Tapu Mishra ଙ୍କର ସଂଘର୍ଷ ମୟ ଜୀବନ କାହାଣୀ, ଏମିତି ହେଇଥିଲେ ଓଡ଼ିଶାର ସବୁଠୁ ବଡ Singer

ନମସ୍କାର ବନ୍ଧୁଗଣ ସତରେ ଭାଗ୍ୟର ବଡ ବିଚିତ୍ର ବିଡମ୍ବନା। ମଣିଷର ଜୀବନରେ ଅନେକ କଳାକାର ଯୋଡି ହୁଅନ୍ତି ତ ପୁଣି କେତେବେଳେ ଅନେକ କଳାକାର ମନୁଷ୍ୟର ଜୀବନ ଭିତରେ ମନୋରଞ୍ଜନର ରଙ୍ଗ ଭରିଦେଇ ଶେଷ ନିଃଶ୍ୱାସ ତ୍ୟାଗ କରି ଅନେକ ଦୂରକୁ ଚାଲି ଯାଆନ୍ତି। ରହିଯାଏ କେବଳ ସେମାନଙ୍କର ସ୍ମୃତି ଆଉ ସେମାନଙ୍କର ସ୍ମୃତିଭିଜା ଅନୁଭୂତି। ସେହି ଅନୁଭୂତି ଭିତରେ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଚିର ଫର୍ଦ୍ଧରେ ଆଜିବି ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ଗାୟିକା ତପୁ ମିଶ୍ରଙ୍କ ନାମ। ସେ କାହା ପାଇଁ ଟିପି ତ ଆଉ କାହା ପାଇଁ ତପୁ। ସଙ୍ଗୀତକୁ ଭଲ ପାଉଥିବା ସ୍ରୋତ ଓ ଦର୍ଶକଙ୍କ ପାଇଁ ସେ ତାଙ୍କର ଅତି ନିଜର ଅତି ପ୍ରିୟ ତପୁ ମିଶ୍ର।


୧୯୮୫ ମସିହା ଜାନୁଆରୀ ତାରିଖରେ ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ତପୁ ମିଶ୍ର ଜନ୍ମଗ୍ରହଣ କରିଥିଲେ। ମ୍ୟୁଜିକାଲ୍ ଫ୍ୟାମିଲିରୁ ଆସିଥିବା ତପୁ ମିଶ୍ରଙ୍କର ବାପା ଡ୍ରାମା କରନ୍ତି ଆଉ ଗୀତ ଗାଆନ୍ତି। ମାଆ ହେଉଛନ୍ତି ରେଡ଼ିଓ ଟିଭିର ସିକୃତି ପ୍ରାପ୍ତ ଗୀତିକାର, ବଡ଼ ଭଉଣୀ ଠାରୁ ଦିଦ୍ଧିବଦ୍ଧ ସଙ୍ଗୀତ ବିଦ୍ୟା ଆରମ୍ଭ କରନ୍ତି ତପୁ ମିଶ୍ର। ତପୁ ମିଶ୍ରଙ୍କ ମଝିଆ ଭଉଣୀ ଓଡ଼ିଶୀ ନୃତ୍ୟରେ ରୁଚି ରଖିବା ସହିତ ତବଲା ମଧ୍ୟ ବଜାନ୍ତି। ଘରେ ତିନି ଭଉଣୀଙ୍କ ଭିତରେ ତପୁ ଥାଆନ୍ତି ସବା ସାନ ଝିଅ। ସେଥିପାଇଁ ବାପା ମା ଆଉ ଦୁଇ ଭଉଣୀ ତପୁଙ୍କୁ ବୋହୁତ ଭଲ ପାଆନ୍ତି।

ଛୋଟବେଳୁ ତପୁ ମିଶ୍ରଙ୍କ ସ୍ବପ୍ନ ଥାଏ ଡକ୍ଟର ହେବାକୁ ଏବଂ କିଛି କରି ଦେଖାଇବାକୁ। ବେଳେବେଳେ ଭାବନା ଭିତରେ ତପୁ ମିଶ୍ରଙ୍କ ଚିନ୍ତା ଧାରା ଆଉ ସ୍ବପ୍ନ ବଦଳି ଯାଏ ତପୁ କୋଉଠି ଚାହାଁନ୍ତି ଫ୍ୟାସନ୍ ଡିଜାଇନର ହେବା ପାଇଁ। ଘର ସଜାଇବା ଘର ଏଣ୍ଟିନିୟର ଡ଼ିଜାଇନିଙ୍ଗ୍ ଡ୍ରେସିଂ ସେନ୍ସ ଉପରେ ଅନେକ ଜ୍ଞାନ ବା ଆଇଡିଆ ରଖନ୍ତି ସମସ୍ତଙ୍କର ପ୍ରିୟ ତପୁ ମିଶ୍ର। ସ୍କୁଲ୍ କମ୍ପିଟିସନ୍ ରେ ଡାନ୍ସ କରିବା ହେଉ କି ସ୍କୁଲ୍ ର ଡ୍ରାମାରେ ରାଧା ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ କରାଉଥିବା ଭବିଷ୍ୟତରେ ହୋଇଯାଆନ୍ତି ଗୀତକୁ ଆପଣାଇ ଗାୟିକା ତପୁ ମିଶ୍ର। ତିନିରୁ ଚାରି ବର୍ଷରୁ ରେଡ଼ିଓ ଟିଭିରେ ସିଙ୍ଗର ମାନଙ୍କ ସ୍ୱର ଶୁଣି ତପୁ ଗୁଣୁଗୁଣେବା ଆରମ୍ଭ କରନ୍ତି। ପରବର୍ତ୍ତୀ ସମୟରେ କ୍ଲାସ୍ ୨ ରେ ବା ଦ୍ଵିତୀୟ ଶ୍ରେଣୀରେ ରେଡ଼ିଓରେ ଗାଆନ୍ତି ତପୁ ମିଶ୍ର। ତାହା ସହିତ ଅନେକ ବେଙ୍ଗଲି ସୋ, ସମ୍ବଲପୁରୀ ଷ୍ଟେଜ୍ ସୋ, ଭଜନ କ୍ୟାସେଟ୍ ରେ ବି ଗୀତ ଶୁଣିବାକୁ ମିଳେ ତପୁଙ୍କ କଣ୍ଠରୁ।

ପିଲା ଦିନରୁ ଆଶା ଘୋସଲେ ଆଉ ଲତା ମଙ୍ଗେସକର ଙ୍କର ଗାୟିକିର ବୋହୁତ ବଡ଼ ଫ୍ୟାନ ଥାଆନ୍ତି ତପୁ ମିଶ୍ର। ସବୁବେଳେ ସ୍କୁଲ୍ କମ୍ପିଟିସନ୍ ହେଉ କି ସହରର ପ୍ରତ୍ୟେକଟି କମ୍ପିଟିସନ୍ ରେ ତପୁ ଗୋଟେ ହିଁ ଗୀତ ଗାଇଥାନ୍ତି ଲଗ୍ ଯା ଗଲେ ୟେ ହସି ରାତ୍ ହୋ ନାହୋ। ଏହି ଗୀତଟି ଟପୁଙ୍କ ହୃଦୟର ସବୁଠାରୁ ପାଖର ଗୀତ ଥାଏ। ତପୁ ଥାଆନ୍ତି ସମ୍ବଲପୁରରେ ଆଉ ଅନେକ ସମୟରେ ଓଡ଼ିଆ କଥା କହିବା ହେଉ କି ଓଡ଼ିଆ ଗୀତ ଗାଇବା ହେଉ ବୋହୁତ କଷ୍ଟ କର ହୋଇପଡେ ତପୁଙ୍କ ପାଇଁ। ନୂଆ ନୂଆ ଗାଇବା ସମୟରେ ଓଡ଼ିଆ ସ୍ରୋତ ଓ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଜାଣି ପାରୁଥିଲେ କି ତପୁ ମିଶ୍ର ହେଉଛନ୍ତି ସମ୍ବଲପୁରୀ। ସମୟ ଭିତରେ ବେଶ୍ ମଜାରେ ଚାଲୁଥାଏ ତପୁ ମିଶ୍ରଙ୍କର ପିଲାଦିନ। ଦଶମ ଆଉ +୨ ସମୟରେ ଲୁକ୍ ଆଉ ଗାୟୀକି ପାଇଁ ତପୁ ସମ୍ବଲପୁରର ଘରେ ଘରେ ବେଶ୍ ଚର୍ଚ୍ଚାରେ ଥାଆନ୍ତି। ମଝିରେ ମଝିରେ ତପୁଙ୍କ ସ୍ମୃତିରେ କହିବା ପାଇଁ ଗଲେ ତପୁଙ୍କ ବାପା ତପୁଙ୍କୁ ପୁଅଙ୍କ ସେଲୁନ୍ କୁ ନେଇ ଚୁଟି କଟେଇ ଦିଅନ୍ତି। ତପୁଙ୍କୁ ଦିଅନ୍ତି ପୁଅଙ୍କ ଭଳି ବୟେକଟ୍ ହେୟାର ଷ୍ଟାଇଲ ଲୁକ୍। ତପୁ ମିଶ୍ରଙ୍କର ସ୍କୁଲ୍ ଓ କଲେଜ୍ ରେ ଗୀତ ଗାଇ ଅନେକ ଲୋକମାନଙ୍କର ମଧ୍ୟ ମନୋରଞ୍ଜନ କରିଛନ୍ତି।

ଦଶମ ପରୀକ୍ଷା ଦେଇଥାନ୍ତି ତପୁ। ଏପ୍ରିଲ୍ ମାସରେ ମେଟ୍ରିକ୍ ପରୀକ୍ଷା ସାରିବା ପରେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ତପୁ ମିଶ୍ରଙ୍କୁ ପ୍ରଥମ ଓଡ଼ିଆ ଭଜନ କ୍ୟାସେଟ୍ ରେ ଗୀତ ଗାଇବାର ସୁଯୋଗ ଦିଅନ୍ତି। ଭଜନ କ୍ୟାସେଟ୍ ଟିର ଆଶାଧିକ ସଫଳତାକୁ ଲକ୍ଷରେ ରଖି ପୁନର୍ବାର ସ୍ୱରୂପ ନାୟକ ତପୁ ମିଶ୍ରଙ୍କୁ ଅଫର କରନ୍ତି କୁଳ ନନ୍ଦନ ସିନେମାରେ ଆଉ ଏକ ଗୀତ ଗାଇବାର। ୧୬ ବର୍ଷ ବୟସରେ ତପୁ ମିଶ୍ରଙ୍କ ସିନେମା ଜର୍ଣି ଆରମ୍ଭ ହୁଏ। ତପୁ ମିଶ୍ରଙ୍କ ପ୍ରାୟ ଗୀତ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ କଲିକତା ଷ୍ଟୁଡିଓରେ ରେକର୍ଡ କରନ୍ତି କଟକ ଆସି ଗୀତ ରିହଲସଲ୍। ଆଉ ପରେ ସମ୍ବଲପୁର ଫେରି ଆସି ନିଜର ପାଠପଢ଼ା ସହିତ ତପୁ ଯାଇ ସୁଦୂର କଲିକତାର ଷ୍ଟୁଡିଓରେ ଅନେକ ଗୀତ ରେକର୍ଡ କରନ୍ତି। ସଫଳତାର ସହ ଅନେକ ଗୀତ ଗାଇ ତପୁଙ୍କ ଭାଗ୍ୟରେ ୨୦୦୪ ମସିହାରେ ଆଇ ଲଭ୍ ୟୁ ସିନେମା। ଆଉ ସେଥିରେ ତାପୁଙ୍କ ଗାଇଥିବା ଗୀତଟି ଥାଏ ନା ନାରେ ନା ବଜାନା ବଂଶୀ। ଏହି ଗୀତଟି ଦର୍ଶକ ଆଉ ଶ୍ରୋତା ମାନଙ୍କ ମହଲରେ ଅନେକ ଆଦୃତି ଲାଭ କରିଥିଲା। ଯେଉଁଠାରେ ତପୁ ମିଶ୍ରଙ୍କୁ ମିଳେ ଷ୍ଟେଟ୍ ଆୱାଡ଼ ଓ ତାହା ସହିତ ତପୁ ମିଶ୍ର ସେହି ଗୀତଟି ପାଇଁ ଏକା ଥରକେ ପାଆନ୍ତି ୮ ଟି ସୁନସରାଗ ଆୱାଡ଼।


ଏହାପରେ ତପୁ ମିଶ୍ରଙ୍କ ଜୀବନରେ ଆସେ ଏକ ନୂଆ ମୋଡ଼। ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ କମ୍ପୋଜିସନ୍ ରେ ତପୁ ଗାଆନ୍ତି ଶାଶୁଘର ଚାଲିଯିବି ସିନେମାର ଟାଇଟେଲ ଟ୍ରାକ। ଗୀତଟିକୁ ପୁଣି ଥରେ ଷ୍ଟେଟ୍ ଆୱାଡ୍ ମିଳେ ଯେଉଁଠି ତପୁ ମିଶ୍ର ବେଷ୍ଟ ପ୍ଲେବ୍ୟାକ୍ ସିଙ୍ଗରର ଆୱାଡ୍ ବି ପାଆନ୍ତି ରାଜ୍ୟ ସରକାରଙ୍କ ତରଫରୁ। ପରେ ପରେ ଅକ୍ଷୟ ମହାନ୍ତି, ପ୍ରେମ ଆନନ୍ଦ, ଅଭିଜିତ ମଜୁମଦାର, ଶାନ୍ତିରାଜ ଖୋସଲା, ପ୍ରଶାନ୍ତ ପାଢ଼ୀ, ଗୁଡୁଲି ରଥ, ବିକାଶ ଶୁକ୍ଳା, ବିକାଶ ଦାସ ସମସ୍ତଙ୍କ ସହିତ ଗୀତ ଗାଇଛନ୍ତି ତପୁ ମିଶ୍ର। ଡିଡି ଓଡ଼ିଆ ବା ଦୂରଦର୍ଶନ ଟିଭିର ରିୟାଲିଟି ସୋରୁ ନିଜକୁ ଜଣେ ପ୍ରତିଯୋଗୀ ହିସାବରେ ସଜେଇ ହୋଇ ତପୁ ମିଶ୍ର ନିଜ ସଙ୍ଗୀତର ଯାତ୍ରା ଆରମ୍ଭ କରନ୍ତି ସତ ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ଏକ ଧାରାରେ ତପୁ ମିଶ୍ର ଗୀତ ଗାଇବା ସହିତ ସଙ୍ଗୀତ ନିର୍ଦ୍ଦେଶନାରେ ମଧ୍ୟ ରୁଚି ରଖନ୍ତି। ପ୍ରାୟ ୧୫୦ ରୁ ଅଧିକ ସିନେମାରେ ଗୀତ ଗାଇ ତପୁ ମିଶ୍ର ଯେତିକି ଚର୍ଚ୍ଚାରେ ଥାଆନ୍ତି ତା ଠାରୁ ବେଶୀ ଚର୍ଚ୍ଚାରେ ଥାଆନ୍ତି ଜଜ୍ ମେଣ୍ଟର ସିଟରେ ବସି। ଘରୋଇ ରିୟାଲିଟି ସୋରେ ନୂଆ ନୂଆ ଟ୍ୟାଲେଣ୍ଟ୍ କୁ ତୋଉଲିବାକୁ ମଧ୍ୟ କେବେବି ପଛ ଘୁଂଚା ଦିଅନ୍ତି ନାହିଁ ତପୁ। ଏହାପରେ ଅଭିନେତା ବା ବିଜନେସ୍ ମ୍ୟାନ୍ ଦୀପକ୍ ପୂଜାରୀଙ୍କ ସହ ପ୍ରେମ ବନ୍ଧନରେ ବାନ୍ଧି ହୁଅନ୍ତି ଆଉ ଶେଷରେ ବିବାହ କରନ୍ତି ତପୁ ମିଶ୍ର।

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶ୍ରୋତା ଓ ଦର୍ଶକଙ୍କର ମନୋରଞ୍ଜନ କରି ୨୦ ବର୍ଷ ବିତାଇ ଦିଅନ୍ତି ନିଜର କ୍ୟାରିୟରରେ ତପୁ ମିଶ୍ର ବିଡମ୍ବନା ସହିତ ଭାଗ୍ୟ ମଣିଷ ସହିତ କୋଉ ଖେଳ ଖେଳେ ସେଇଟା ତ କେବଳ ଭାଗ୍ୟ ହିଁ କହିପାରିବ। ସେମିତି ଭାଗ୍ୟ ଖେଳ ଖେଳିବା ଆରମ୍ଭ କରେ ୨୦୨୧ ମସିହା ମେ ମାସରେ ସମସ୍ତଙ୍କ ପ୍ରିୟର ଗାୟିକା ତପୁ ମିଶ୍ରଙ୍କ ସହିତ। ମହାମାରୀ କୋରୋନାର ଶିକାର ହୋଇ ତପୁ ମିଶ୍ର ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି। ଚିକିତ୍ସା ପ୍ରାୟ ଏକ ମାସ ଧରି ତପୁ ମିଶ୍ରଙ୍କର ଚାଲେ। ଶେଷରେ ମନୋରଞ୍ଜନର ପ୍ରତିଦ୍ବନ୍ଦୀ ସାଜି ସମସ୍ତଙ୍କ ଜୀବନରେ ମନୋରଞ୍ଜନ ଭରି ଦେଉଥିବା ତପୁ ମିଶ୍ର ଜୀବନର ପ୍ରତି ପ୍ରତିଯୋଗିତାରେ ହାର୍ ମାନି ନିଅନ୍ତି ଆଉ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରନ୍ତି ୨୦୨୧ ମସିହା ଜୁନ୍ ୧୯ ତାରିଖରେ। ଆଜିବି ଘରେ ଘରେ ଟିଭିରେ, ରେଡିଓରେ,ମୋବାଇଲ୍ ରେ ସମସ୍ତଙ୍କ ହୃଦୟ ଭିତରେ ଶୁଣିବାକୁ ମିଳେ ତପୁ ମିଶ୍ରଙ୍କ ଗାଇଥିବା ଅନେକ ଗୀତ। କିନ୍ତୁ ସମସ୍ତଙ୍କୁ ଦୁଃଖ ସାଗରରେ ଭସାଇ ଦେଇ ପ୍ରିୟ ଗାୟିକା ତପୁ ମିଶ୍ର ଆମକୁ ଛାଡି ବୋହୁତ ଦୂରକୁ ଚାଲି ଯାଇଛନ୍ତି।