ନମସ୍କାର ବନ୍ଧୁଗଣ ଭୀଷଣ ବର୍ଷା ପବନ ସହ ମାଡ଼ି ଆସୁଛି କାଳ ବୈଶାଖୀ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗ ପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଆଉ ୧୧ ଟି ଜିଲ୍ଲା ପାଇଁ ୟିଲ୍ଲୋ ୱର୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲାରେ ବର୍ଷା ଏବଂ ଘଡଘଡି ସହ ବର୍ଷା ଏବଂ ବଜ୍ରପାତ ଦେଖିବାକୁ ମିଳିବ ବୋଲି ଭୁବନେଶ୍ବରର ପାଣିପାଗ ବିଭାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
ସେପଟେ ଆସନ୍ତା ୯ ବେଳକୁ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟିହେବ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଆସନ୍ତୁ ୧୧ ବେଳକୁ ଏହି ଲଘୁଚାପ ସୃଷ୍ଟିହେବା ସହ ଆସନ୍ତା ୧୨ ବେଳକୁ ଏହା ଓଡ଼ିଶା ମୁହାଁ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହାକୁ ନେଇ କଣ ରହିଛି ସଂପୂର୍ଣ୍ଣ ଖବର ଏବଂ ଆସୁଥିବା ମୌସୁମୀ ବର୍ଷାରେ ରାଜ୍ୟରେ କେବେଠାରୁ ଦେଖିବା ପାଇଁ ମିଳିବ ତାହା ଆସନ୍ତୁ ଜାଣିବା।
IMD ପକ୍ଷରୁ ସୂଚନା ଅନୁସାରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଘୁର୍ନିବଳୟ ସୃଷ୍ଟି ହେବ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ ଏବଂ ଆସନ୍ତା ୧୧ ବେଳକୁ ଏହା ଦିପ୍ରେସନ୍ ର ରୂପ ନେବ। ଏହାସହ ଆମେରିକାର ପାଣିପାଗ ବିଭାଗ ସଂସ୍ଥା ଆର୍କିବ୍ ୱେଦର ମଧ୍ୟ ଏହାକୁ ନେଇ କିଛିଟା ବଡ ସୂଚନା ଜାରୀ କରିଛି। ତେବେ ଆସନ୍ତା ୯ ବେଳକୁ ଘୂର୍ନିବଳୟ ସୃଷ୍ଟି ହେବ ଏବଂ ଆସନ୍ତା ୧୨ ବେଳକୁ ଏହା ଉପକୂଳକୁ ମୁହାଇବ ବୋଲି ସୂଚନା ରହିଛି। ଉପକୁଳ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବା ସହିତ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିବ। ବିଶେଷ କରି ବାଲେଶ୍ଵର ସହିତ ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ ପାଖାପାଖି ୫ ଟି ଜିଲ୍ଲାରେ ଏହାର ପ୍ରଭାବ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।
୧୪ ରେ ରାଜ୍ୟକୁ ପ୍ରବେଶ କରିବା ମୌସୁମୀ ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରୀ ହୋଇଛି। ଏପଟେ ଲଘୁଚାପ ସୃଷ୍ଟି ହେବାରୁ ମୌସୁମୀ ଆହୁରି ସକ୍ରିୟ ହେବା ସହ ପ୍ରବଳ ବର୍ଷା ଦେଖିବାପାଇଁ ମିଳିବ। ଚଳିତ ବର୍ଷ ମୌସୁମୀ ପ୍ରଭାବ ଜୁନ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବ। ଏହାସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ କାଳବୈଶାଖୀ ଦେଖିବାପାଇଁ ମିଳିବ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୧୧-୧୨ ଟି ଜିଲ୍ଲା ପାଇଁ ୟେଲ୍ଲୋ ୱାର୍ନିଂ ଜାରି ହୋଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛନ୍ତି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର,କନ୍ଧମାଳ, ବୌଦ୍ଧ, କଟକ, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର ସହ କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଏହି ସବୁ ଜିଲ୍ଲାକୁ ୟେଲ୍ଲୋ ୱାର୍ନିଂ ଜାରି ହୋଇଛି।
Weather Update: ଓଡିଶା ମୁଁହା ଲଘୁଚାପ, ପାଣିପାଗ ବିଭାଗ ଦେଲେ ବଡ ସୂଚନା, ଏହି ଜାଗାରେ ସବୁ ଛେଚିବ ବର୍ଷା
