ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ଆଲବମ୍ ଅଭିନେତ୍ରୀ ମୋନାଲିସା କାନୁନଗୋଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ବର୍ତ୍ତମାନ ସମୟରେ ଓଲିଉଡ ଇଣ୍ଡଷ୍ଟ୍ରି ଛାଡି ନିଜର ଘରସଂସାର ସମ୍ଭାଳୁଥିବର ନଜର ଆସିଛନ୍ତି ମୋନାଲିସା।
ଏହି ବିଷୟରେ କଣ ରହିଛି ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ଓଲିଉଡର ଜବରଦସ୍ତ ଆଲବମ୍ ଅଭିନେତ୍ରୀ ମୋନାଲିସା କାନୁନଗୋଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ| ମୋନାଲିସାଙ୍କ ବୋହୁତସାରା ଆଲବମ୍ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ଏହି ଆଲବମ୍ ରେ ତାଙ୍କର ଜବରଦସ୍ତ ଅଭିନୟ,ଜବରଦସ୍ତ ନାଚ ଆଜି ପର୍ଯ୍ୟନ୍ତ ବି ଦର୍ଶକମାନେ ଭୁଲି ପାରିନାହାନ୍ତି।
ବାହାଘର ପରେ ସେ ଏକ ପ୍ରକାର ଓଲିଉଡ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ। ଓଲିଉଡର ଅନ୍ୟତମ ନାୟକ ଦେବାଶିଷଙ୍କୁ ସେ ବିବାହ କରିଥିଲେ। ସେ ସୁଟିଂ ସେଟ୍ ରୁ ପରସ୍ପରକୁ ଭଲପାଇ ଥିଲେ ଓ ଏହାପରେ ଦୁହେଁ ବିବାହ କରିଥିଲେ। ବିବହାପରେ ବର୍ତ୍ତମାନ ମୋନାଲିସା କାନୁନଗୋ ଙ୍କର ଗୋଟେ ପୁଅ ଓ ଝିଅ ଅଛନ୍ତି।
ଗତ ଦିନମାନଙ୍କରେ ସେ ଗୋଟେ ଇଣ୍ଟରଭ୍ୟୁ ରେ କହିଥିଲେ କି ସେ ନିଜ ଇଚ୍ଛାରେ ହିଁ ଓଲିଉଡ ଇଣ୍ଡଷ୍ଟ୍ରି ଛାଡିଛନ୍ତି ଓ ନିଜ ପିଲାମାନଙ୍କ ଭବିଷ୍ୟତ ପାଇଁ ଆଉ ନିଜ ପରିବାର ସମ୍ଭାଳିବା ପାଇଁ ସେ ଏହି ଡିଶିସନ୍ ନେଇଥିଲେ। ତାଙ୍କ ଝିଅଙ୍କୁ ବର୍ତ୍ତମାନ ସମୟରେ ୧୨ ବର୍ଷ ହୋଇଥିବା ବେଳେ ତାଙ୍କ ପୁଅକୁ ବର୍ତ୍ତମାନ ସମୟରେ ୭ ବର୍ଷ ହୋଇଛି। ଆଗାମୀ ଦିନମାନଙ୍କରେ ତାଙ୍କ ଝିଅକୁ ଓଲିଉଡ ଜଗତରେ ଅଭିନୟ ପାଇଁ ଆଣିବେ ବୋଲି କହିଛନ୍ତି।
ଆଉ ଥରେ ଓଲିଉଡକୁ ଫେରିବେ Monalisha, ଏବେ କରୁଛନ୍ତି ଏମିତି କାମ, ଜାଣିଲେ ବିଶ୍ୱାସ ହେବ ନାହିଁ
