ନମସ୍କାର ବନ୍ଧୁଗଣ ଆସନ୍ତା କାଲି ଠାରୁ ରାଜ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ସତର୍କ ସୂଚନା ଜାରୀ କରିଛି ପାଣିପାଗ ବିଭାଗ। ୨୨ ରୁ ୨୫ ମଧ୍ୟରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ଥିବାବେଳେ କିଛି ସ୍ଥାନରେ ପ୍ରବଳ ବଜ୍ରପାତ ନେଇ ମଧ୍ୟ ସତର୍କ କରାଯାଇଛି। ଆସନ୍ତା କାଲି ଠାରୁ ୬ ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଏହି ସବୁ ଜିଲ୍ଲା ଗୁଡିକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯେଉଁସବୁ ଜିଲ୍ଲା ମାନଙ୍କୁ ପ୍ରବଳ ବଜ୍ରପାତ ନେଇ ସତର୍କ କଲା ପାଣିପାଗ ବିଭାଗ ନିଶ୍ଚୟ ଜାଣି ରଖନ୍ତୁ।
ଆସନ୍ତା କାଲି ମଧ୍ୟ କିଛି ଜିଲ୍ଲାରେ ବଜ୍ରପାତ ଲାଗି ରହିବ ବିଶେଷ କରି ୧୩ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ ହୋଇଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମଧ୍ୟରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବଜ୍ରପାତର ସମ୍ଭାବନା ରହିଛି। ଏହାସହ ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟରେ ବର୍ଷା ଏବଂ ବଜ୍ରପାତ ଲାଗି ରହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏବେ ଏହିସବୁ ଜିଲ୍ଲା ଗୁଡ଼ିକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ ହୋଇଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଦେଇଥିବା ସୂଚନା ଅନୁସାରେ ଆସନ୍ତା କାଲି ୬ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଲାଗି ରହିବ।
ସେହି ଜିଲ୍ଲା ଗୁଡ଼ିକ ହେଉଛି ନୂଆପଡ଼ା, ସୋନପୁର, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼। ଏହାସହ ଆଉ ୧୩ ଜିଲ୍ଲାରେ ଘଡଘଡି ଆଉ ବିଜୁଳି ନେଇ ସତର୍କ କରାଯାଇଛି ବିଶେଷ କରି ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଝାଡସୁଗୁଡ଼ା, ଦେବଗଡ଼, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, କେନ୍ଦୁଝର, ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ ହୋଇଛି। ତେବେ ଏହି ସବୁ ଜିଲ୍ଲା ମାନଙ୍କରେ ବିଜୁଳି ଘଡଘଡି ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡି ସହ ବଜ୍ରପାତ ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ତେବେ ଏହାକୁ ନେଇ କିଛି ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ବିଶେଷ କରି ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ,ଦେବଗଡ଼,ସୁନ୍ଦରଗଡ଼ ସହ ଝାରସୁଗୁଡ଼ା,ସମ୍ବଲପୁର,ବରଗଡ଼,ସୋନପୁର,ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲା ଏହିସବୁ ଜିଲ୍ଲାମାନଙ୍କରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡି ସହ ବଜ୍ରପାତ ନେଇ ସତର୍କ କରିଛି ପାଣିପାଗ ବିଭାଗ। ତେଣୁ ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ସତର୍କ କରିଛି ପାଣିପାଗ ବିଭାଗ। ସେପଟେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ହଲୁକରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ତେବେ ସର୍ବାଧିକ ବର୍ଷା ରେକର୍ଡ ମଧ୍ୟରେ ରହିଛି କେନ୍ଦ୍ରାପଡ଼ା ଯାହାକି ରାଜକନିକା ଠାରେ ୨୬ ମିଲିମିଟର ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୨୫.୬ ମିଲିମିଟର ସର୍ବାଧିକ ବର୍ଷା ଦେଖିବା ପାଇଁ ମିଳିଛି।