ନମସ୍କାର ବନ୍ଧୁଗଣ ଲୋକପ୍ରିୟ କଣ୍ଠଶିଳ୍ପି ତଥା ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ଆଉ ଆମ ଗହଣରେ ନାହାଁନ୍ତି। ଗତ କିଛିଦିନ ହେବ କୋରୋନା ଚିକିତ୍ସା ହେଉଥିବା ସମୟରେ ୧୯ ତାରିଖର ବିଳମ୍ବିତ ରାତିରେ ମୃତ୍ୟୁବରଣ କରିଛନ୍ତି ତପୁ ମିଶ୍ର। ତପୁ ମିଶ୍ରଙ୍କୁ ହରାଇ ଏକ ଓଡ଼ିଆ ଦିଗଜ୍ ସିଙ୍ଗରକୁ ହରାଇ ଓଲିଉଡ ଜଗତରେ ଏବେ ହାହାକାର ଖେଳି ଯାଇଛି। ଅନେକ ସେଲିବ୍ରିଟି ମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ତପୁ ମିଶ୍ରଙ୍କୁ ହରାଇ। ଅନେକ ଚଳଚ୍ଚିତ୍ରରେ ଗୀତ ଗାଇବା ସହିତ ଅନେକ ଧାରାବାହିକରେ ମଧ୍ୟ ଗୀତ ଗାଇଛନ୍ତି ତପୁ ମିଶ୍ର।
ତେବେ ତପୁ ମିଶ୍ରଙ୍କୁ ହରାଇ ଯେତିକି ଦୁଃଖ ପ୍ରକାଶ ଓଲିଉଡ଼ ଇଣ୍ଡଷ୍ଟ୍ରି କରିଛି ତାଠାରୁ ବୋହୁତ ଅଧିକ ଦୁଃଖ ପ୍ରକାଶ କରିଛନ୍ତି ତପୁ ମିଶ୍ରଙ୍କ ସ୍ଵାମୀ ଦୀପକ୍ ପୂଜାରୀ। ଏମିତି କିଛି ଫଟୋ ପୋଷ୍ଟ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି ତପୁ ମିଶ୍ରଙ୍କ ସ୍ଵାମୀ ଦୀପକ୍ ପୂଜାରୀ। ତପୁଙ୍କ ସହିତ ଶେଷ ଜନ୍ମଦିନ ପାଳନ କିପରି ଥିଲା ସେହି ଫଟୋ ଗୁଡ଼ିକ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକି ଏକ ଦୁଃଖର କାରଣ ଆପଣ ବି ଏହି ଫଟୋକୁ ଦେଖିବା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ।
ଦୀପକ୍ ପୂଜାରୀଙ୍କ ସହିତ ଶେଷ ଜନ୍ମଦିନ ପାଳନ କରିଥିଲେ ତପୁ ମିଶ୍ର। କିଏବା ଜାଣିଥିଲା ଯେ ତପୁଙ୍କର ଏହା ଶେଷ ଜନ୍ମଦିନ ପାଳନ ହେବ ଏବଂ ଆଉ ତପୁ ମିଶ୍ର ଜନ୍ମଦିନ ପାଳନ କରିପାରିବେ ନାହିଁ ଏବଂ ଓଡ଼ିଆ ସିନେ ଜଗତ ଆଉ ପରିବାର ଲୋକଙ୍କ ହାତ ଛାଡି ଚାଲିଯିବେ ତପୁ ମିଶ୍ର। ଏହି ଖବର ଯେତିକି ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଦୁଃଖ ଆଣିଛି ତାଠାରୁ ଅଧିକ କଷ୍ଟର ଵୋଝ ଛିଣ୍ଡି ପଡ଼ିଛି ତାଙ୍କ ସ୍ବାମୀ ଦୀପକ୍ ପୂଜାରୀଙ୍କ ଉପରେ। ତାଙ୍କ ପରିବାର କିଛି ଦିନ ତଳେ ମଧ୍ୟ ତପୁ ମିଶ୍ରଙ୍କ ବାପାଙ୍କୁ ହରାଇଥିଲେ।
ଯାହାକି ଆଉ ଏକ ଦୁଃଖର କାରଣ, କୋରୋନା ମହାମାରୀରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ ତପୁ ମିଶ୍ର ବାପା। ଏହା ପରେ ପରେ କୋରୋନା ମହାମାରୀରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁବରଣ କରିଥିଲେ ତପୁ ମିଶ୍ର। ଯାହାକି ପରିବାର ପାଇଁ ବୋହୁତ ବଡ଼ ଦୁଃଖର ଖବର। ତେବେ ଆମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ କି ତପୁ ମିଶ୍ର ପରିବାରକୁ ଶକ୍ତି ଦିଅନ୍ତୁ ଯେମିତି ସେ ସୁଦୃଢ଼ ହୋଇ ଏହି ଦୁଃଖକୁ ସାମ୍ନା କରନ୍ତୁ।