Weather Update: ଆଗାମୀ 4ଦିନ ଏହି ସବୁ ଜାଗାରେ ପ୍ରବଳ ବର୍ଷା, ପାଣିପାଗ ବିଭାଗ ଦେଲେ ସୂଚନା

ନମସ୍କାର ବନ୍ଧୁଗଣ ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷାର ସମ୍ଭାବନା ନେଇ ସୂଚନା ଦିଆଯାଇଛି। ଆସନ୍ତା କାଲି ଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ବିଜୁଳି ଘଡଘଡିର ମଧ୍ୟ ସମ୍ଭାବନା ରହିଛି। ବିଶେଷ କରି ଉପକୁଳ ଜିଲ୍ଲା ସମେତ ଆଭ୍ୟନ୍ତରିଣ ଓଡିଶାରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ଜାରୀ ରହିବ ଏବଂ ୧୨ ଜିଲ୍ଲା ପାଇଁ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ ହୋଇଛି। ବିଶେଷ କରି ଏହି ୧୨ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ୧୧ ଜିଲ୍ଲା ପାଇଁ ପ୍ରବଳ ବଜ୍ରପାତ ସହ ଘଡଘଡି ଏବଂ ବିଜୁଳି ନେଇ ସତର୍କ କରିଛି ପାଣିପାଗ ବିଭାଗ।

ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ଲାଗି ରହିବ ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ମଧ୍ୟ ରାଜ୍ୟରେ ଅଧିକାଂଶ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ଦେଖିବା ପାଇଁ ମିଳିବ। ତେବେ ଉପକୂଳ ଜିଲ୍ଲା ସହିତ ଉତ୍ତର ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ସହ ବିଜୁଳି ଘଡଘଡିର ସମ୍ଭାବନା ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକା ମଧ୍ୟମ ଧରଣର ବର୍ଷା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ତେବେ ଆସନ୍ତୁ ଜାଣିବା କଣ ରହିଛି ପାଣିପାଗକୁ ନେଇ ନୂଆ ରିପୋର୍ଟ ଏହାସହ ଆସୁଥିବା ଲଘୁଚାପର ନୂଆ ସୂଚନା କଣ ରହିଛି ଆସନ୍ତୁ ଜାଣିବା।

ଭାରତୀୟ ପାଣିପାଗ ବିଭାଗରୁ ମିଳିଥିବା ନୂଆ ସୂଚନା ଅନୁଯାୟୀ ରାଜ୍ୟ ଉପରେ ଦୁଇ ଦୁଇଟି ଟ୍ରମ୍ପ ଲାଇନ ରହିଛି। ଗୋଟିଏ ଟ୍ରମ୍ପ ଲାଇନ ଉତ୍ତର ପଶ୍ଚିମ ଉତ୍ତରପ୍ରଦେଶରୁ ଉପ ଉତ୍ତରପ୍ରଦେଶ ଏବଂ ବିହାର ହିମାଳୟ ପଶ୍ଚିମବଙ୍ଗ ଏବଂ ଆସାମ ମଧ୍ୟ ଦେଇ ତ୍ରିପୁରା ଆଡ଼କୁ ଲମ୍ବିଥିବା ବେଳେ ଆଉ ଏକ ଟ୍ରମ୍ପ ଲାଇନ ସମୁଦ୍ର ପତ୍ତନଠାରୁ ୧.୫ କିଲୋମିଟର ଯାଏଁ ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଉପରେ ସକ୍ରିୟ ରହିଛି। ତାହା ସହିତ ଉପରୋକ୍ତ ଘୂର୍ଣ୍ଣିବଳୟ ଠାରୁ ଏକ ଉତ୍ତର ଦକ୍ଷିଣ ଚାପରେଖା ସମୁଦ୍ର ପତ୍ତନଠାରୁ ୧.୫ କିଲୋମିଟର ଉପରେ ଉତ୍ତର ଅନ୍ଦ୍ର ଉପକୂଳ ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା କାଲି ଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ଦେଖିବା ପାଇଁ ମିଳିବ। ବିଶେଷ କରି ଉପକୁଳ ଜିଲ୍ଲା ସମେତ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ ଏହା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ ହୋଇଛି।

ସେପଟେ ଆଜି ମଧ୍ୟ ରାଜ୍ୟରେ ବିଜୁଳି ଘଡଘଡି ସହିତ ବଜ୍ରପାତ ଲାଗି ରହିବ। ୧୨ ଟି ଜିଲ୍ଲାରେ ବଜ୍ରପାତର ଆଶଙ୍କା ରହିଛି ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସେହି ସବୁ ଜିଲ୍ଲା ହେଉଛି କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ସହ ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲା ପାଇଁ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ ହୋଇଛି। ଏହି ସବୁ ଜିଲ୍ଲା ଗୁଡିକରେ ବିଜୁଳି ଘଡଘଡି ସହ ବଜ୍ରପାତ ଦେଖିବା ପାଇଁ ମିଳିବ। ଏହା ସହ ଏହି ସବୁ ଜିଲ୍ଲା ଗୁଡିକ ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଦେଖିବା ପାଇଁ ମିଳିବ।

ସେପଟେ ଆସନ୍ତା କାଲି ପାଇଁ ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡ଼ିକ ମଧ୍ୟରେ ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, କଟକ, ବାଲେଶ୍ଵର, ଭଦ୍ରକ,କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଯାଜପୁର। ଏହି ୧୨ ଜିଲ୍ଲାରେ ଆସନ୍ତା କାଲି ଠାରୁ ପ୍ରବଳ ବର୍ଷା ସହିତ ବଜ୍ରପାତ ନେଇ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ। ଏହାସହ ଅନୁଗୁଳ, ସମ୍ବଲପୁର, ଦେବଗଡ଼, ପୁରୀ, ନୟାଗଡ଼, ଖୋର୍ଦ୍ଧା ସହ ଗଞ୍ଜାମ, ଗଜପତି, କଳାହାଣ୍ଡି, ରାୟଗଡ଼ା ଏବଂ ନବରଙ୍ଗପୁର ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକା ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଏହାସହ ରାଜ୍ୟକୁ ପୁଣି ଲଘୁଚାପ ଆସିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୧୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହି ଲଘୁଚାପ କ୍ଷେତ୍ରଟି ଉତ୍ତର ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବା ପାଇଁ ମିଳିବ। ବିଶେଷ କରି ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ଏହାର ଅଧିକ ପ୍ରଭାବ ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରୀ ହୋଇଛି।