ନମସ୍କାର ବନ୍ଧୁଗଣ ତାରାତାରିଣୀ ଧାରାବାହିକରେ ତନୁଜା ଖୁଡିଙ୍କ ଚରିତ୍ରରେ ଅଭିନୟ କରୁଥିବା ରଞ୍ଜିତା ପାଣିଗ୍ରାହୀଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ବର୍ତ୍ତମାନ ତନୁଜା ଖୁଡିଙ୍କ ଘରୁ ଏକ ବୋହୁତ ବଡ଼ ଦୁଃଖର ଖବର ଆସିଛି। ତେବେ ଆସନ୍ତୁ ଜାଣିବା ଏହି ଖବରଟି କଣ ରହିଛି। ଆପଣମାନେ ଜାଣିଥିବେ ରଜ କୁଇନ୍ ୨୦୧୬ ଜିତିବା ପରେ ରଞ୍ଜିତା ପାଣିଗ୍ରାହୀ ଓଲିଉଡ ଜଗତରେ ଏଣ୍ଟ୍ରି କରିଥିଲେ।
ଏହାପରେ ତାଙ୍କୁ ତାରାତାରିଣୀ ଧାରାବାହିକରେ ଅଭିନୟ କରିବା ପାଇଁ ଅଫର୍ ମିଳିଥିଲା। ଏହାପରେ ସେ ଏହି ଧାରାବାହିକରେ ନିଜର ଜବରଦସ୍ତ ଅଭିନୟ ଦେଖାଇଥିଲେ। ତନୁଜା ଖୁଡି ଚରିତ୍ରରେ ଓଡ଼ିଶାର ଦର୍ଶକମାନଙ୍କୁ ସେ ବୋହୁତ ଅଧିକ ପସନ୍ଦ ଆସିଥିଲେ। ତାଙ୍କର ବୋହୁତ ସୁନ୍ଦର ଅଭିନୟ ଯୋଗୁଁ ଏହି ଧାରାବାହିକର ବହୁତ ଅଧିକ TRP ବଢିଥିଲା। ବର୍ତ୍ତମାନ ସମୟରେ ତାରାତାରିଣୀ ଧାରାବାହିକର ୧୦୦୦ ଏପିସୋଡ ସରିଯିବାରୁ ଏହି ଧାରାବାହିକଟି ବନ୍ଦ୍ ହୋଇଯାଇଛି ଏବଂ ଏହି ଧାରାବାହିକ ଜାଗାରେ ଆପଣମାନେ ତାରିଣୀ ଆଖିରେ ତାରା ଧାରାବାହିକ ଦେଖିବାକୁ ପାଉଛନ୍ତି।
ଏଥିରେ ବି ମଧ୍ୟ ରଞ୍ଜିତା ପାଣିଗ୍ରାହୀ ଅଭିନୟ କରୁଛନ୍ତି। ବର୍ତ୍ତମାନ ସମୟରେ ସମସ୍ତ ପ୍ରକାରର ସିରିୟଲ୍ ସୁଟିଂ ବନ୍ଦ୍ ରହିଥିବାରୁ ତନୁଜା ଖୁଡି ନିଜ ଗାଁକୁ ଚାଲି ଯାଇଛନ୍ତି ଆଉ ତାଙ୍କ ଗାଆଁରେ ତାଙ୍କୁ ଏକ ବୋହୁତ ବଡ଼ ଦୁଃଖର ଖବର ଶୁଣିବାକୁ ମିଳିଛି।
ରଞ୍ଜିତା ପାଣିଗ୍ରାହୀଙ୍କ ପିଉସାଙ୍କର ଗତକାଲି ମୃତ୍ୟ ଘଟିଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଗତକାଲି ତାଙ୍କ ପିଉସାଙ୍କର ମୃତ୍ୟୁ ଯୋଗୁଁ ରଞ୍ଜିତା ପାଣିଗ୍ରାହୀ ପୁରା ଭାଙ୍ଗି ପଡିଛନ୍ତି। ରଞ୍ଜିତା ତାଙ୍କ ପିଉସାଙ୍କୁ ବୋହୁତ ଅଧିକ ଭଲ ପାଆନ୍ତି। ତାଙ୍କ ପିଉସା ତାଙ୍କୁ ଅଭିନୟ କ୍ୟାରିୟରରେ ଆଗକୁ ଯିବା ପାଇଁ ବୋହୁତ ଉତ୍ସାହିତ କରିଥିଲେ। ତାଙ୍କ ମୃତ୍ୟୁ ପରେ ବୋହୁତ ଏକୁଟିଆ ହୋଇଯାଇଛନ୍ତି ରଞ୍ଜିତା ପାଣିଗ୍ରାହୀ।