ନମସ୍କାର ବନ୍ଧୁଗଣ ଆଜି ଆପଣଙ୍କ ପାଇଁ ଏକ ଖୁସୀର ଖବର ରହିଛି। ଆଜି ରାତି ଠାରୁ ଚାଲିବ ତାରିଣୀ ଆଖିରେ ତାରା ଧାରାବାହିକ। ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ। ଆପଣମାନେ ତ ନିଶ୍ଚିତ ଭାବରେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ତାରିଣୀ ଆଖିରେ ତାରା ଧାରାବାହିକ ଦେଖିଥିବେ ଏବଂ ଏହି ଧାରାବାହିକରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ମଧ୍ୟ ନିଶ୍ଚିତ ଭାବରେ ଜାଣିଥିବେ।
ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ତାରାତାରିଣୀ ଧାରାବାହିକ ସାରିବା ପରେ ଏହି ଧାରାବାହିକର ସ୍ଥାନ ନେଲା ଏହି ସୁନ୍ଦର ଧାରାବାହିକ ତାରିଣୀ ଆଖିରେ ତାରା। ଯେଉଁଠାରେ ଆପଣ କୁନି ତାର ଓ ତାରିଣୀଙ୍କୁ ବଡ଼ ହୋଇଯିବାର ଦେଖିବାକୁ ପାଉଛନ୍ତି। ଏହି ଧାରାବାହିକରେ କିଛି ପୁରୁଣା କଳାକାରଙ୍କ ସହିତ କିଛି ନୂଆ କଳାକାର ମାନଙ୍କୁ ଦେଖିବା ପାଇଁ ମିଳିଛି।
ଏହି ତାରିଣୀ ଆଖିରେ ତାରା ଧାରାବାହିକ ଆରମ୍ଭ ହେବା ଦିନ ଠାରୁ ଦର୍ଶକମାନେ ଏହି ଧାରାବାହିକକୁ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି ଏବଂ ସେଥିରେ ଅଭିନୟ କରୁଥିବା କଳାକାର ମାନଙ୍କୁ ମଧ୍ୟ ବୋହୁତ ଭଲ ପାଇବା ଦେଉଛନ୍ତି। କିନ୍ତୁ ବର୍ତ୍ତମାନ ଦେଶରେ କୋରନାର ଏଭଳି ବିକଟାଳ ପରିସ୍ଥିତିକୁ ଲକ୍ଷ୍ୟକରି ରାଜ୍ୟ ସରକାର ସମସ୍ତ ଦୋକାନ ବଜାର, ଗାଡ଼ି ଚାଳନା ବନ୍ଦ୍ କରିବା ସହିତ ସଂପୂର୍ଣ୍ଣ ରାଜ୍ୟରେ ଲକ୍ ଡାଉନ୍ ର ଘୋଷଣା କରିଥିଲେ।
ଯାହାଦ୍ଵାରା ଟିଭି ସିରିୟଲ୍ ସୁଟିଂ ଓ ସିନେମା ସୁଟିଂ ମଧ୍ୟ ବନ୍ଦ୍ କରାଯାଇଥିଲା। ସେଥିପାଇଁ ପ୍ରାୟ ସମସ୍ତ କଳାକାର ମାନେ ନିଜ ଗାଁକୁ ବୁଲିବାକୁ ଚାଲି ଯାଇଥିଲେ। ଏବେ କୋରୋନା ସ୍ଥିତିରେ ଟିକେ ସୁଧାର ଆସିବାରୁ ସରକାର କିଛି ରାଜ୍ୟରେ କଟକଣା କୋହଳ କରିଛନ୍ତି ଓ ଲକ୍ ଡାଉନ୍ ସମାପ୍ତ କରୁଛନ୍ତି।
ଏହା ଫଳରେ ସମସ୍ତ କାର୍ଯ୍ୟ ଧୀରେ ଧୀରେ କଟକଣା ନିୟମ ଅନୁସରଣ କରି ଦୋକାନ ବଜାର ଖୋଲା ଯାଉଛି। ତେଣୁ ସମସ୍ତ ସିରିୟଲ୍ ଓ ସିନେମାର ସୁଟିଂ ମଧ୍ୟ ଆରମ୍ଭ ହେଉଛି। ଯାହା ଫଳରେ ଆପଣ ଆପଣଙ୍କ ମନ ପସନ୍ଦର ଧାରାବାହିକ ସବୁ ପୁଣି ଥରେ ଟିଭିରେ ପ୍ରସାରଣ ହେବାକୁ ଯାଉଛି।