ଟଲିଉଡ଼ର 5 ଜଣ ସୁପର ଷ୍ଟାର ଯାହାଙ୍କ ନାମ ଶୁଣିକି ହିଁ ଫିଲ୍ମ ସୁପର ହିଟ ହେଇଯାଇଥାଏ, କୋଟି କୋଟି ଟଙ୍କା ନିୟନ୍ତି ଫିସ ..

ଆଜିକା ସମୟ ରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ବଲିଉଡ ଠାରୁ କୌଣସି ଗୁଣ ରେ କିଛି କମ ନୁହେଁ I ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଏପରି ଅନେକ କଳାକାର ଅଛନ୍ତି ଯାହା ଙ୍କ ନାମ ମାତ୍ରେ ହିଁ ଫିଲ୍ମ ସୁପର ହିଟ ହେଇଯାଇଥାଏ I ତେବେ ଚାଲନ୍ତୁ ଜାଣିବା ସେହି 5 ଜଣ କଳାକାର ଙ୍କ ବିଷୟ ରେ ଯେଉଁମାନେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ ବେଶ ସଫଳ କଳାକାର ରୂପେ ନିଜ କୁ ପରିଚିତ କରିପାରିଛନ୍ତି I

ରଜନୀକାନ୍ତ

ବଲିଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ ରଜନୀକାନ୍ତ ଜଣେ ସଫଳ ଅଭିନେତା ରୂପେ ପରିଚିତ ହେଇପାରିଛନ୍ତି I କେବଳ ସାଉଥ ନୁହେ ପୁରା ଭାରତ ରେ ଲୋକେ ରଜନୀକାନ୍ତ ଙ୍କୁ ପସନ୍ଦ କରିଥାନ୍ତି I ଏବଂ ସବୁଠାରୁ ଦାମୀ କଳାକାର ଙ୍କ ଲିଷ୍ଟ ରେ ମଧ୍ୟ ରଜନୀକାନ୍ତ ଅଛନ୍ତି I ସେ ତାଙ୍କ ଶେଷ ରିଲିଜ ହେଇଥିବା ଫିଲ୍ମ ପାଁଇ 80 କୋଟି ଟଙ୍କା ଚାର୍ଜ କରିଥାନ୍ତି I

କମଳ ହସନ

ବଲିଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ଉଭୟ ରେ ଅଭିନେତା କମଳ ହସନ ବେଶ ଲୋକପ୍ରିୟତା ପାଇଛନ୍ତି I ସେ ଏକ ଫିଲ୍ମ ପାଁଇ 20 ରୁ 30 କୋଟି ଟଙ୍କା ଚାର୍ଜ କରିଥାନ୍ତି I

ଜୁନିୟର ଏନଟିଆର

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଜୁନିୟର ଏନଟିଆର ଜଣେ ଆକ୍ସନ ହିରୋ ରୂପେ ପରିଚିତ ହେଇପାରିଛନ୍ତି I 17 ବର୍ଷ ର କ୍ୟାରିୟର ରେ ସେ ଅନେକ ରେକର୍ଡ କରିସାରିଛନ୍ତି I ଜୁନିୟର ଏନଟିଆର ତାଙ୍କ ର ଏକ ଫିଲ୍ମ ରେ କାମ କରିବାକୁ 18-20 କୋଟି ଟଙ୍କା ଫିସ ନେଇଥାନ୍ତି I

ମହେଶ ବାବୁ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର ହ୍ୟାଣ୍ଡସମ ହିରୋ ମହେଶ ବାବୁ ଙ୍କ ଲୋକପ୍ରିୟତା ମଧ୍ୟ କିଛି କମ ନୁହେଁ I ମହେଶ ବାବୁ ଙ୍କ ନାମ ମାତ୍ରେ ହିଁ ଫିଲ୍ମ ରିଲିଜ ହେଇଥାଏ I ସେ ଗୋଟେ ଫିଲ୍ମ ରେ କାମ କରିବାକୁ 25 କୋଟି ରୁ ବି ଅଧିକ ଫିସ ନେଇଥାନ୍ତି I

ପବନ କଲ୍ୟାଣ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର ମେଗା ଷ୍ଟାର ଚିରଞ୍ଜିବି ଙ୍କ ସାନ ଭାଇ ପବନ କଲ୍ୟାଣ ମଧ୍ୟ ଫିଲ୍ମ ଆକ୍କାଡ଼ ଆମ୍ମୀ ଲକ୍କଡ଼ ରୁ 1996 ରେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ I ସେ ନିଜ ର 22 ବର୍ଷ ର ଆକ୍ଟିଭ କ୍ୟାରିୟର ରେ ଜଣେ ସଫଳ ଅଭିନେତା ରୂପେ ପରିଚିତ ହେଇପାରିଛନ୍ତି ଏବଂ ସେ ଗୋଟେ ଫିଲ୍ମ ରେ ଅଭିନୟ କରିବାକୁ ପ୍ରାୟ 18 କୋଟି ଟଙ୍କା ଫିସ ନେଇଥାନ୍ତି I