ଆସନ୍ତା ଜୁନ ମାସ 10 ତାରିଖ ବୁଧବାର ଅର୍ଥାତ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ସ୍ତିତିରେ ଦେଶର ପ୍ରଥମ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି | ଏଇ ବର୍ଷ ସମୁଦାୟ 4ଟି ମହାଜାଗତିକ ଦୃଶ୍ୟ ମହାକାଶରେ ଦେଖିବାକୁ ମିଳିବ | ସେଥି ମଧ୍ୟରୁ ଦୁଇଟି ଚନ୍ଦ୍ରଗ୍ରହଣ ଓ ଦୁଇଟି ସୂର୍ଯ୍ୟପରାଗ ଅଟେ | ତେବେ ଆସନ୍ତା ଜୁନ 10 ତାରିଖରେ ଆସୁଥିବା ସୂର୍ଯ୍ୟ ପରାଗ ଭାରତରେ କେଉଁ ସମୟରେ ଲାଗିବାକୁ ଯାଉଛି ଓ ଏହାର ସୂତକ ସମୟ କେତେ ସମୟ ଧରି ରହିବ | ଏହି ସମୟ କେଉଁ ଉପାୟ କରିବା ଦ୍ୱାରା ଆମ ଜୀବନ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ | ଏହି କଥା ଜାଣିବା ନିହାତି ଜରୁରୀ ଅଟେ | ବିଶେଷ କରି ଗର୍ଭବତୀ ମହିଳାଙ୍କ ଉପରେ ଏହାର କେଉଁ ପ୍ରଭାବ ପଡିବ ଓ କେଉଁ ଉପାୟ ଅବଲମ୍ବନ କରିବା ଉଚିତ |ଗର୍ଭବତୀ ମହିଳାମାନେ ଏହି କଥା ଭି ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ |
ବନ୍ଧୁଗଣ ସୂର୍ଯ୍ୟପରାଗ ଓ ଚନ୍ଦ୍ର ଗ୍ରହଣ ସମୟରେ ସମସ୍ତେ ଅନେକ ଅନେକ ସତର୍କତାକୁ ଆପଣେଇ ଥାନ୍ତି | ସୂର୍ଯ୍ୟପରାଗ ପରେ ଅନେକ ବ୍ୟକ୍ତି ଭି ମାଲାମାଲ ହବାର ସମ୍ଭାବନା ରହିଛି | ଏହା ଶୁଣି ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ କିଛି ଉପାୟ ଏମିତି ରହିଛି ଯାହାଦ୍ୱାରା ଆପଣ ସୂର୍ଯ୍ୟପରାଗରେ ଏହି ଉପାୟ କରିବା ଦ୍ୱାରା ଆପଣ ମାଲାମାଲ ହୋଇପାରିବେ | ଏହା ସହ ଆପଣଙ୍କ ଆର୍ଥିକ ସ୍ତିତି ମଧ୍ୟ ଭଲ ରହିବ ଓ ଆପଣଙ୍କ ଜୀବନ ରୁ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ |
ବନ୍ଧୁଗଣ ଏଇ ସୂର୍ଯ୍ୟପରାଗର ଅଧିକ ପ୍ରଭାବ ଗର୍ଭବତୀ ମହିଳା ଓ ତାଙ୍କର ଶିଶୁଙ୍କ ଉପରେ ଅଧିକ ପଡିଥାଏ | ତେବେ ଏହି ସମୟରେ ଏହିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ତେବେ ଏଇ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆମ ଦେଶରେ ଆର୍ଶିକ ଭାବେ ଦୃଶ୍ୟମାନ ହେବ | ଏହାର ଗ୍ରାସ ସମୟ ଅପରାହ୍ନ 3 ଟା 20 ମିନିଟ ରୁ ଆରମ୍ଭ ହୋଇ ସନ୍ଧ୍ୟା 5 ଟା 4 ମିନିଟ ଯାଏ ରହିବ | ଏହି ସୂର୍ଯ୍ୟପରାଗ ମହାକାଶ ରେ ପ୍ରାୟ 4 ଘଣ୍ଟା 12 ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ | ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହି ସୂର୍ଯ୍ୟପରାଗ ଜ୍ୟେଷ୍ଠ ମାସର ଅମାବାସ୍ୟା ସ୍ତିତି ରେ ଲାଗିବ | ବିଶେଷ କଥା ହେଉଛି କି ଏଇ ଦିନ ସାବିତ୍ରୀ ବ୍ରତ ଓ ଶନି ଜୟନ୍ତୀ ପଡୁ ଅଛି | ଧାର୍ମିକ ବିଶେଷ ଅନୁଯାୟୀ ପରାଗ ସମୟରେ ଶୁଭ କାର୍ଯ୍ୟ ନିଷେଧ | ଏଇ ସମୟରେ ପୂଜା ପାଠ ଏଇ ସବୁ ଶୁଭ କାର୍ଯ୍ୟ ମଧ୍ୟ ନିଷେଧ ଅଟେ ସୂର୍ଯ୍ୟ ପରାଗ ର ସର୍ବାଧିକ ପ୍ରଭାବ ବୃଷ ରାଶିରେ ପଡିବ | ଏଇ ଦିନ ଚନ୍ଦ୍ର ବୃଷ ରାଶିରେ ସଂଚାର କରିବେ | ଏଇ ରାଶିର ବ୍ୟକ୍ତି ମାନଙ୍କୁ ସେମାନଙ୍କର ସ୍ଵାସ୍ଥ ର ଯତ୍ନ ନେବା ଆବଶ୍ୟକ |
ଏହା ବ୍ୟତୀତ ଟଙ୍କା କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ପଡିବ | ସୂର୍ଯ୍ୟ ପରାଗ ସମୟରେ ମୁର୍ଗା ସିରା ନକ୍ଷତ୍ର ଥିବ | ବନ୍ଧୁଗଣ ଆପଣମାନେ ତ ଏହି କଥା ତ ଜାଣିଥିବେ କି ସୂର୍ଯ୍ୟପରାଗ ଲାଗିବାର 12 ଘଂଟା ପୂର୍ବରୁ ଓ ଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ହାଣ୍ଡି ଛାଡ ହୋଇଥାଏ | ଏହି ସମୟକୁ ସୂତାକ ସମୟ କୁହାଯାଇଥାଏ | ଏହି ସୂର୍ଯ୍ୟପରାଗ ଭାରତରେ ଆର୍ଥିକ ପ୍ରଭାବ ହେଉଥିଲେ ମଧ୍ୟ ଏହା ଓଡ଼ିଶାରେ ଦୃଶ୍ୟମାନ ହେବନାହିଁ | ଅନ୍ୟ ଦେଶ ଗୁଡ଼ାକରେ ଏହାର ସମ୍ପୂର୍ଣ ପ୍ରଭାବ ପଡିବ ଯେମିତି କି ୟୁରୋପ, ଆମେରିକା, କାନାଡ଼ା, ରୁଷ ଓ ଚାଇନା ରେ ସମ୍ପୂର୍ଣ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ |
ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟ ପରାଗ ଭାରତରେ ଆଁଶିକ ଥିବାରୁ ଏହାର ସୂତାକ ସମୟ ମାନ୍ୟ ହେବ ନାହିଁ | କାରଣ ଯେଉଁ ପରାଗ ଖାଲି ଆଖିରେ ଦେଖି ହୁଏ ନାହିଁ ସେଇ ସୂର୍ଯ୍ୟ ପରାଗ ରେ ସୂତାକ ସମୟ ମଧ୍ୟ ମାନ୍ୟ ହୋଇ ନଥାଏ | ତେବେ ଏହି ସୂର୍ଯ୍ୟ ପରାଗ ଗର୍ଭବତୀ ମହିଳାଙ୍କ ଉପରେ ନିଶ୍ଚିତ ଭାବରେ ପ୍ରଭାବ ପକାଇବ | ଏହି ସୂର୍ଯ୍ୟପରାଗ ସମୟରେ ଗର୍ଭବତୀ ମହିଳାମାନେ ବାହାରକୁ ବାହାରିବା ଅନୁଚିତ | ଯଦି ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟଙ୍କର କିରଣ ଗର୍ଭବତୀ ମହିଳାଙ୍କ ଉପରେ ପଡିଥାଏ ତେବେ ଏହା ତାଙ୍କ ସନ୍ତାନ ର କ୍ଷତି କରିଥାଏ | ତେଣୁ ଗର୍ଭବତୀ ମହିଳାମାନେ ସୂର୍ଯ୍ୟ ପରାଗ ଦିନ ଭୁଲରେ ଭି ବାହାରକୁ ବାହାରନ୍ତୁ ନାହିଁ | ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଶିଶୁ ସୁରକ୍ଷିତ ରହୁ ତ ଆପଣ ଏସବୁ କଥାର ପାଳନ ନିଶ୍ଚିତ କରନ୍ତୁ | ଯଦି ଏହି ସୂର୍ଯ୍ୟପରାଗ ସମୟରେ ମହିଳାମାନେ କଳା ବା ନୀଳ ରଙ୍ଗର ବସ୍ତ୍ର ପରିଧ୍ୟାନ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ହୋଇନଥାଏ | ତେଣୁ ଆପଣ ଏଇ ସୂର୍ଯ୍ୟପରାଗ ଦିନ କଳା ଓ ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ | ଏହା ସହିତ ସୂର୍ଯ୍ୟ ପରାଗ ସମୟରେ ନିଦ୍ରା କରିବା ସହିତ ନିଜ ମୁଣ୍ଡ ପାଖରେ 7 ଗୋଟି ହଳଦୀ ରଖନ୍ତୁ ଓ ସୂର୍ଯ୍ୟ ପରାଗ ସମୟ ସରିଗଲା ପରେ ଆପଣ ଏହାକୁ ନେଇକି ଶିବାଳୟ ରେ ଅର୍ପଣ କରି ନିଅନ୍ତୁ |
ସୂର୍ଯ୍ୟ ପରାଗ ସମୟରେ ଗର୍ଭବତୀ ମହିଳାମାନେ ଖାଦ୍ୟ ଗ୍ରହଣ କରି ପାରିବେ | ତେଣୁ ଆପଣ ଖାଦ୍ୟ ଖାଇକି ଘରେ ଭଲସେ ରୁହନ୍ତୁ ତେବେ ଏଇ ସୂର୍ଯ୍ୟପରାଗ ସମୟରେ ଗର୍ଭବତୀ ମହିଳାଙ୍କ ପାଇଁ ଓଁ ନମଃ ଶିବାୟ ଏହି ମନ୍ତ୍ରଟି ଜପ କଲେ ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ | ଆପଣଙ୍କ ଉପରେ କୌଣସି ପ୍ରଭାବ ପଡି ନଥାଏ ଓ ଆପଣଙ୍କ ଶିଶୁ ର ଭଲ ହୋଇଥାଏ ତେଣୁ ଆପଣ ସୂର୍ଯ୍ୟ ପରାଗ ଦିନ ଦିନ ମାନ ଆପଣ ଯେତେବି ସମୟ ପାଇବେ ବସିକି ଘରେ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ | ଏହା ସୁଖପ୍ରଦ ହୋଇଥାଏ ତେବେ ବନ୍ଧୁଗଣ ଏହା ତ ଥିଲା କିଛି ଉଚିତ ନିୟମ ଗର୍ଭବତୀ ମହିଳାଙ୍କ ପାଇଁ ଓ ସୂର୍ଯ୍ୟ ପରାଗ କେତେ ସମୟ ରହିବ ଏସବୁ କଥା ଥିଲା ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟପରାଗ ସମୟରେ କେଉଁ ଉପାୟ କରି ଆପଣ ମାଲାମାଲ ହୋଇ ପାରିବେ ତେବେ ଆସନ୍ତୁ ଜାଣିବା ସେଇ ଉପାୟ କଣ କଣ |
ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗ ଯେଉଁ ଦିନ ତ ସେଇଦିନ ସୂର୍ଯ୍ୟ ପରାଗ ର ସମୟ ସରିବାପରେ ଶାରୀରିକ ବୃଦ୍ଧି ନିମନ୍ତେ ଆପଣ ସ୍ନାନ ପ୍ରଥମେ କରିନେବେ | ଏହା ନିହାତି ଆବଶ୍ୟକ ସ୍ନାନ ସରିବାପରେ ଆପଣ ଶୁଦ୍ଧ ପୋଷାକ ଧାରଣା କରିବା ଉଚିତ୍ତ | ଶାରୀରିକ ବୃଦ୍ଧି ପରେ ମାନସିକ ସାନ୍ତିପାଇଁ ଆପଣ ଘରର ସମସ୍ତ ସ୍ଥାନରେ ଗଙ୍ଗାଜଳ ନେଇ ଚଡି ଆଡେ ଜଳ ସିଞ୍ଚନ କରିଦେବେ ଘରର କୌଣସି ଜାଗାକୁ ଛାଡ଼ିବେ ନାହିଁ | ଭଲକରି ଘରର ସବୁ କୋଣରେ ସବୁ ଆଡେ ଗଙ୍ଗା ଜଳକୁ ଭଲସେ ସିଞ୍ଚିକି ପବିତ୍ର କରାଇ ନେବେ| ସୂର୍ଯ୍ୟ ପରାଗ ସରିବାପରେ ଭଗବାନ ଙ୍କ ଦର୍ଶନ କରିବା ଉଚିତ ଏହା ଶୁଭ ଫଳ ପ୍ରଦାନ କରିଥାଏ | ଆପଣଙ୍କ ଘର ନିକଟରେ ଯେ କୌଣସି ମନ୍ଦିରକୁ ଯାଇ ଆପଣ ପୂଜା କରି ପାରିବେ | ଦାନ କରିବା ଭି ବହୁତ ଶୁଭ ଅଟେ ସୂର୍ଯ୍ୟ ପରାଗ ସମୟରେ ଯେତିକି ସମ୍ଭବ ସେତିକି ଦାନ କରନ୍ତୁ | ଘରେ ଥିବା ଠାକୁରଙ୍କୁ ସୂର୍ଯ୍ୟପରାଗ ପରେ ସ୍ଵଛ କପଡା ପରିଧାନ କରାନ୍ତୁ| ଗାଈକୁ ରୁଟି ଖାଇବାକୁ ମଧ୍ୟ ଦିଅନ୍ତୁ | ଏହି ସବୁ ଉପାୟ ଏଇ ଭଳି କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଓ ଘରେ କୌଣସି ଅଭାବ ରହି ନଥାଏ ଓ ତୁଳସୀ ଗଛ ନିକଟରେ ଦ୍ବୀପ ଜଳାନ୍ତୁ ଏହା ବହୁତ ଶୁଭ ହୋଇଥାଏ |