଼ୁ ଘୋଡାର ଗୋଡ଼ର ନଖରେ ଲାଗିଥିବା ନାଗ୍ ବାହାରି ଗଲା। ବଡ ଭାଇ ତ ଏହା ଭାବି ଯୁଦ୍ଧ କରୁଥିଲା ଯେବେ ଭାଗ୍ୟରେ ବିଜୟ ଲେଖା ହୋଇଛି ତେବେ ଚିନ୍ତା କାହିଁକି। କିଛି ସମୟ ପରେ ଘୋଡ଼ା ଛୋଟେଇ ଛୋଟେଇ ତଳେ ପଡ଼ିଗଲା ଆଉ ଛୋଟ ଭାଇର ବିଜୟ ହେଲା। ଏହିପରି ଆମେ ମଧ୍ୟ ଭୁଲ୍ କରିଥାଉ ଖରାପ ସମୟରେ ଆମେ କର୍ମ କରିବା ଛାଡି ଦେଇଥାଉ। ଶ୍ରୀମଦ୍ ଭାଗବତ ଗୀତାର ଦ୍ଵିତୀୟ ଅଧ୍ୟାୟର ୨୩ ନମ୍ବର ଶ୍ଲକୋରେ ଭଗଵାନ ଶ୍ରୀକୃଷ୍ଣ କୁହନ୍ତି ଅର୍ଜୁନ ଯଦି ତମେ ଯୁଦ୍ଧ କରିବ ନାହିଁ ତାହେଲେ ତୁମେ ତୁମ ଧର୍ମ ଓ କୀର୍ତ୍ତିଠାରୁ ଭ୍ରଷ୍ଟ ହୋଇ ପାପର ଭାଗୀଦାର ହୋଇଯିବ। ଆମର ଖରାପ ସମୟରେ କେବେବି ପରାଜୟ ଗ୍ରହଣ କରି ବସିବା ଉଚିତ୍ ନୁହେଁ। ସେଠାରେ ଆମକୁ ସାହସ କରି ଆମର କର୍ତ୍ତବ୍ୟକୁ ପୂରଣ କରିବା ଉଚିତ୍। ଆମକୁ ଏହିଭଳି ଭାବିବା ଭୁଲ୍ ଅଟେ କି ଆମକୁ ଫଳ ମିଳିବ ନାହିଁ ବାସ୍ କର୍ମ କରିଯିବା ଉଚିତ୍। ସବୁଠାରୁ ଭଲ କଥା ଶ୍ରୀମଦ୍ ଭାଗବତ ଗୀତାର ଚତୁର୍ଥ ଅଧ୍ୟାୟରେ ୧୪ ନମ୍ବର ଶ୍ଳୋକରେ ଶ୍ରୀକୃଷ୍ଣ କୁହନ୍ତି ସୁଖ ଓ ଦୁଃଖର ମୂଲ୍ୟ ଇନ୍ଦ୍ରିୟଙ୍କ ଠାରୁ ମିଳିଥାଏ। ଏହି ଶୀତ ବା ଗ୍ରୀଷ୍ମ ଋତୁ ବା ପାଣିପାଗ ପରି ସମାନ ହୋଇଥାଏ। ଏହି ସୁଖ ଓ ଦୁଃଖ ଦୁଇଜଣ କେବେ ଏକାଠି ରହିବେ ନାହିଁ। ଭଗଵାନ ଶ୍ରୀକୃଷ୍ଣ କୁହନ୍ତୁ ଆମକୁ ସୁଖ ଓ ଦୁଃଖକୁ ନଡରି ବିଚଳିତ ନହୋଇ ସମାନ ଭାବରେ ରହିଯିବ ଉଚିତ୍।