ବନ୍ଧୁଗଣ ଆଜି ଆମେ ଜାଣିବା ଅଶ୍ୱତ୍ଥ ଗଛ ବା ଓସ୍ତ ଗଛର ବିଷୟରେ ତାର ମହିମା ଓ ଦୈବିଗୁଣ ବିଷୟରେ। ପୂଜା କରିବାର ବିଦ୍ଧିବିଧାନ ଏବଂ କିପରି ପୂଜା କରିଲେ ଏବଂ କେଉଁ ଦିନ ପୂଜା କରିଲେ ଦରିଦ୍ରତା ଦୂର ହୋଇଥାଏ, ଘରେ ଧନଧାନ୍ୟ ପ୍ରାପ୍ତି ହୋଇଥାଏ ଏହି ବିଷୟରେ ଜାଣିବା।ଓସ୍ତଗଛ ଏହି ଗଛକୁ ଅନେକ ଲୋକ ଭୟ କରିଥାନ୍ତି। ଏମିତିକି କେହି କେହି କୁହନ୍ତି ଓସ୍ତ ଗଛରେ ଭୂତପ୍ରେତ, ପିଶାଚ ରହିଥାନ୍ତି। ଗଛ ମୂଳକୁ ଯିବା କ୍ଷତିକାରକ ହୋଇଥାଏ। ଆହୁରି ଅନେକ ଲୋକ ଓସ୍ତ ଗଛକୁ ପୂଜା କରିଥାନ୍ତି। ଧୂପ,ଦ୍ଵୀପ ଏବଂ ଓସ୍ତ ଗଛର ପରିକ୍ରମା ମଧ୍ୟ କରିଥାନ୍ତି, ତେବେ ପ୍ରକୃତ ବାସ୍ତବତା କଣ। ଘର, ଅଫିସ୍,ଦୋକାନ ପାଖରେ ଓସ୍ତ ଗଛ ଥିଲେ ଗଛକୁ କରିବାକୁ ମଧ୍ୟ ଅନେକ ଭୟ କରିଥାନ୍ତି। ତା କାହିଁକି ଏହି ଓସ୍ତ ଗଛ କଟାଯାଏ ନାହିଁ। ଓସ୍ତ ଗଛକୁ କାହିଁକି ପୂଜା କରାଯାଏ। ପୂଜା ଫଳରେ କଣ ମିଳିଥାଏ। ଏହିସବୁ ବିଷୟରେ ଜାଣିବା।
ଓସ୍ତ ଗଛକୁ କେବେବି ଶନିବାର ବ୍ୟତୀତ ଅନ୍ୟ କୌଣସି ଦିନ ଛୁଇଁବା ଉଚିତ୍ ହୋଇ ନଥାଏ। ବିଶେଷ କରି ରବିବାର ଦିନ ଓସ୍ତ ଗଛକୁ ଆଦୌ ଛୁଇଁବା କଥା ନୁହେଁ।କାରଣ ଏହି ଓସ୍ତ ଗଛରେ ଅଲକ୍ଷ୍ମୀ ବାସ କରିଥାନ୍ତି ଏବଂ ତାଙ୍କର ପ୍ରଭାବ ରବିବାର ଦିନ ଅଧିକ ଥାଏ। ତେଣୁ ଜାଣତରେ ହେଉ କିମ୍ବା ଅଜାଣତରେ ଓସ୍ତ ଗଛକୁ ରାତି ସମୟରେ କିମ୍ବା ରବିବାର ଦିନ ଛୁଇଁବା ଉଚିତ୍ ହୋଇ ନଥାଏ। କାରଣ ଛୁଇଁବା ଦ୍ଵାରା ଅନେକ କ୍ଷୟକ୍ଷତି ହୋଇଥାଏ। ଏଣୁ ପୂର୍ବ ପୁରୁଷ ବା ପୁରୁଣା ଲୋକମାନେ ଏହି କଥା କାଇଥନ୍ତି ଓସ୍ତ ଗଛ ପାଖକୁ ଯିବା ଠିକ୍ ନୁହେଁ।
ଏବେ ଜାଣିବା ଓସ୍ତ ଗଛକୁ କାହିଁକି ଓ କେଉଁ ଦିନ ପୂଜା କରିଲେ କଣ ଫଳ ମିଳିଥାଏ
ଧର୍ମ ଶାସ୍ତ୍ରରେ ଏବଂ ଭଗବତ ଗୀତାରେ ଏହା ବର୍ଣ୍ଣିତ ଅଛି କି ଓସ୍ତ ଗଛ ମୂଳରେ ବ୍ରହ୍ମା,ଦେହରେ ବିଷ୍ଣୁ, ଶାଖା ମାନଙ୍କରେ ଶିବ ବାସ କରିଥାନ୍ତି। ଏବଂ ପତ୍ର ମାନଙ୍କରେ ସମସ୍ତ ଦେବଦେବୀ ବାସ କରିଥାନ୍ତି। ବିଶେଷ କରି ଶନିବାର ଦିନ ଏହି ଓସ୍ତ ଗଛରେ ଶନିଦେବ ବାସ କରିଥାନ୍ତି ଏବଂ ଶନିବାର ଦିନ ସୂର୍ଯ୍ୟ ଉଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଲକ୍ଷ୍ମୀ ନାରାୟଣ ସାକ୍ଷାତ ବାସ କରିଥାନ୍ତି। ଏହି ଶନିବାର ଦିନ ଓସ୍ତ ଗଛକୁ ପୂଜା କରିବା ଅର୍ଥାତ୍ ସାକ୍ଷାତ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିବା ସହ ସମାନ ହୋଇଥାଏ। ପ୍ରତିଦିନ ଓସ୍ତ ଗଛକୁ ପୂଜା କରିଲେ ସବୁ ଦେବଦେବୀଙ୍କ ଅଶ୍ରିବାଦ ମିଳିଥାଏ। କୁହାଯାଏ କି ଭଗଵାନ ବୁଦ୍ଧ ଏହି ଓସ୍ତ ଗଛ ମୂଳରେ ବସି ଧ୍ୟାନ କରିଥିଲେ ଏବଂ ତାଙ୍କୁ ଜ୍ଞାନ ଓ ଦେବତ୍ଵ ପ୍ରାପ୍ତି ହୋଇଥିଲା। ତେଣୁ ହିନ୍ଦୁଧର୍ମ ଶାସ୍ତ୍ରରେ ଏହା ବର୍ଣ୍ଣିତ ଅଛି କି କେବେବି ଓସ୍ତ ଗଛକୁ କାଟିବା ଉଚିତ୍ ନୁହେଁ। ଏହା କରିଲେ ମହାପାପ ଲାଗିଥାଏ। ସେହି ଲୋକ ଅକାଳ ମୃତ୍ୟୁବରଣ କରିଥାଏ। ଯଦି ସେତିକି ଆବଶ୍ୟକ ପଡ଼େ ତେବେ ପଣ୍ଡିତଙ୍କୁ ଡ଼ାକି ହୋମଯଜ୍ଞ କରି ଅଲଗା କୌଣସି ସ୍ଥାନରେ ଓସ୍ତ ଗଛ ଲଗାଇବା ପରେ ଘର, ଅଫିସ୍ ଏବଂ ଦୋକାନ ନିକଟରେ ଥିବା ଓସ୍ତ ଗଛକୁ କଟା ଯାଇପାରିବ।
ଏହି ଓସ୍ତ ଗଛ ମୂଳରେ ପ୍ରତିଦିନ ଜଳ ଅର୍ପଣ କଲେ ଏବଂ ଓସ୍ତ ଗଛର ଚାରିପାଖରେ ପରିକ୍ରମା କରିଲେ ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଥାଏ। ରୋଗ, ଋଣ, ଶତ୍ରୁ ନାଶ ହୋଇଥାଏ। ବିଶେଷ କରି ଶନିବାର ଦିନ ଏହି ଓସ୍ତଗଛକୁ ପୂଜା କରିବା ଦ୍ୱାରା ଶନିଦେବ ଓ ଲକ୍ଷ୍ମୀ ନାରାୟଣଙ୍କର କୃପା ମିଳିଥାଏ। ଏବଂ ଏହି ଶନିବାରରେ ଅମାବାସ୍ୟା ଥିଲେ ସନିଦେବଙ୍କର ଅନେକ କୃପା ମିଳିଥାଏ। ଏବଂ ପୂର୍ଣ୍ଣିମା ହୋଇଥିଲେ ମାତା ଲକ୍ଷ୍ମୀଙ୍କ ଅନେକ କୃପା ମିଳିଥାଏ।
କାହାରି ଶାନିଦଶା, ମହାଦଶା ଚାଲୁଥିଲେ ଶନିବାର ଦିନ ସୋରିଷ ତେଲର ମାଟି ଦ୍ଵୀପଟିଏ ଜାଳନ୍ତୁ ଏବଂ ରାଶି କିଛି ଓସ୍ତ ଗଛ ମୂଳରେ ଅର୍ପଣ କରନ୍ତୁ। ଏହା କରିବା ଦ୍ବାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ସମସ୍ତ ଦୁଃଖ ଦୂର ହୋଇଥାଏ। ପ୍ରତିଦିନ ସୋରିଷ ତେଲର ଦ୍ଵୀପ ଜଳି ପାରିବେ କିନ୍ତୁ କାର୍ତ୍ତିକ ମାସରେ ଘିଅ ଦ୍ଵୀପ ଜାଳିବା ଉଚିତ୍। କାରଣ କାର୍ତ୍ତିକ ମାସରେ ଘିଅ ଦ୍ଵୀପ ଜାଳିଲେ ଶ୍ରୀ ବିଷ୍ଣୁଙ୍କର କୃପା ମିଳିଥାଏ।
ଅମାବାସ୍ୟା ତିଥି ଦିନ ଏହି ଓସ୍ତ ଗଛ ମୂଳରେ ୧୦୮ ଥର ପରିକ୍ରମା କରିବା ଦ୍ୱାରା ତେବେ ଅନେକ ପ୍ରକାର କୃପା ମିଳିଥାଏ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଯଦି ପୂର୍ଣ୍ଣିମା ଦିନରେ ଓସ୍ତ ଗଛ ମୂଳରେ ଫୁଲ, ଫଳ,ଧୂପ,ଦ୍ଵୀପ ନୈବିଦ୍ୟ ସହିତ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତି ତେବେ ମାତା ଲକ୍ଷ୍ମୀଙ୍କର ଅପାର କୃପା ପ୍ରାପ୍ତି ହୋଇଥାଏ।
ଓସ୍ତ ଗଛ ମୂଳରେ ଗାଈକ୍ଷୀର,ଗଙ୍ଗାଜଳ ବା ଶୁଦ୍ଧ ଜଳ ଅର୍ପଣ କରିବା ଉଚିତ୍ ଚନ୍ଦନର ଟିକା ଦେବା ଉଚିତ୍, ନୈବିଦ୍ୟ ରୂପେ ଫଳ ଏବଂ ମିଠା ଭୋଗ ଲଗାଇ ପାରିବେ। ଅରୁଆ ଚାଉଳ ଦେଇ ପୂଜା କରିଲେ ଶନିଦେବଙ୍କ ସହିତ ଲକ୍ଷ୍ମୀ ନାରାୟଣ ଙ୍କର କୃପା ପ୍ରାପ୍ତି ହୋଇଥାଏ। ତାହା ସହିତ କିଛି ଦକ୍ଷିଣା ମଧ୍ୟ ଗଛ ମୂଳରେ ରଖି ପାରିବେ। କିନ୍ତୁ ସନ୍ଧ୍ୟାପରେ କିମ୍ବା ସୂର୍ଯ୍ୟାସ୍ତ ପରେ ଓସ୍ତ ଗଛ ମୂଳକୁ ଯିବା ଉଚିତ୍ ନୁହେଁ। କିମ୍ବା ରବିବାର ଦିନ ଓସ୍ତ ଗଛ ମୂଳକୁ ଯିବା ଉଚିତ୍ ହୋଇ ନଥାଏ,ଅଲକ୍ଷ୍ମୀ ବାସ କରିଥାନ୍ତି ତେଣୁ ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ।
ଶନିବାର ଦିନ ଯଦି ଏକ ଲୋଟାରେ କିଛି ଚିନି,କିଛି ଗୁଡ,କିଛି ବୁନ୍ଦା ସୋରିଷ ତେଲ ଓସ୍ତ ଗଛ ମୂଳରେ ଅର୍ପଣ କରନ୍ତି ଏବଂ ଅର୍ପଣ କରିବା ପରେ ସେହି ଗଛର ଏକ ପତ୍ରଟିଏ ଆଣି ପାଖରେ ରଖନ୍ତି ଯେପରିକି ସିନ୍ଦୁକ,ପଇସା ବକ୍ସ, ପଇସା ଡ୍ର ରେ ରଖନ୍ତି ଧନର ବର୍ଷା ହୋଇଥାଏ ଏବଂ ଧନର ଅଭାବ କେବେବି ଦେଖା ଦେଇନଥାଏ। ଯେଉଁମାନେ ଚାକିରୀ ପାଇଁ ପ୍ରସ୍ତୁତ ହେଉଥାନ୍ତି ସେମାନେ ଓସ୍ତ ଗଛ ମୂଳରେ ଦୀପଟିଏ ଲଗାଇ ଧଳା ରଙ୍ଗର ପତାକା ଟିଏ ଲଗାଇଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କୁ ସଫଳତା ନିଶ୍ଚିତ ମିଳିଥାଏ। ଯଦି ଆପଣଙ୍କର ଶତ୍ରୁ ବଢ଼ି ଚାଲିଥାନ୍ତି ଏବଂ କଳହ ଝଗଡ଼ା ଲାଗି ରହିଥାଏ ତେବେ ଶତ୍ରୁମାନଙ୍କର ନାମ ଉଚ୍ଚାରଣ କରି ଜେତଟା ଶତ୍ରୁ ସେତଟା ଲେମ୍ବୁ ଅସ୍ତ ଗଛ ମୂଳରେ ରଖିଦେଇ ପରିକ୍ରମା କରି ଆସନ୍ତୁ ଏବଂ କୁହନ୍ତୁ ମୁଁ ଏଠି ମୋ ଶତ୍ରୁମାନଙ୍କୁ ଛାଡ଼ିକି ଚାଲିଯାଇଛି ଏମାନଙ୍କ ଠାରୁ ମତେ ମୁକ୍ତି ଦିଅନ୍ତୁ।
ବନ୍ଧୁଗଣ ଯଦି ଶନିଦଶା ଅତ୍ୟନ୍ତ କଷ୍ଟ ଦେଇଥାଏ କିଛି ସୁଝି ଏବଂ କିଛି ରାଶିକୁ ଘିଅରେ ଭାଜି ତାକୁ ଏକ ନଡ଼ିଆରେ ସଢେଇରେ ପୁରାଇ ଓସ୍ତ ଗଛ ମୂଳରେ ଖୋଳି ପୋତି ଦିଅନ୍ତୁ ଦେଖିବେ ଶନିଦଶା ଜନିତ କଷ୍ଟ ଦୂର ହୋଇଯିବ।