ତୋ ଭାଉଜକୁ ଛାଡି ରହିପାରୁନି, ସାନ ପୁଅ କଥା ଭାରି ମାନେ ପଡୁଛି… ଭଲ ହେଲେ ସେମାନଙ୍କ ପାଖରେ ରହିବି- Pintu Nanda

ନମସ୍କାର ବନ୍ଧୁଗଣ ଭାଇରେ ଏଥର ଭଲ ହୋଇଗଲେ ତୋ ଭାଉଜ ପାଖରେ ରହିବି ଆଉ ସାନ ପୁଅଟା ମୋର ଭାରି ମନେ ପଡୁଛିରେ ପିଣ୍ଟୁ ନନ୍ଦଙ୍କ ପରିବାର ପିଣ୍ଟୁ ନନ୍ଦଙ୍କ ପତ୍ନୀ ଆଉ ଦୁଇପୁଅ ଶୁଣିବାକୁ ମିଳୁଛି ପିଣ୍ଟୁ ନନ୍ଦ ଆଉ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଅଦିନିଆ ଝଡ ଉଠିଥିଲା ଆଉ ତାଙ୍କ ସ୍ୱପ୍ନର ଘର ଭାଙ୍ଗି ରୁଜି ଚୁରମାର୍ ହୋଇ ଯାଇଥିଲା |

ପିଣ୍ଟୁ ନନ୍ଦଙ୍କ ପାଖରେ ତାଙ୍କ ବଡପୁଅ ରହୁଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ପାଖରେ ରହୁଥିଲେ ତାଙ୍କ ସାନ ପୁଅ ଆଉ ପିଣ୍ଟୁ ନନ୍ଦଙ୍କ ସାନପୁଅ ଦେଖିବାକୁ ଖୁବ୍ ଡାଉଲ ବାପାଙ୍କ ଦେହ ଖରାପ ସାନପୁଅ ବୁଝି ପାରୁଛି ମାଆ ସହିତ ଜିଦି କରି ମାଆକୁ ଆଣି କୁଆଡେ ହସ୍ପିଟାଲ୍ କୁ ଆସିଥିଲା ଦିଲ୍ଲୀ ହସ୍ପିଟାଲ୍ ରେ ବାପା ଆଉ ସ୍ବାମୀଙ୍କୁ ଭେଟିଥିଲେ ପିଣ୍ଟୁ ନନ୍ଦଙ୍କ ପୁଅ ଆଉ ପତ୍ନୀ।

ପାରିବାରିକ ବିବାଦରେ ଝଡ଼ ଉଠିଲା ପରେ ପିଣ୍ଟୁ ନନ୍ଦ ଆଉ ତାଙ୍କ ସ୍ତ୍ରୀ ଅଲଗା ରହୁଥିଲେ ସତ କିନ୍ତୁ ଉଭୟଙ୍କ ମଧ୍ୟରେ ଭଲପାଇବା ସେମିତି କୁଆଡେ ନିବିଡ ଥିଲା ପିଣ୍ଟୁ ନନ୍ଦ କୁଆଡେ କହୁଥିଲେ ଯାହା ବିଶେଷ ସୂତ୍ରରୁ ସୂଚନା ମିଳିଛି କି ଏଥର ଭଲ ହେଲେ ତୋ ଭାଉଜ ପାଖରେ ରହିବି ସାନପୁଅଟା କଥା ଭାରି ମନେ ପଡୁଛି ଏମିତି କିଛି କଥା ଅଭିନେତା ପିଣ୍ଟୁ ନନ୍ଦ କହିଥିଲେ ଆଉ ଏମିତିକି ହାତଯୋଡି ଠାକୁରଙ୍କୁ କହିଥିଲେ ହେ ପ୍ରଭୁ ମତେ ଏଥିରୁ ଉଦ୍ଧାର କର ମୋ ଶେଷ ଜୀବନ ତକ ମୋ ପିଲା ଆଉ ମୋ ସ୍ତ୍ରୀ ସହିତ ରହିବାକୁ ଚାହୁଁଛି |

ଏମିତି କିଛି କଥା ଏବେ ଚର୍ଚ୍ଚା ହେଉଛି ଆଉ ବିଶେଷ ସୂତ୍ରରୁ ମିଳିଥିବା ଖବର ଯିଏ ଶୁଣୁଛି କାହା ଆଖିରେ ମଧ୍ୟ ଲୁହ ରହୁନାହିଁ କାରଣ ଯେଉଁ ପରିବାର ଭାଙ୍ଗି ଯାଇଥିଲା ସେହି ପରିବାରର କୁଟାକାଠି ଏକାଠି କରି ପୁଣି ଗୋଟିଏ ନୀଡ଼ ଗଢ଼ିବାକୁ ଚାହୁଁଥିଲେ ପିଣ୍ଟୁ ନନ୍ଦ ଆଉ ଶୁଆସାରି ପରି ଦୁଇ ଛୁଆଙ୍କୁ ନେଇ ସେହି ନୀଡ଼ରେ ରହିବାକୁ ଚାହୁଁଥିଲେ ପିଣ୍ଟୁ ନନ୍ଦ କିନ୍ତୁ ଏକ କଳାକାରର ଆଶା ଆଶାରେ ରହିଗଲା ସ୍ବପ୍ନ ସ୍ୱପ୍ନରେ ରହିଗଲା ରାତି ପାହିବା ଆଗରୁ ସ୍ବପ୍ନଟା ଭାଙ୍ଗିଗଲା।